ନୂଆପଡ଼ା ଉପ-ନିର୍ବାଚନ; ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ଡିଜିପି

Spread the love

ଜେଏମଜେ ବ୍ୟୁରୋ : ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବହାଦୁର ଖୁରାନିଆ ଆଜି ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ  ସମୀକ୍ଷା କରିଛନ୍ତି।

ଡିଜିପି ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।  ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର ନିର୍ବାଚନ ଆୟୋଗ (ECI) ର ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ମଧ୍ୟ ଦଫା ୧୧୦/୧୦୭ Cr.P.C. ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା, ବେଆଇନ ଟଙ୍କା କାରବାରକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଓ ବେଆଇନ ମଦ ଜବତ କରିବା ଏବଂ ପଡ଼ି ରହିଥିବା ୱାରେଣ୍ଟ (NBWs) କୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ତାମିଲ କରିବା ସମେତ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗୁଡ଼ିକୁ ତୀବ୍ର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ମୋବାଇଲ୍ ପେଟ୍ରୋଲିଙ୍ଗ ଏବଂ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର କାର୍ଯ୍ୟକୁ ବଢ଼ାଇବା ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରବେଶ ପଥରେ ନାକା ପୋଷ୍ଟ ସ୍ଥାପନ କରି ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ଓ ଗଦି ମାନଙ୍କର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ।

ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ କୋଚେ ଉପ-ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଡିଆଇଜିପି ଓ ଏସପିଙ୍କୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବାକୁ ପରାମର୍ଶ ଦେଇଥିଲେ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 6 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ