ଶଙ୍ଖ ଦଳ ଭିତରେ କିଏ ସେ ରାବଣ? କାହାକୁ ଅସାମାଜିକ ଚିନ୍ତାଧାରାର ବ୍ୟକ୍ତି କହିଲେ ସୌଭିକ ?

Spread the love

ଜେଏମଜେ ବ୍ୟୁରୋ : ଶ୍ରୀମୟୀଙ୍କ ଧୃତରାଷ୍ଟ୍ର-ଦୁର୍ଯ୍ୟୋଧନ ଉପାଖ୍ୟାନ ପରେ ଏବେ ଆଉ ଜଣେ ବିଜେଡି ନେତା ସୌଭିକ ବିଶ୍ବାଳଙ୍କ ରାମ-ରାବଣ ଉପାଖ୍ୟାନକୁ ନେଇ ବିଜେଡିରେ ବିସ୍ଫୋରଣ । ଘର ଭିତରେ ଅର୍ଥାତ ବିଜେଡି ଭିତରେ ଥିବା ଆତଙ୍କୀ ମନୋଭାବ ବା ଅସାମାଜିକ ଚିନ୍ତା ଧାରାର ବ୍ୟକ୍ତି ବିଶେଷଙ୍କୁ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ସୌଭିକ। ତେବେ ଏଠି ପ୍ରଶ୍ନ ହେଲା, କାହାକୁ ଅସାମାଜିକ ଚିନ୍ତାଧାରାର ବ୍ୟକ୍ତି କହିଲେ ସୌଭିକ ? କାହା ବିରୋଧରେ ବିଦ୍ରୋହ ପାଇଁ ଦେଲେ ଚେତାବନୀ। ୟା ଭିତରେ ପ୍ରଶ୍ନ ଉଠିଛି ଶଙ୍ଖ ଦଳ ଭିତରେ କିଏ ସେ ରାବଣ । ନିଜ ଦଳର ଅନ୍ୟ ବଡ଼ ନେତାଙ୍କ ଭଳି ସୌଭିକ ବି ପରୋକ୍ଷରେ ପାଣ୍ଡିଆନଙ୍କୁ କଲେ କି ଟାର୍ଗେଟ୍ । କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ବିଜେଡିରେ ଆରମ୍ଭ ହୋଇଛି ବୟାନ ବାଜି । ଦେବାଶିଷ, ରଣେନ୍ଦ୍ର, ଅଶୋକ, ଅରୁଣ, ବଦ୍ରୀ ଓ ଭୁପିନ୍ଦରଙ୍କ ପରେ ସୌଭିକ ଘର କଥା କହି ବିଜେଡିର କ୍ଷମତା କେନ୍ଦ୍ରକୁ କରିଛନ୍ତି ଟାର୍ଗେଟ । ସୌଭିକ କହିଛନ୍ତି ଘର ଭିତରେ ଅର୍ଥାତ ବିଜେଡି ଭିତରେ ଥିବା ଆତଙ୍କୀ ମନୋଭାବ ବା ଅସାମାଜିକ ଚିନ୍ତା ଧାରାର ବ୍ୟକ୍ତି ବିଶେଷଙ୍କୁ କରାଯିବ ଜୋରଦାର ବିରୋଧ । କାଳୀପୂଜାରେ ରାକ୍ଷସ ବଦ୍ଧ ହେଲା ଭଳି ବିଜେଡି ଭିତରେ ଥିବା ରାବଣକୁ ବଦ୍ଧ କରାଯିବ।

ସେପଟେ ରାମ ରାବଣ ଉପାଖ୍ୟାନ ପୂର୍ବରୁ ସୌଭିକ ହେଲିକ୍ୟାପ୍ଟରରେ ବୁଲିବା ପ୍ରସଙ୍ଗ ଉଠାଇ ପାଣ୍ଡିଆନ ଓ ବବିଙ୍କୁ କରିଥିଲେ ଟାର୍ଗେଟ । ଯାହା କି ବର୍ତ୍ତମାନର ଏହି ରାବଣ ଉପାଖ୍ୟାନ ଭୈରବ ପାଣ୍ଡିଆନଙ୍କ ଉଦେଶ୍ୟରେ ବୋଲି ଚର୍ଚ୍ଚା ହେଉଛି । ସୌଭିକଙ୍କ ରାବଣ ଉପାଖ୍ୟାନକୁ ଅଧିକ ଖୋରାକ ଯୋଗାଇବାକୁ ଯାଇ ପୁଣି ଥରେ ଶ୍ରୀମୟୀ ସୋସିଆଲ ମିଡିଆରେ ରଖିଛନ୍ତି ରାବଣ ଓ ବିଭୀଷଣର କଥା । କେମିତି ରାବଣ ବିଭୀଷଣର କଥାକୁ ଗ୍ରହଣ କରିନଥିଲା ଆଉ ନିଜର ଅହଂକାର ଓ ଭୁଲ ନିଷ୍ପତ୍ତି ପାଇଁ ମହାନ ସାମ୍ରାଜ୍ୟର ବିନାଶ ଘଟାଇଥିଲା ତାର ରଖିଛନ୍ତି ଉଦାହରଣ ।

ଏହା ପୂର୍ବରୁ ମଧ୍ୟ ୨୦୨୪ରେ ବିଜେଡି ଭିତରେ ଥିବା କନ୍ଦଳକୁ ପଦାକୁ ଆଣିଥିଲେ ସୌଭିକ୍ । ଏକ ସଭା ମଞ୍ଚରେ ସେ କହିଥିଲେ, ଯେଉଁ ଜଣେ ଦୁଇ ଜଣ ସେତେବେଳେ ସରକାର ଚଳାଉଥିଲେ ସେମାନେ ସବୁ କଥା ବୁଝୁଥିଲେ। ଯେବେ ସେ ଦୁଇ ଜଣ ସବୁ କିଛି ବୁଝୁଥିଲେ, ଦଳୀୟ କର୍ମୀଙ୍କୁ କିଭଳି କାମ ମିଳିଥାନ୍ତା ? ନିଷ୍ଠାର ସହ ଆମେ ରହିଛୁ ହେଲେ ପଛରୁ ଆମକୁ ଛୁରି ଭୁଷିଛନ୍ତି, ଆମ ବିରୋଧରେ ଷଡଯନ୍ତ୍ର ଚାଲିଛି । ଏପରି କି ୨୦୧୯ ଏବଂ ୨୦୨୪ ନିର୍ବାଚନରେ ତାଙ୍କୁ ଓ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହରେଇବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା। ଯେଉଁମାନେ ଦଳରେ ପୂର୍ବରୁ ନେତୃତ୍ୱ ନେଉଥିଲେ ସେମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ। କେବଳ ପ୍ରଭାତ ବିଶ୍ୱାଳଙ୍କୁ ହରାଇବା ପାଇଁ। କିନ୍ତୁ ଧର୍ମର ବିଜୟ ହୋଇଛି ବୋଲି ସୌଭିକ ବିଶ୍ୱାଳ କହିଥିଲେ।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026