ପ୍ରମିଳା-ଚନ୍ଦ୍ରଶେଖର-ଭୃଗୁଙ୍କୁ ଗିରଫ କରିବାକୁ ବିଜେପିର ଦାବି

Spread the love

ଜେଏମଜେ ବ୍ୟୁରୋ : ଗତ ୫ ତାରିଖରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଭଳି ଏକ ସ୍ପର୍ଶକାତର ଘଟଣାରେ ହାଇ ପ୍ରୋଫାଇଲ ବିଜେଡି ନେତା ଅଭିଯୁକ୍ତଙ୍କୁ ଗିରଫ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ପୀତବାସଙ୍କ ରାଜନୈତିକ ଜୀବନରେ ମିଶି ରହିଥିବା ବିକ୍ରମ ପଣ୍ଡାଙ୍କ ହାତ ଛାଡ଼ିବା ପରଠାରୁ ପ୍ରତ୍ୟେକ ଦିନ ତାଙ୍କର ବେନିୟମ କାର୍ଯ୍ୟକାଳ ଲୋକଲୋଚନକୁ ଆଣିଥିଲେ ।

ବନ୍ଧୁ ହେଲା ବଇରି। ସେ ହାତ ଛାଡ଼ି ଦେବା ପରେ ଆକ୍ରୋଶ ହୋଇ ହତ୍ୟା ବ୍ୟୁହ ରଚନା କରିଥିବା କାହାକୁ ଅଛପା ନାହିଁ।

ହତ୍ୟା ପରେ ଅଭିଯୁକ୍ତମାନେ ସନ୍ଦେହ ଘେରକୁ ଆସିଥିଲେ । ପୁଲିସ ବହୁ ଲୋକଙ୍କୁ ଡାକି ପଚରା ଉଚରା କରିଥିଲା। ବଛା ବଛା ଅଫିସରଙ୍କୁ ନେଇ ଟିମ୍ ଗଠନ କରିଥିଲା। ପୂର୍ବରୁ ଯେଉଁ ଦଳ କହୁଥୁଲା ଆଇନ ତା ବାଟରେ ଯିବ ଆଜି ଆଇନର ପ୍ରତିବନ୍ଧକ ସାଜି ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ କରି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ଉଦ୍ୟମ ଲୋକଙ୍କୁ ଚକିତ କରିଛି।

ଏହି ଘଟଣାରେ ମନ୍ତ୍ରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଦୁର୍ଭାଗୁଜନକ ମନ୍ତ୍ରୀଙ୍କ ଚରିତ୍ର ସ୍ଖଳନ ଉଦ୍ୟମ ନୀନ୍ଦନୀୟ। ମନ୍ତ୍ରୀଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ମଳିନ କରିବାକୁ ଯେଉଁମାନେ ହୀନ ପ୍ରଚେଷ୍ଟା କରୁଛନ୍ତି ତାହାକୁ ଜିଲ୍ଲାବାସୀ କଦାପି ବରଦାସ୍ତ କରିବେ ନାହିଁ। ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଭଳି ଜଣେ ଧର୍ମାତ୍ମା ଓ ଆଦର୍ଶବାଦୀ ମଣିଷଙ୍କୁ ନିନ୍ଦା କରି କୁଚକ୍ରୀ ଗୋଷ୍ଠୀ କେବେ ସଫଳ ହୋଇପାରିବନି। ଗଞ୍ଜାମ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ତାଙ୍କର ଚେଷ୍ଟା ଓ ନିଷ୍ଠା ସାରା ଜିଲ୍ଲାବାସୀ ଜାଣନ୍ତି।

ପୀତବାସଙ୍କ ମନ୍ତ୍ରୀଙ୍କ ସହିତ ତାଙ୍କର ଦୀର୍ଘ ଦିନର ବ୍ୟକ୍ତିଗତ ସମ୍ପର୍କ ଥିଲା । ସେ ବିଜେପିରେ ଯୋଗ ଦେବା ପରେ ଦଳର ସବୁ କାର୍ଯ୍ୟରେ ସହଯୋଗ କରି ନିଷ୍ଠାର ସହ ପାଳନ କରି ଆସୁଥିଲେ । ଘଟଣାର ପୂର୍ବଦିନ ଗଞ୍ଜାମ ଜିଲ୍ଲାର ବିକାଶ ମାନଚିତ୍ର ଦଲିଲ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀଙ୍କ ନେତୃତ୍ବରେ ଅନୁଭବୀ ସମ୍ପର୍ଣ୍ଣ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ନେଇ ବୈଠକ ହୋଇଥିଲା। ଏହି କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ପୀତବାସ ପଣ୍ଡାଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଥିଲା। ପରଦିନ ଆଭାସୀ ବୈଠକ ସ୍ଥିର ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା, ପୀତବାସଙ୍କୁ ଗୁଳି ଖବର ପାଇବା ତତକ୍ଷଣାତ ମନ୍ତ୍ରୀ ବଡ଼ ଡାକ୍ତରଖାନାରେ ପହଞ୍ଚି ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଅକର୍ଷଣ କରିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ତ୍ବରିତ ପଦକ୍ଷେପ ନେବାକୁ ପୁଲିସ ମହାନିର୍ଦେଶକ ଓ ଏସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା ଘଟଣାରେ ମ୍ରିୟମାଣ ହୋଇଥିବା ମନ୍ତ୍ରୀ ରାତି ତମାମ ତାକ୍ତରଖାନାରେ ଉପସ୍ଥିତ ଥିଲେ । କେବଳ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ନାହାନ୍ତି ବରଂ ତାଙ୍କ ଅସମୟରେ ବନ୍ଧୁ ହୋଇ ଠିଆ ହୋଇଛନ୍ତି।

ସତ ଚାପି ଦେଇ ବାରମ୍ବାର କେତେ ମିଛ ଆସ୍ଫାଳନ କଲେ ବି ମନ୍ତ୍ରୀଙ୍କ ଭାବମୂର୍ତିରେ କୌଣସି ଆଞ୍ଚ୍ ଆସିବ ନାହିଁ। ତଦନ୍ତରେ ବାଧା ଉପୁଜିବ ନାହିଁ। ଯେଉଁମାନେ ନିର୍ମମ ହତ୍ୟା କରି ଘୃଣ୍ୟ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଜନସାଧାରଣ କ୍ଷମା ଦେବେ ନାହିଁ। ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ଗୁଳି କରି ହତ୍ୟା କଲେ ସଭ୍ୟ ସମାଜ କେବେ ଗ୍ରହଣ କରିବ ନାହିଁ।

ବିଜେପିର ଦାବି

ଦୋଷୀଙ୍କୁ ଘଣ୍ଟ ଘୋଡାଇବା, ଅନ୍ୟମାନଙ୍କୁ ଦୋଷାରୋପ କରି ଜନସାଧାରଣଙ୍କୁ ଭ୍ରମିତ କରିବା ଓ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରି ବାଟବଣା କରିବାକୁ ଚେଷ୍ଟା କରିବା ଏବଂ ରାଜନୈତିକ ବଜାରରେ ପଣ୍ୟ ଦ୍ରବ୍ୟ ଭଳି ବିକ୍ରି ହୋଇ କିଛି କୁଜି ନେତା ତାହା ମିଛ କହି ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା ଦଫା 249/248/240/238/221 ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେଡି ନେତା ଚନ୍ଦ୍ରଶେଖର ସାହୁ ଓ ଭୃଗୁ ବକ୍ସିପାତ୍ରଙ୍କୁ ଗିରଫ କରିବାକୁ ବିଜେପି ଦାବି କରୁଛି।

ମନ୍ତ୍ରୀଙ୍କ ସଂଶ୍ଳିଷ୍ଟ ନେଇ ଯଦି ସେ ଜାଣିଥିଲେ ତାହାହେଲେ ତଦନ୍ତକାରୀ ପୁଲିସ ଅଫିସରଙ୍କ ନିକଟରେ ହାଜର ହୋଇ ଦାଖଲ କଲେ ନାହିଁ କାହିଁକି । ମନ୍ତ୍ରୀମଣ୍ଡଳରେ ଥାଇ କ୍ରାଇମ୍ କରିବା ଅଭିଯୋଗ ବିଜେହି କରିବା ଅଧିକାର ନାହିଁ । ବିଜେଡି ସରକାର ଅମଳରେ କେତେଜଣ ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ହତ୍ୟା, ଦୁଷ୍କର୍ମ ଅଭିଯୋଗ ଆସିଛି ତାହାର ଫାଇଲ ପ୍ରମିଳା ମଲ୍ଲିକଙ୍କ ନିକଟରେ ରହିଛି। ସେଇଟା ଟିକେ ଲୋକଙ୍କୁ ଜଣାଇଲେ ଭଲ ହୁଅନ୍ତା ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ପାଇଁ ପୁଲିସ ପ୍ରଶାସନ ତପ୍ତର ହୋଇଥିବା ବେଳେ ସେମାନଙ୍କ ମନୋବଳ ଭାଙ୍ଗିବାକୁ ବିଜେଡିର ହୀନ ଉଦ୍ୟମକୁ ଜନସାଧାରଣ ବରଦାସ୍ତ କରିବେ ନାହିଁ। ପୁଲିସ ପ୍ରସାଶନକୁ ସରକାରଙ୍କ ହାତବାରିସି ହୋଇଥିବା ପ୍ରମିଳା ମଲ୍ଲିକଙ୍କ ଅଭିଯୋଗ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଶୁଭଙ୍କର ନୁହଁ। ଏଭଳି ଟିପ୍ପଣୀକୁ ବିଜେପି ନିନ୍ଦା କରିବା ସହିତ ତଦନ୍ତରେ ସହଯୋଗ କରିବାକୁ ନିବେଦନ କରୁଛୁ। ଏଭଳି ସ୍ପର୍ଶକାତର ହତ୍ୟା ଘଟଣାରେ ବିଜେଡି ରାଜନୀତିକରଣ ନକରି ସତ୍ୟ ଉନ୍ମୋଚନ ପାଇଁ ସହଯୋଗ କରିବା ଉଚିତ ଭୃଗୁ ବକ୍ସିପାତ୍ର ପୁରା ଘଟଣାକୁ ଓଲଟା କରିଦେବାକୁ ନୂଆ ଗପ ସୃଷ୍ଟି କରିବାକୁ ଅପଚେଷ୍ଟା କରିଛନ୍ତି।

ସେ ତଦନ୍ତକାରୀ ଅଫିସର ଓ ବିଚାରପତି ଭୂମିକାରେ ଅବତୀର୍ଣ୍ଣ ହୋଇ ଗଣମାଧ୍ଯମରେ ବକ୍ତୃତା ଦେବା ଶୋଭନୀୟ ନୁହଁ। ବିଜେଡି ସରକାର ଅମଳରେ ଯାହା ବି ଘଟଣାରେ ଆଇନକୁ ତା ବାଟରେ ଯିବାକୁ ଦିଆଯାଉ ବୋଲି କହୁଥିଲେ । ଏବେ ଆଇନ ତା ବାଟରେ ଗଲା ବେଳେ ବିଜେଡି ବାଟ ଓଗାଲୁଛି। ନିଜର ରାଜନୈତିକ ସ୍ବାର୍ଥ ପଦାରେ ପଡ଼ିବା ଆଶଙ୍କାରେ ସେ ତଦନ୍ତକୁ ବାଟବଣା କରିବାକୁ ଅପଚେଷ୍ଟା କରୁଛି।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 3 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ