ନ୍ୟାୟିକ ତଦନ୍ତ ଦାବିରେ ବ୍ରହ୍ମପୁରରେ ବିଜେଡିର ବିକ୍ଷୋଭ ଶୋଭାଯାତ୍ରା.

Spread the love

ବ୍ରହ୍ମପୁର:(ଜେଏମଜେ ବ୍ୟୁରୋ): ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ବିଜେଡି ଜିଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କୁ ଗିରଫ ପ୍ରତିବାଦରେ ବିଜେଡି ତରଫରୁ ଗୁରୁବାର ବ୍ରହ୍ମପୁରରେ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଦଳର ବହୁ ନେତା ଓ କର୍ମୀ ହିଲ୍‌ପାଟଣାସ୍ଥିତ ଗଣେଶ ମନ୍ଦିର ପାଖରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଗାନ୍ଧୀନଗର ଛକ ଠାରେ ପହଞ୍ଚିଥିଲେ।

ସେଠାରେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା। ତଦନ୍ତ ପ୍ରକ୍ରିୟା ଏବଂ ପୁଲିସର ଭୂମିକାକୁ ନେଇ ଦଳୀୟ ନେତାମାନେ ସନ୍ଦେହ ପ୍ରକାଶ କରିବା ସହିତ ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ବାବଧାନରେ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଥିଲେ।

ବିକ୍ରମଙ୍କ ଗିରଫ ପରଠୁ ଦଳ ତରଫରୁ ତାଙ୍କ ସମର୍ଥନରେ ନେତାମାନେ ଏକାଠି ହୋଇଛନ୍ତି। ଦଳର ବହୁ ରାଜ୍ୟସ୍ତରୀୟ ନେତା ବିକ୍ଷୋଭରେ ଭାଗ ନେଇଥିଲେ। ବକ୍ତବ୍ୟରେ ନେତାମାନେ କହିଥିଲେ, ଶାସକ ଦଳର ଚାପରେ ପୁଲିସ ତଦନ୍ତ କରୁଛି। ସେଥିପାଇଁ ପୀତବାସଙ୍କ ହତ୍ୟା ପରଠୁ ଏକାଦଶାହ ପର୍ଯ୍ୟନ୍ତ ଗୋଟିଏ ପ୍ରକାର ତଦନ୍ତ ଚାଲିଥିଲା। କିନ୍ତୁ ପରେ ଶାସକ ଦଳର କେତେକ ନେତାଙ୍କ ସଂପୃକ୍ତି କଥା ଜଣାପଡ଼ିବା ପରେ ତଦନ୍ତର ଦିଗକୁ ବଦଳାଇ ଦିଆଗଲା। ଶାସକ ଦଳର ନେତୃବୃନ୍ଦଙ୍କ ନିର୍ଦେଶରେ ତଦନ୍ତ ବାଟବଣା ହେଲା। ଆଉ ଶେଷରେ ବିକ୍ରମଙ୍କୁ ଗିରଫ କରାଯାଇଛି। ତେବେ ଜଣେ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଯେଉଁ ଅଭିଯୋଗ ଆସିଥିଲା, ସେ ଦିଗରେ ତଦନ୍ତ କରାଗଲା ନାହିଁ। ତେଣୁ ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି ହେଉଛି। ବିଶେଷକରି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ହତ୍ୟାକାଣ୍ଡର କାରଣ ସଂପର୍କରେ ଯାହା କହିଲେ, ତାହା ବିଶ୍ବାସଯୋଗ୍ୟ ନୁହଁ। ଅନେକ କଥା ଲୁଚାଯାଉଛି। ଏଣୁ ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ବାବଧାନରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନେତାମାନେ ଦାବି କରିଛନ୍ତି। ଆଗାମୀ ଦିନରେ ଆନ୍ଦୋଳନକୁ ଜିଲାବ୍ୟାପି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମୁଖପାତ୍ର ତୁମ୍ବନାଥ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ପୂର୍ବତନ ସାଂସଦ ରାଜେଶ୍ବରୀ ମଲ୍ଲିକ, ସର୍ମିଷ୍ଠା ସେଠୀ, ପ୍ରମିଳା ବିଷୋୟୀ, ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସାଦ ଜେନା, ପୁରୀ ବିଧାୟକ ସୁନିଲ ଜେନା, କେନ୍ଦ୍ରାପଡ଼ା ବିଧାୟକ ଗଶେଣ୍ବର ବେହେରା, ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀଉଷା ଦେବୀ, ଭୃଗୁ ବକ୍ସିପାତ୍ର, ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ମଞ୍ଜୁଳା ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମୁଖପାତ୍ର ଲେନିନ୍‌ ମହାନ୍ତିଙ୍କ ସମେତ ବହୁ ନେତା ଓ କର୍ମୀ ଏଥିରେ ଭାଗନେଇଥିଲେ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 1 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ