ପୀତବାସ ପଣ୍ଡା ହତ୍ୟା କାଣ୍ଡ ମାମଲା: ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ..

Spread the love

ଜେଏମଜେ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା କାଣ୍ଡ ମାମଲା: ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ..ବିଜେଡି ଜିଲ୍ଲା ସଭାପତି ଙ୍କୁ ପୋଲିସ କୌଣସି ଅଜଣା ଜଗା ରେ ଜେରା କରୁଥୁବା ବେଳେ ବୈଦ୍ୟନାପୂର ଥାନା ଆଗରେ ଗହଳି ଲାଗିଲାଣି..ସୁରକ୍ଷା ଦୃଷ୍ଟରୁ ଥାନା ଆଗରେ ବ୍ୟାପକ ପୋଲିସ ମୁତୟନ ହେଲେଣି.. ସେପଟେ ବିକ୍ରମ ପଣ୍ଡା ଙ୍କ ଘରେ ବିଜେଡି ନେତା ଓ କର୍ମୀ ଙ୍କ ଭିଡ଼ ଲାଗିଲାଣି..
ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ । ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତିଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ । ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଛି । ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ଵରେ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ପୋଲିସ ଟିମ୍ ଉଠାଇ ନେଇଥିବା ସୂଚନା ମିଳିଛି ।

ପୋଲିସ ବିକ୍ରମଙ୍କୁ ଉଠାଇ ନେବା ପରେ ବୈଦ୍ୟନାଥପୁର ଥାନାରେ ତାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ପୂର୍ବରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଉଠାଇ ନେଇଥିଲା ପୋଲିସ । ଶିବ ଶଙ୍କରଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ମଧ୍ୟ ରହିଛି । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରିଥିଲା । ବିଜେଡି ନେତା ମଦନ ଦଳାଇକୁ ମଧ୍ୟ ଉଠାଇ ନେଇଛି ବ୍ରହ୍ମପୁର ପୋଲିସ ।ଏବେ ପୋଲିସ କବ୍‌ଜାରେ ଜଣେ ଛାତ୍ର ନେତା ଓ ସାର୍ପ ସୁଟର ଥାନାରେ ଅଟକ ଥିବା ସୂଚନା ମିଳିଛି । ରେକି କରିଥିବା ଦୁର୍ବୃତ୍ତଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ବିଜେଡିର ଏକାଧିକ ନେତାଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା କରିବା ପରେ ରାଜନୈତିକ ଶତ୍ରୁତାରୁ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ଦୃଢ଼ ହୋଇଛି । ହେଲେ ପୋଲିସ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ

ଖୁବଶୀଘ୍ର ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ଖୁଲାସା କରିପାରେ ବ୍ରହ୍ମପୁର ପୋଲିସ । ଏବେ ସୁଦ୍ଧା ପୋଲିସ ୧୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା ସହ ୭୦ରୁ ଅଧିକ CCTV ଯାଞ୍ଚ କରି ସାରିଲାଣି । ପୀତବାସ ପଣ୍ଡାଙ୍କ ହତ୍ୟାକୁ ୧୭ ଦିନ ବିତି ଥିବାବେଳେ କିଏ ଓ କାହିଁକି ହତ୍ୟା କଲା ତାହା ରହସ୍ୟ ଭିତରେ ରହିଛି । ମଙ୍ଗଳବାର ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି, ଲାଷ୍ଟ ଲିଙ୍କରେ ଚାଲିଛି ତଦନ୍ତ । ଦିନେ ଦୁଇ ଦିନ ଭିତରେ ରହସ୍ୟ ଭିତରୁ ପରଦା ଉଠିବ ।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 30 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 37 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 28 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 40 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର