ଦକ୍ଷିଣାଞ୍ଚଳ ଆଇଜିଙ୍କ ବଡ଼ ବୟାନ, ପୀତବାସ ପଣ୍ଡା ହତ୍ୟା ମାମଲାର ଖୁଲାସା ଖୁବଶୀଘ୍ର ହେବ:

Spread the love

ବ୍ରହ୍ମପୁର(ଜେଏମଜେ ବ୍ୟୁରୋ): : ପୀତବାସ ପଣ୍ଡା ହତ୍ୟା ମାମଲା। ଖୁବଶୀଘ୍ର ଘଟଣାରେ ଖୁଲାସା ହେବ । ଦିନେ କି ଦୁଇ ଦିନ ମଧ୍ୟରେ ଫୈସଲା ହୋଇଯିବ । ଯାହାକୁ ପରବର୍ତ୍ତୀ ସମୟରେ ଏସ୍‌ପି ଜଣାଇବେ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରୁ ବିତିଲାଣି ୧୫ ଦିନ । ତଦନ୍ତ ତ୍ୱରାନ୍ୱିତ ହୋଇଥିଲେ ବି ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିପାରିନାହିଁ । ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ ସହିତ ୮୦ରୁ ଅଧିକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ଜେରା ଚାଲିଛି । ଅନେକଙ୍କୁ ଜେରା ପରେ ଛାଡ଼ି ଦିଆଯାଇଥିବା ବେଳେ ପୋଲିସ ୭ଜଣ ପୋଲିସ କବ୍‌ଜାରେ ଥିବା ସୂଚନା ମିଳିଛି । ବ୍ରହ୍ମପୁରରୁ ଜଣେ ମଦ ବ୍ୟବସାୟୀଙ୍କୁ ମଧ୍ୟ ପଚରାଉଚରା ପରେ ଛଡ଼ାଯାଇଛି । ଏପିରିକି ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କୁ ଅଟକ ରଖି ଜେରା କରୁଛି ପୋଲିସ। ସେହିପରି ଏହି ଘଟଣାରେ ବିଷୋୟୀ ଗ୍ୟାଙ୍ଗର ସର୍ଦ୍ଦାର କୁହାଯାଉଥିବା ଅନ୍ୟତମ ଅପରାଧୀ ଫେରାର ଥିବା ଜଣାପଡିଛି । ତେବେ ଏହି ଘଟଣାରେ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା ।

ସେପଟେ ତରବରିଆ ଭାବେ କୌଣସି ଆକ୍ସନ ନନେଇ, ପୁରା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରାଯିବ ବୋଲି ବ୍ରହ୍ମପୁର ପୋଲିସ କହିଛନ୍ତି । ଘଟଣାରେ ବ୍ରହ୍ମପୁର ଏସ୍‌ପି ନିଜ ତଦନ୍ତ କରୁଛନ୍ତି । ବଛାବଛା ଅଧିକାରୀଙ୍କୁ ନେଇ ଗଠିତ ୬ଟି ସ୍ୱତନ୍ତ୍ର ଟିମ୍‌ ଘଟଣାର ଛାନ୍‌ଭିନ୍‌ କରୁଛି । ଆଉ ଏବେ ଦକ୍ଷିଣାଞ୍ଚଳ ଆଇଜିଙ୍କ କହିଛନ୍ତି ଯେ, ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବଶୀଘ୍ର ଖୁଲାସା ହେବ । ଏଥିରେ ଜଣେ ରାଜନେତାଙ୍କ ଲିଙ୍କ ଥିବା ସୂଚନା ମିଳିଛି । ଯଦି ତଥ୍ୟ ସଠିକ ହୁଏ, ତେବେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଦିନେ କି ଦୁଇ ଦିନ ମଧ୍ୟରେ ପୁରା ଘଟଣାର ଖୁଲାସା ହେବ ।

  • jmjnewso

    Related Posts

    ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ

    Spread the love

    Spread the loveବୁଗୁଡା,୨୨/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡା ପୋଲିସ ଥାନା ଅଧୀନସ୍ଥ ବାଲିପଦର ଫାଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିଛି ବାଲିପଦର ଫାଣ୍ଡି ପୋଲିସ। ଭଞ୍ଜନଗର…

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    Spread the love

    Spread the love ବୁଗୁଡ଼ା,୨୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ଅଚାନକ ଚଢାଉ କରାଯାଇ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀଠାରେ ଏକ ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ କରି ଜଣେ ଆସାମୀଙ୍କୁ ଗିରଫ…

    Leave a Reply

    Your email address will not be published. Required fields are marked *

    You Missed

    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    • By jmjnewso
    • September 22, 2026
    • 15 views
    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    • By jmjnewso
    • September 22, 2026
    • 15 views
    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    SIRକୁ ନେଇ ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    • By jmjnewso
    • September 22, 2026
    • 18 views
    SIRକୁ ନେଇ  ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

    • By jmjnewso
    • September 22, 2026
    • 25 views
    ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    • By jmjnewso
    • September 22, 2026
    • 23 views
    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    • By jmjnewso
    • September 22, 2026
    • 14 views
    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ