ସକ୍ରିୟ ହେଲା ଘୂର୍ଣ୍ଣିବଳୟ: ପାଞ୍ଚଦିନ ବଡ଼ ବର୍ଷା

Spread the love

ଜେଏମଜେ ବ୍ୟୁରୋ : ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର..ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ଘଣ୍ଟାରେ ଆହୁରି ହେବ ଘନୀଭୂତ ହେବ,ଆଗାମୀ ୫ ଦିନ ଯାଏ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ..ପ୍ରଭାବରେ ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ଆଜି ପାଇଁ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଏହି ୧୧ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୫ ତାରିଖରୁ ବର୍ଷାର ବିସ୍ତୃତି ବଢିବା ସହ ବର୍ଷା ସମୟରେ ୩୦ରୁ ୪୦ କିମି ଝଟକା ପବନ ବହିପାରେ । ୨୬ ତାରିଖ ବେଳକୁ ଦ୍ବିତୀୟ ଓ ୨୯ ତାରିଖ ବେଳକୁ ହେବ ତୃତୀୟ ଲଘୁଚାପ । ଦ୍ବିତୀୟ ଅପେକ୍ଷା ତୃତୀୟଟି ଅଧିକ ଶକ୍ତିଶାଳୀ ହେବା ଭଳି ଜଣାପଡୁଛି ।
ତେବେ ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନଥିବା ବେଳେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଏହି ୧୧ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୫ ତାରିଖରୁ ବର୍ଷାର ବିସ୍ତୃତି ବଢିବା ସହ ବର୍ଷା ସମୟରେ ୩୦ରୁ ୪୦ କିଲୋମିଟର ଝଟକା ପବନ ବହିପାରେ ।

ସେପଟେ ମାସ ଶେଷ ବେଳକୁ ଓଡ଼ିଶାରେ ହେବ କି ବାତ୍ୟା ? ପୂର୍ବରୁ ବାତ୍ୟାକୁ ନେଇ ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲ ଆକଳନ କରିଥିଲା । ଆଉ ଏବେ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ଆକଳନ, ଅକ୍ଟୋବର ଶେଷ ଆଡ଼କୁ ଆସିପାରେ ସାଇକ୍ଲୋନ । ଶୁକ୍ରବାର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏବେର ଲଘୁଚାପ ସହ ପଛକୁ ପଛ ଆହୁରି ୨ଟି ଲଘୁଚାପ ଆସୁଛି । ଶେଷ ଲଘୁଚାପଟି ଅଧିକ ଶକ୍ତିଶାଳୀ ହେବ। ୨୬ ତାରିଖ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ । ଦ୍ବିତୀୟ ଅପେକ୍ଷା ତୃତୀୟଟି ଅଧିକ ଶକ୍ତିଶାଳୀ ହେବା ଭଳି ଜଣାପଡୁଛି । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି । ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁ । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀ କହିଛନ୍ତି- ଆସନ୍ତାକାଲିଠୁ ଆନ୍ଧ୍ର ପ୍ରଦେଶ, ତାମିଲନାଡୁରେ ବର୍ଷା ଆରମ୍ଭ ହେବ । ଓଡ଼ିଶା ଉପକୂଳରେ ମଧ୍ୟ ତା’ର ପ୍ରଭାବ ରହିବ । ପ୍ରଭାବ କମ୍‌ ରହିଲେ ବି ବିଭାଗ ପ୍ରସ୍ତୁତ ଅଛି । ସେହିପରି କୌଣସି ଗୁଜବରେ ବିଶ୍ବାସ ନ କରିବା ସହ ରାଜ୍ୟବାସୀ ବ୍ୟସ୍ତ ନ ହେବାକୁ ଅପିଲ କରିଛନ୍ତି ରାଜସ୍ବ ମନ୍ତ୍ରୀ ।

  • jmjnewso

    Related Posts

    ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ଗତି ଅତ୍ୟନ୍ତ ମନ୍ଥର ରହିଥିବାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକଙ୍କ ସଦ୍ୟତମ…

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ ଓ ବିଶାଖାପାଟନମରୁ ୪୭୦ କି.ମି…

    Leave a Reply

    Your email address will not be published. Required fields are marked *

    You Missed

    ରାସନ କାର୍ଡରୁ ବାଦ୍‌ ପଡିଲେ ୯ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ

    • By jmjnewso
    • September 23, 2026
    • 31 views
    ରାସନ କାର୍ଡରୁ ବାଦ୍‌ ପଡିଲେ ୯ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ

    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    • By jmjnewso
    • September 23, 2026
    • 91 views
    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    • By jmjnewso
    • September 23, 2026
    • 42 views
    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    ଦିନ ତମାମ ମେଘୁଆ ପାଗ ସହ ବର୍ଷା: ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    • By jmjnewso
    • September 23, 2026
    • 27 views
    ଦିନ ତମାମ ମେଘୁଆ ପାଗ ସହ ବର୍ଷା:  ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    • By jmjnewso
    • September 23, 2026
    • 28 views
    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!

    • By jmjnewso
    • September 23, 2026
    • 31 views
    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!