୨୭ରେ ବାତ୍ୟା! :ଭୟଭୀତ ନ ହେବାକୁ କହିଲେ ରାଜସ୍ବ ମନ୍ତ୍ରୀ :

Spread the love

ଜେଏମଜେ ବ୍ୟୁରୋ : ପୁଣି ସେହି ଅକ୍ଟୋବର ମାସର ଶେଷ ସପ୍ତାହ, ପୁଣି ଘାରିଛି ବାତ୍ୟା ଭୟ । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ଏହାର ତୀବ୍ରତା କେତେ ରହିବ ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି ।ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି ।

ସତ ହୋଇଛି ପୂର୍ବାନୁମାନ । ଅକ୍ଟୋବର ଶେଷ ସପ୍ତାହରେ ଆସୁଛି ଆଉ ଏକ ବାତ୍ୟା । ଆଇଏମଡିର ଆକଳନ ଅନୁସାରେ, ବଙ୍ଗୋପସାଗର ରେ ଅଧିକ ଘନୀଭୂତ ହୋଇ ଆଗକୁ ବଢ଼ୁଥିବା ଲଘୁଚାପ ଆସନ୍ତାକାଲି ନେବ ଅବପାତର ରୂପ । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା ।

ପାଣିପାଗ ସଂସ୍ଥା ୱିଣ୍ଡିର ଆକଳନ ଅନୁସାରେ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୮ ତାରିଖ ବେଳକୁ ସ୍ଥଳଭାଗ ଅତିକ୍ରମ କରିପାରେ । ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ନିକଟ ଦେଇ ଅତିକ୍ରମ କରିପାରେ ଉପକୂଳ । ତେବେ ଲଘୁଚାପ ଅବପାତର ରୂପ ନେବା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ସମାନ ଆକଳନ କରିଛନ୍ତି।

ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୬ରୁ ୨୯ପର୍ଯ୍ୟନ୍ତ ବଡ଼ ବର୍ଷା ହୋଇପାରେ । ୨୬ ତାରିଖରେ ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି । ୨୭ରେ ରାୟଗଡ଼ା, ଗଞ୍ଜାମ, ଗଜପତିକୁ ଅରେଞ୍ଜ ଆଲର୍ଟ । ୨୮ରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୯ରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

  • jmjnewso

    Related Posts

    ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ଗତି ଅତ୍ୟନ୍ତ ମନ୍ଥର ରହିଥିବାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକଙ୍କ ସଦ୍ୟତମ…

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ ଓ ବିଶାଖାପାଟନମରୁ ୪୭୦ କି.ମି…

    Leave a Reply

    Your email address will not be published. Required fields are marked *

    You Missed

    ରାସନ କାର୍ଡରୁ ବାଦ୍‌ ପଡିଲେ ୯ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ

    • By jmjnewso
    • September 23, 2026
    • 31 views
    ରାସନ କାର୍ଡରୁ ବାଦ୍‌ ପଡିଲେ ୯ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ

    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    • By jmjnewso
    • September 23, 2026
    • 91 views
    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    • By jmjnewso
    • September 23, 2026
    • 42 views
    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    ଦିନ ତମାମ ମେଘୁଆ ପାଗ ସହ ବର୍ଷା: ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    • By jmjnewso
    • September 23, 2026
    • 27 views
    ଦିନ ତମାମ ମେଘୁଆ ପାଗ ସହ ବର୍ଷା:  ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    • By jmjnewso
    • September 23, 2026
    • 28 views
    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!

    • By jmjnewso
    • September 23, 2026
    • 31 views
    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!