ଝିଅଙ୍କୁ ମିଳିବନି ବାପଘର ସମ୍ପତ୍ତି, ହୋଇପାରିବେନି ଉତ୍ତରାଧିକାରୀ: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

Spread the love

ଜେଏମଜେ ବ୍ୟୁରୋ : ପୈତୃକ ସମ୍ପତ୍ତିକୁ ନେଇ ଅଧିକାଂଶ ସମୟରେ ଦେଖା ଦେଉଛି ବିବାଦ। ଯାହା ସମାଧାନ ହେବା ପାଇଁ କୋର୍ଟ କଚେରୀରେ ଯ।ଇଁ ପହଞ୍ଚୁଛି। ପିତା ମାତାଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲାଗି ଭାଇ-ଭଉଣୀଙ୍କ ମଧ୍ୟରେ ଏ ନେଇ ଅନେକ ସମୟରେ ଲାଗି ରହୁଛି ବିବାଦ। ଯ।ହାକୁ ନେଇ ଏବେ ଏକ ବଡ଼ ନିଷ୍ପତ୍ତି ଆସିଛି। ଯାହା ଅନୁସାର ଯଦି ଜଣେ ହିନ୍ଦୁ ପିତା ମୃତ୍ୟୁବରଣ କରନ୍ତି ଏବଂ ତାଙ୍କ ପୁଅମାନେ ଜୀବିତ ଥାଆନ୍ତି, ତେବେ ତାଙ୍କ ଝିଅ ପିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରିବେ ନାହିଁ। ଏକ ସମ୍ପତ୍ତି ବିବାଦ ସମାଧାନ ପରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଛତିଶଗଡ଼ ହାଇକୋର୍ଟ।
ମିତାକ୍ଷର ଆଇନ ଅନୁଯାୟୀ କୋର୍ଟ ରାୟ ଦେଇଛନ୍ତି ଯେ ଯଦି ଜଣେ ପିତା ୧୯୫୬ ପୂର୍ବରୁ ମୃତ୍ୟୁବରଣ କରଥାନ୍ତି, ତେବେ ତାଙ୍କ ଝିଅ ତାଙ୍କ ସମ୍ପତ୍ତିର କୌଣସି ଅଂଶ ପାଇବାକୁ ହକଦାର ହେବେ ନାହିଁ। ଏହି ମାମଲାରେ ସରଗୁଜା ଜିଲ୍ଲାର ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଜଡିତ ଥିଲା। ତାଙ୍କ ପିତାଙ୍କ ମୃତ୍ୟୁ ୧୯୫୦ ମସିହାରେ ହୋଇଥିଲା। ଆଉ ଭାଇ ସମ୍ପତ୍ତିର ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ, ଯାହାକୁ ଭଉଣୀ ବିରୋଧ କରିଥିଲେ। ମାମଲାଟି ସରଗୁଜାର ସିଭିଲ୍ କୋର୍ଟରେ ପହଞ୍ଚିଥିଲା।
ତେବେ କୋର୍ଟ ଦାବିକୁ ଖାରଜ କରି କହିଥିଲେ ଯେ ପିତାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିବାରୁ ଆବେଦନକାରୀ ଭଉଣୀ ସମ୍ପତ୍ତି ପାଇପାରିବେ ନାହିଁ। ସେ ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ସମାନ ନିର୍ଦ୍ଦେଶ ଦେଇଥିଲେ। କାରଣ ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନ, ୨୦୦୫ ଅନୁଯାୟୀ, ପୈତୃକ ସମ୍ପତ୍ତିରେ ଝିଅମାନଙ୍କୁ ପୁଅ ପରି ସମାନ ଅଧିକାର ଦିଆଯାଇଥିଲା।
ଏହା କାର୍ଯ୍ୟକାରୀ ହେବା ପରେ, ଝିଅମାନଙ୍କୁ ଜନ୍ମରୁ ସହ-ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା। ହେଲେ ଯେହେତୁ ଆବେଦନକାରୀଙ୍କ ପିତା ୧୯୫୦ ମସିହାରେ ମୃତ୍ୟୁବରଣ କରିଥିଲେ। କୋର୍ଟ କହିଥିଲେ ଯେ ହିନ୍ଦୁ ଉତ୍ତରାଧିକାର ଆଇନ ୧୯୫୬ ପୂର୍ବରୁ ଘଟିଥିବା ମୃତ୍ୟୁ ପାଇଁ ପ୍ରଯୁଜ୍ୟ ନୁହେଁ।
କୋର୍ଟ ଉଲ୍ଲେଖ କରିଛନ୍ତି, “ଯେତେବେଳେ ମିତାକ୍ଷର ଆଇନ ଦ୍ୱାରା ପରିଚାଳିତ ଜଣେ ହିନ୍ଦୁ ୧୯୫୬ ପୂର୍ବରୁ ମୃତ୍ୟୁବରଣ କରନ୍ତି, ତାଙ୍କର ପୃଥକ ସମ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ତାଙ୍କ ପୁଅ ଉପରେ ନ୍ୟସ୍ତ ହେବ। ଜଣେ କନ୍ୟା ସନ୍ତାନ କେବଳ ପୁତ୍ର ସନ୍ତାନର ଅନୁପସ୍ଥିତିରେ ଏପରି ସମ୍ପତ୍ତିରେ ଅଧିକାର ଦାବି କରିପାରିବେ।”

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ