ସ୍ଥାନାନ୍ତର ହେବେ ୩୫ହଜାର ଲୋକ, ସଚିବ, ଜିଲ୍ଲାପାଳଙ୍କ ସହ ମନ୍ତ୍ରୀଙ୍କ ବୈଠକ

Spread the love

ଭୁବନେଶ୍ୱର:ଜେଏମଜେ ବ୍ୟୁରୋ: ବାତ୍ୟା ମୋନ୍ଥାରେ ଶୂନ ମୃତାହତ ଲକ୍ଷ୍ୟ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସବୁ ବିଭାଗର ସଚିବ, ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ଯେ ଆଜି ସଂଧ୍ୟା ସୁଦ୍ଧା ୮ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ୧୪୪୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି, ଆହୁରି ୩୨,୫୨୮ ଜଣ ଲୋକଙ୍କୁ ନିରାପଦ ଭାବେ ସ୍ଥାନାନ୍ତର ହେବେ। ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୪୯୬ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆହୁରି ୭୬୦ ଜଣ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି।

ବାତ୍ୟା ପ୍ରସ୍ତୁତି ନେଇ ତଟରକ୍ଷୀ ବାହିନୀ ସହିତ ମଧ୍ୟ ଆଲୋଚନା ହୋଇଛି। ସମୁଦ୍ର ମଧ୍ୟରେ ରହିଯାଇଥିବା ଟ୍ରଲରଗୁଡ଼ିକୁ ସୁରକ୍ଷିତ ଭାବେ କୂଳକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପ୍ରଭାବିତ ଆଶଙ୍କା ଥିବା ୮ଟି ଜିଲ୍ଲାରେ ୧୪୦ଟି ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବିଭାଗର ଦଳ ମୁତୟନ ହୋଇଛନ୍ତି। ସବୁ ଜିଲ୍ଲାରେ ବରିଷ୍ଠ ଅଧିକାରୀମାନଙ୍କୁ ବାତ୍ୟା ପରିଚାଳନାର ଦାୟିତ୍ୱ ଦିଆଯାଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଯଦି ବିଦ୍ୟୁତ୍ ସେବା ବ୍ୟାଘାତ ହୁଏ ତେବେ ୨୪ ଘଣ୍ଟା ମଧ୍ୟରେ ଏହାକୁ ପୁନସଂସ୍ଥାପନ କରିବାକୁ ବ୍ୟବସ୍ଥା କରାଯାଇଛି।

ସେହିଭଳି ହୀରାକୁଦ ବନ୍ଧର ଜଳ ପରିଚାଳନାକୁ ନିୟନ୍ତ୍ରିତ କରାଯାଉଛି। ବିପଦସଂକୁଳ ସ୍ଥାନରେ ଥିବା ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି।
ଏସ୍ଆର୍ସି ଡି.କେ ସିଂହ କହିଛନ୍ତି ଯେ ପୂର୍ବାନୁମାନ ଅପେକ୍ଷା ବାତ୍ୟାର ପ୍ରଭାବ କମ୍ ରହିବ। ଆତଙ୍କିତ ନହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଭୂସ୍ଖଳନର ଆଶଙ୍କା ଥିବାରୁ ତାହାକୁ ସାମ୍ନା କରିବା ପାଇଁ ବିଭିନ୍ନ ସ୍ଥାନରେ ୧୩୦ଟିମ୍ ପ୍ରସ୍ତୁତ ରହିଛନ୍ତି। ବିଶେଷ କରି ଗଜପତି ଜିଲ୍ଲାକୁ ଅଧିକ ୭ଟି ଓ ମାଲକାନଗିରି ଜିଲ୍ଲାକୁ ଅଧିକ ୩ଟି ଟିମ୍ ପଠାଯାଇଛି। ସମସ୍ତ ହୋଟେଲ୍ ଓ ପର୍ଯ୍ୟଟନସ୍ଥଳୀକୁ ବାତ୍ୟା ସମ୍ପର୍କରେ ଅବଗତ କରାଯିବା ସହ ସତର୍କ କରାଯାଇଛି। ପର୍ଯ୍ୟଟକ ଓ ଲୋକମାନେ ପାହାଡ଼କୁ ନଚଢ଼ିବା ଓ ନଦୀକୁ ନଯିବାକୁ ସତର୍କ କରାଯାଇଛି। ଯଦି କେଉଁଠି ଲୋକ ଫସିଯାଇଛନ୍ତି ତୁରନ୍ତ ଘଟଣା ସମ୍ପର୍କରେ ଜଣାଇବା ପାଇଁ ହେଲ୍ପଲାଇନ୍ ନମ୍ବର-୧୧୨ କଲ୍ କରି ଜଣାଇବାକୁ କୁହାଯାଇଛି।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ