କଂଗ୍ରେସର ବଡ଼ ଅଭିଯୋଗ : ନୂଆପଡ଼ା ଉପନିର୍ବାଚନରେ ପୁଲିସକୁ ବ୍ୟବହାର କରୁଛି ବିଜେପି

Spread the love

ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ  ଦଳର ଉପସଭାପତି ଲଲାଟେନ୍ଦୁ ମହାପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।ସେ କହିଛନ୍ତି, ଉପନିର୍ବାଚନରେ କଂଗ୍ରେସ ଭଲ ସ୍ଥିତିରେ ରହିଛି। ଦିନକୁ ଦିନ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲୋକପ୍ତିୟତା ବଢୁଛି। ରାଜ୍ୟ ସରକାର ଲୋକପ୍ରିୟତା ରୋକିବା ପାଇଁ କଳ, ବଳ ଲଗାଉଛନ୍ତି ବୋଲି ସେ ବଡ଼ ଅଭିଯୋଗ ଆଣିଛନ୍ତି।

ଗତକାଲି ପୁଲିସ ନୂଆପଡ଼ା କଂଗ୍ରେସ ଭବନ ଭିତରେ ପଶି ଆତଙ୍କରାଜ ସୃଷ୍ଟି କରିଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ପୁଲିସକୁ ବ୍ୟବହାର କରୁଛି ବିଜେପି ଦଳ। ପୁଲିସ କେତେ ଥର ବିଜେପି ଏବଂ ବିଜେଡି ଅଫିସରେ ଯାଞ୍ଚ୍ କରିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ମହିଳାମାନଙ୍କୁ ପ୍ରଭାବିତ କରିବାକୁ ବିଜେପି ନେତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ମେଳାର ଆୟୋଜନ କରିଥିଲେ, ସେତେବେଳେ କେଉଁଠି ଥିଲେ ଏହି ପୁଲିସ ଅଧିକାରୀ ବୋଲି ସେ ପ୍ରଶ୍ନ କରିଛନ୍ତି।

ତେଣୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରୁଛୁ ତୁରନ୍ତ ଏହି ଘଟଣାର ତର୍ଜମା କରନ୍ତୁ, ଏବଂ ଦୃଢ କାଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ। ନୂଆପଡ଼ା ଉପନିର୍ବାଚନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଧରାପଡ଼ିଛି। ୭୦ ଲକ୍ଷ ଟଙ୍କା ପୁଲିସ ଜବତ କରିଥିଲା।  କିନ୍ତୁ ଏପର୍ୟ୍ଯନ୍ତ ପୁଲିସ ସ୍ପଷ୍ଟ କରିନାହିଁ ଏହି ଟଙ୍କା କାହାର। ଏହି ଟଙ୍କା ହେଉଛି ଜଣେ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କର। ସେ ଜଣେ ବିଜେପି ସଂସଦଙ୍କ ସମର୍ଥକ ବୋଲି ଅଭିଯୋଗ କରିଛି କଂଗ୍ରେସ।


  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 68 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ