ନୂଆପଡ଼ାରେ ବଢ଼ୁଛି ନିର୍ବାଚନ ତାତି : ଏବେ ମଇଦାନକୁ ଓହ୍ଲାଇବେ ମୁଖିଆ

Spread the love

ଜେଏମଜେ ବ୍ୟୁରୋ : ପ୍ରଚାରରେ ଉଠୁଛିପଡୁଛି ନୂଆପଡ଼ା । ଆସନ୍ତାକାଲିଠୁ ନୂଆପଡ଼ାରେ ଆରମ୍ଭ ହେବ ହାଇ ଭୋଲଡେଟ୍ ପ୍ରଚାର । ଏଇଥିପାଇଁ ଏହି ସପ୍ତାହରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ ଓ ମୋହନ ମାଝୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ଏପଟେ ଆଜି କେନ୍ଦୁପତ୍ର ତୋଳାଳିଙ୍କୁ ମନାଇବା ପାଇଁ ବିଜେପି କରିଛି ସମାବେଶ ।

ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ହେବାକୁ ମାତ୍ର ସପ୍ତାହେ ବାକି । ଛାମୁଆଙ୍କ ପରେ ଏବେ ମୁଖିଆଙ୍କ ପାଳି । ଆସନ୍ତାକାଲି ପ୍ରଚାରକୁ ଯିବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କୋମନାର ତରବୋଡରେ ଜନସଭା କରିବେ । ୭ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସାଲେଭଟାରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କ ପାଇଁ ପ୍ରଚାର କରିବେ। ବିଜେପି ପ୍ରାର୍ଥୀଙ୍କ ପାଇଁ ଦ୍ବିତୀୟ ଥର ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶେଷ ପର୍ଯ୍ୟାୟରେ ଅର୍ଥାତ୍ ୬ରୁ ୮ ତାରିଖ ପର୍ଯ୍ୟନ୍ତ ସେ ନୂଆପଡ଼ାରେ ପ୍ରଚାର କରିବେ ।

ନୂଆପଡାରେ ଭୋଟରଙ୍କ ନିଜ ଆଡ଼କୁ ଆଣିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛନ୍ତି ରାଜନୈତିକ ଦଳ । କେନ୍ଦୁପତ୍ର ତେଳାଳିଙ୍କ ଭୋଟ ଉପରେ ଆଖି ପକାଇଛି ବିଜେପି । ନୂଆପଡାର ସାରବଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ.ଭି .ସିଂଦେଓ ଓ ଅନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି କରିଛି ସମାବେଶ । ଏଠାରେ ୩୨ ହଜାର କେନ୍ଦୁପତ୍ର ତେଳାଳି ଅଛନ୍ତି ଓ ଏମାନଙ୍କ ଭୋଟ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ବିଜେଡି ନୂଆପଡ଼ା ସୀମାନ୍ତ ଅଂଚଳରେ ମାରାଥନ ସମାବେଶ କରିଛି । କଂଗ୍ରେସ ବି ନୂଆପଡାରୁ ଖରିଆର ରୋଡ ଯାଏଁ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଛି । ଆସନ୍ତା ରବିବାର ନୂଆପଡ଼ାରେ ପ୍ରଚାର ସରିବ । ମଙ୍ଗଳବାର ଅର୍ଥାତ ୧୧ ତାରିଖରେ ପଡ଼ିବ ଭୋଟ ।

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ