ଏଣିକି ଜମି କିଣା ବିକା ହେବ ଆହୁରି ସହଜ

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟରେ ଜମି କିଣାବିକା ସହଜ କରିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ତହସିଲରେ ଖୋଲିବ ସବରେଜିଷ୍ଟ୍ରି ଅଫିସ୍ । ଆଜି ତହସିଲ ଅଫିସରେ ଜମି କିଣାବିକା ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟରେ ୪୪ଟି ଓ ଡିସେମ୍ବର ସୁଦ୍ଧା ୨୭୩ଟି ତହସିଲ ଅଫିସରେ ଆରମ୍ଭ ହେବ ସେବା ।

ଅନ୍ୟପଟେ ଏଣିକି ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ ଫି। ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି ଏବଂ ଭଡ଼ା ଛାଡ଼ ପାଇଁ ରାଜସ୍ୱ ବିଭାଗର ନିଷ୍ପତ୍ତି ହୋଇଥିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ରାଜସ୍ଵ ମନ୍ତ୍ରୀ କହିଛନ୍ତି, “ଭାରତ ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜିକରଣ କରିଥିବା MSME ଏବଂ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲେ ଜମି କିସମ ପରିବର୍ତ୍ତନ ପାଇଁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ ।

ଯେଉଁ କ୍ଷୁଦ୍ର ଲଘୁ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜିକୃତ ଥିବେ ଏବଂ ଜିଲ୍ଲା କମିଟି ଅନୁମୋଦିତ ହୋଇଥିବେ ସେମାନେ ଏହି ସୁବିଧା ପାଇପାରିବେ । ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଜମି, ଉପକୂଳ ନିୟମିକ ଅଞ୍ଚଳ, ପ୍ରତ୍ନତାତ୍ତ୍ଵିକ ଜମି ଯେଉଁଠି ଅନ୍ୟ ଆଇନ ବଳବତ୍ତର ଅଛି ସେଠି ଏହି ସୁବିଧା ଲାଗୁ ହେବ ନାହିଁ । ଉଦ୍ୟୋଗୀ ମାନେ ଉଦ୍ଦେଶ୍ୟରୁ ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ ।

୨୦୨୧ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଉଦ୍ୟମ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜିକରଣ କରି MSME ଶିଳ୍ପ ଖୋଲିଛନ୍ତି ରାଜ୍ୟର ୯ ଲକ୍ଷରୁ ଅଧିକ ମହିଳା । ୨୦୨୦-୨୧ ଆର୍ଥିକ ବର୍ଷରେ ୭ ହଜାର ୮୨୩ ଜଣ ମହିଳା ଉଦ୍ୟୋଗୀ ବନିଥିବା ବେଳେ ୨୦୨୧-୨୨ ରେ ୨୦ ହଜାର ୬୮୮ ଜଣ, ୨୦୨୨-୨୩ ରେ ୩୮ ହଜାର ୯୭ ଜଣ, ୨୦୨୩-୨୪ ରେ ୩ ଲକ୍ଷ ୯୯ ହଜାର ୭୨୮ ଜଣ, ୨୦୨୪-୨୫ ରେ ୨ ଲକ୍ଷ ୪୩ ହଜାର ୧୫୪ ଜଣ ଏବଂ ୨୦୨୫-୨୬ ଜୁଲାଇ ମାସ ସୁଦ୍ଧା ୩୬ ହଜାର ୧୮୪ ଜଣ ଓଡ଼ିଆ ମହିଳା ଖୋଲିଛନ୍ତି ନିଜସ୍ୱ MSME ଉଦ୍ୟୋଗ ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 22 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 19 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 27 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ