ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣା: ୧୦ ମୃତ, ୩୫ ଆହତ, ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ

Spread the love

ଜେଏମଜେ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାଶୀବୁଗାସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଆଜି କାର୍ତ୍ତିକ ଏକାଦଶୀରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ହୋଇ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯୁବତୀ ଅଛନ୍ତି। ଗୁରୁତର ଆହତଙ୍କୁ କାଶୀବୁଗା, ପଲାସା ଓ ଶ୍ରୀକାକୁଲମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ଯାହା ସୂଚନା ରହିଛି, ଏକାଦଶୀ ପାଇଁ କାଶୀବୁଗା ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଉପରମହଲାରେ ଥିବା ମନ୍ଦିରକୁ ଯିବା ଲାଗି ସମସ୍ତେ ଧାଡ଼ିରେ ଛିଡ଼ା ହୋଇଥିଲେ। ସକାଳ ୮ଟାରୁ ଭିଡ଼ ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୧ଟା ବେଳକୁ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ଓ ବଚସା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଭିଡ଼ରୁ ମୁକୁଳିବାକୁ ରେଲିଂ ଉପାଡ଼ିବାକୁ କେତେକ ଚେଷ୍ଟା କରିଥିଲେ। ତେବେ ରେଲିଂ ଭୁଶୁଡ଼ି ପଡ଼ିବାରୁ କ୍ଷଣିକ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାହାଚ ଉପରୁ ତଳକୁ କିଛି ମହିଳା ଓ ପୁରୁଷ ପଡ଼ିଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ସମସ୍ତେ ଦୌଡ଼ିବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ୯ ଜଣ ପ୍ରାଣ ହରାଇଥିବା ବେଳେ ପରେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିଲା।

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର ଗ୍ରାମର ଆର.ଦିଲେଶଙ୍କ ଝିଅ ଆର୍.ରୂପା (୨୧) ରହିଛନ୍ତି। ସେହିପରି ଅନ୍ୟ ମୃତକମାନେ ହେଲେ, ଆନ୍ଧ୍ରପ୍ରଦେଶ ଟେକାଲିର ଇଦୁରୀ ଚିନ୍ନାମି (୫୦), ଆର୍.ବିଜୟ (୪୮), ବ୍ରଜପକଟୁରୁର ଏମ୍.ନିଲାମ୍ମା (୬୦), ମଣ୍ଡସାର ଡି.ରାଜେଶ୍ବରୀ (୬୦) ଓ ବି.ବୃନ୍ଦାବତୀ, ନନ୍ଦିଗାଁର ସି. ଯଶୋଦାମ୍ମା (୫୬), ସୋମପେଟାର ଏସ୍.ନିଖିଲ (୧୩), ପଲାସାର ଡି.ଆମୁଦମ୍ମା। ଆହତମାନଙ୍କୁ ସ୍ଥାନୀୟ ପୁଲିସ ଓ ଯୁବକମାନେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ମନ୍ଦିର ଭିତରେ ମହିଳାମାନେ ଆତ୍ମୀୟଙ୍କ ଶବ ନିକଟରେ ଛାତି ପିଟି କାନ୍ଦୁଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାକୁ ଅତ୍ୟନ୍ତ ପୀଡ଼ାଦାୟକ ଓ ଦୁଃଖଦ ବୋଲି ବର୍ଣ୍ଣନା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଘଟଣ ପାଇଁ ଆୟୋଜକମାନଙ୍କ ମଧ୍ୟରେ ସମନ୍ୱୟର ଅଭାବକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ‘ଯଦି ଆୟୋଜକମାନେ ପୂର୍ବରୁ ସୂଚନା ଦେଇଥାନ୍ତେ, ଏହାକୁ ରୋକାଯାଇ ପାରିଥାନ୍ତା।’ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଆହତମାନଙ୍କ ପାଇଁ ଉଚ୍ଚମାନର ଚିକିତ୍ସା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳାଚକଟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି’ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହରିମୁକୁନ୍ଦ ପଣ୍ଡା ନାମକ ଜଣେ ବ୍ୟକ୍ତି ୨୦ କୋଟି ଟଙ୍କା ଖର୍ଚ୍ଚ କରି ୧୨ ଏକର ଜାଗାରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି। ଏହି ମନ୍ଦିରଟି ଗତ ମେ’ ମାସରେ ଉଦ୍ଘାଟିତ ହୋଇଥିଲାବେଳେ ଏବେ ବି ନିର୍ମାଣାଧୀନ ରହିଛି। ଏହି ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ନଥିବା ଜଣାପଡ଼ିଛି। ଏହାସହ ଭିଡ଼ ନିୟନ୍ତ୍ରଣ କରିବା ଲାଗି ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୁଲିସ ଓ ପ୍ରଶାସନକୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। ଅବ୍ୟବସ୍ଥା ଯୋଗୁଁ ଏତେବଡ଼ ଅଘଟଣ ଘଟିଲା ବୋଲି ଅଞ୍ଚଳବାସୀ କହିଛନ୍ତି

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…