ଏଥର ଡିଜିଟାଲି ହେବ ଜନଗଣନା:

Spread the love

ଜେଏମଜେ ବ୍ୟୁରୋ : ୨୦୨୭ରେ ସାରା ଦେଶରେ ହେବ ଜନଗଣନା । ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରଶିକ୍ଷଣ । ଗାଁ ଗାଁ ବୁଲି ଶିକ୍ଷକ କରିବେ ପ୍ରାକ୍‌ ଜନଗଣନା । ସେଥିପାଇଁ ସେମାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଡିଜିଟାଲ ଟ୍ରେନିଂ । କାରଣ ଏଥର ଆଉ ମାନୁଆଲି ନୁହେଁ ବରଂ ଡିଜିଟାଲି ହେବ ଜନଗଣନା । ତେବେ ଏନେଇ ଭୁବନେଶ୍ୱରସ୍ଥିତ BMC ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ସ୍ୱତନ୍ତ୍ର ସେମିନାର । କେବଳ ଭୁବନେଶ୍ୱର ନୁହେଁ, କଟକ-ମୟୁରଭଞ୍ଜ-ନବରଙ୍ଗପୁରରେ ବି ସୋମବାରଠୁ ଆରମ୍ଭ ହୋଇଯାଇଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏହା ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଏଥିରେ ସାମିଲ ଅଛନ୍ତି ଗଣନାକାରୀ ଓ ସୂପରଭାଇଜର ।

ରାଜ୍ୟର ୪ଟି ସ୍ଥାନରେ ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ହେବ ପ୍ରାକ୍ ଜନଗଣନା। ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁରମୁଣ୍ଡାରେ ହେବ ପ୍ରାକ୍ ଜନ ଗଣନା। ଆମ ରାଜ୍ୟ ଭଳି ସାରା ଦେଶରେ ହେବାକୁ ଯାଉଛି ପ୍ରାକ୍ ଜନ ଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ ଏହି ଜନଗଣନାରେ ସାମିଲ ହେବେ । ସେମାନଙ୍କୁ ମୋବାଇଲ ଆପ ମାଧ୍ୟମରେ କେମିତି ଜନଗଣନା କରିବେ ସେନେଇ ଟ୍ରେନିଂ ଦିଆଯାଉଛି । ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକରେ ରହିବ ଗ୍ରାମ/ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ ନଗରୀୟ ସୁବିଧା, ବିସ୍ତୃତ ଜନସଂଖ୍ୟା ସମ୍ବନ୍ଧୀୟ, ସାମାଜିକ ଓ ଅର୍ଥନୈତିକ ସୂଚନା ରହିବ।

ଏଥର ଜନଗଣନାରେ ଜାତି ଓ ଉପଜାତି ତଥ୍ୟ ମଧ୍ୟ ରହିବ ବୋଲି ଜଣାପଡ଼ିଛି। ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ କଂଗ୍ରେସ ଓ ଅନ୍ୟାନ୍ୟ ଅନେକ ଦଳ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲା। ନିକଟରେ କଂଗ୍ରେସ ଶାସିତ କର୍ଣ୍ଣାଟକା ନିଜସ୍ୱ ଜାତିଭିତ୍ତିକ ଜନଗଣନା କରିଥିଲା। ତେବେ ଏହାକୁ ଭୋକ୍କାଲିଗା ଓ ଲିଙ୍ଗାୟତ ଜାତିର ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଏହି ସର୍ଭେରେ ସ୍ୱଚ୍ଛତା ଅବଲମ୍ବନ କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ।ସାଧାରଣତଃ ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ। ଦେଶରେ ଶେଷ ଜନଗଣନା ୨୦୧୧ରେ ହୋଇଥିଲା। ୨୦୨୧ରେ ପୁଣି ଜନଗଣନା ହୋଇଥା’ନ୍ତା। କିନ୍ତୁ କୋଭିଡ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେଣୁ ଦୀର୍ଘ ୧୬ ବର୍ଷ ପରେ ୨୦୨୭ରେ ଦେଶରେ ପରବର୍ତ୍ତୀ ଜନଗଣନା ହେବ ବୋଲି ସୂଚନା ମିଳିଛି।

୨୦୧୧ରେ ହୋଇଥିବା ଜନଗଣନାରୁ ଭାରତରେ ଜନସଂଖ୍ୟା ୧୨୧ କୋଟି ବୋଲି ଜଣାପଡ଼ିଥିଲା। ସେତେବେଳେ ଜନସଂଖ୍ୟା ଅଭିବୃଦ୍ଧି ହାର ୧୭.୭% ରହିଥିଲା। ଆସନ୍ତା ୧ ଜାନୁୟାରୀ ୨୦୨୬ରୁ ଆରମ୍ଭ ହେବ ସମଗ୍ର ଭାରତ ବର୍ଷରେ ସୀମା ନିର୍ଦ୍ଦାରଣ। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ହେବ ଗୃହ ତାଲିକା ପ୍ରସ୍ତୁତି ଓ ଗୃହଗଣନା ପାଇଁ ଘରକୁ ଘର ପରିଦର୍ଶନ । ଫେବୃୟାରୀ ୨୦୨୭ରେ ହେବ ଜନଗଣନା ପାଇଁ ଘରକୁ ଘର ପରିଦର୍ଶନ । ଆଉ ଶେଷରେ ଏପ୍ରିଲ ୨୦୨୭ରେ ପ୍ରାରମ୍ଭିକ ଜନସଂଖ୍ଯା ଉନ୍ମୋଚନ ହେବା ନେଇ ଭାରତ ସରକାର ଲକ୍ଷ ରଖିଛନ୍ତି ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 21 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 29 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ