ବୁଲା କୁକୁରଙ୍କୁ ନେଇ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

Spread the love

ଜେଏମଜେ ବ୍ୟୁରୋ : ବସ୍ ଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ ଅବା କୌଣସି ସରକାରୀ ଅନୁଷ୍ଠାନ। ଏଣିକି ଆଉ ଦେଖା ଯିବେନି ବୁଲାକୁକୁର । ତୁରନ୍ତ ସେମାନଙ୍କୁ ଧରି ଟୀକାକରଣ ଓ ବନ୍ଧ୍ୟାକରଣ କରି ଆଶ୍ରୟସ୍ଥଳୀରେ ଛାଡ଼ । ବୁଲା କୁକୁରଙ୍କୁ ନେଇ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବୁଲା କୁକୁର ଯେପରି ପୁନର୍ବାର ନିଜ ସ୍ଥାନକୁ ନ ଫେରନ୍ତି, ସେ ଦିଗରେ ଧ୍ୟାନ ଦେବାକୁ ରୋକଠୋକ୍ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ବଢ଼ୁଥିବା କୁକୁର କାମୁଡ଼ାକୁ ଦେଖି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ୮ସପ୍ତାହ ଭିତରେ ରାଜ୍ୟଗୁଡିକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାରେ କଣ ହେବ । ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୁକୁରଙ୍କୁ ହଟାଇବା ପାଇଁ ପଦକ୍ଷେପ ନେବେ ନା ସମୟ ଗଡାଇବେ । ତା ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ କୁକୁର ଗଣନା ହୋଇଥିଲେ ବି ଆଭିମୁଖ୍ୟ ସ୍ପଷ୍ଟ କରି ପାରି ନାହାନ୍ତି ବିଏମସି ମେୟର । ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ କାମ କରିବୁ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । କିନ୍ତୁ ବୁଲା କୁକୁରଙ୍କୁ ଖୋଲା ଜାଗାରୁ ହଟାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁ ପ୍ରେମୀ।

ଅନେକ ସରକାରୀ ଅନୁଷ୍ଠାନ ପରିସରରେ ବୁଲା କୁକୁରଙ୍କୁ ଖାଇବାକୁ ଦିଆଯାଉଛି । ତେଣୁ ଦୁଇ ସପ୍ତାହକ ଭିତରେ ସେଭଳି ଅନୁଷ୍ଠାନକୁ ଚିହ୍ନଟ କରି ବୁଲାକୁକୁରମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଘରୋଇ ସ୍ପୋର୍ଟସ କମ୍ପ୍ଲେକ୍ସ, ହସ୍ପିଟାଲ, ବସଷ୍ଟାଣ୍ଡ, ଡିପୋ, ରେଳଷ୍ଟେସନକୁ ବୁଲାକୁକୁର ମୁକ୍ତ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 21 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 29 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ