ଦିଲ୍ଲୀ ରେ ବଡଧରଣର ବିସ୍ପୋରଣ : ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୮ ମୃତ :ହାଇ ଆଲର୍ଟ ଜାରି.

Spread the love

ଜେଏମଜେ ବ୍ୟୁରୋ : ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ LNJP ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ବିସ୍ଫୋରଣରେ ୫ରୁ ୬ଟି କାର୍ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, “ବିସ୍ଫୋରଣ ବେଶ ଭୟଙ୍କର ଥିଲା । ପ୍ରଥମେ କାର୍‌ ବିସ୍ଫୋରଣ ପରେ ନିଆଁ ଅନ୍ୟ ଗାଡ଼ିକୁ ବ୍ୟାପି ଯାଇଥିଲା । ଯିଏ ଯେଉଁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଥିଲେ ।”

ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ଛିଡ଼ା ହୋଇଥିବା କାର୍‌ରୁ ବିସ୍ଫୋରଣ ହେବା ସହ ପାଖରେ ଥିବା ଅନ୍ୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ତେବେ, କାର୍‌ରେ କୌଣସି ବିସ୍ଫୋଟକ ଥିଲା ନା କାର୍‌ର ସିଏନଜି (CNG) ଟାଙ୍କି ଫାଟି ବିସ୍ଫୋରଣ ହୋଇଛି ସ୍ପଷ୍ଟ ହୋଇ ନାହିଁ ।

ବିସ୍ଫୋରଣ ପରେ ଦିଲ୍ଲୀ ଅଗ୍ନିଶମ ବାହିନୀ ସହ ପୋଲିସ ପହଞ୍ଚିଛି । ନିଆଁ ଲାଗିଥିବା ଗାଡ଼ି ଗୁଡ଼ିକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା କରୁଛି । ସ୍ଥାନୀୟ ଲୋକଙ୍କ ଅନୁସାରେ, “ବିସ୍ଫୋରଣ ପରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ମେଟ୍ରୋ ନିକଟରେ ରହୁଥିବା ଲୋକଙ୍କ ଘରର ଝରକା କାଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।”

ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣ ପରେ ଦିଲ୍ଲୀ-ଏନସିଆର୍‌ରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଛାନଭିନ୍ ଆରମ୍ଭ କରିଛି । ଲାଲକିଲ୍ଲା ଅଞ୍ଚଳରେ ଦିଲ୍ଲୀ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର ସଠିକ୍ କାରଣ ଜଣାପଡ଼ି ନଥିବା ବେଳେ କେହି ନିଜକୁ ଦାୟୀ କରିନାହାନ୍ତି ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 23 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 33 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 45 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ