ଟ୍ରେନିଂକୁ ଯାଉଥିଲେ ଫରେଷ୍ଟର,ଦୁର୍ଘଟଣାରେ ଚାଲିଗଲା ଜୀବନ

Spread the love

କୋରାପୁଟ : (ଜେଏମଜେ ବ୍ୟୁରୋ ): କାର୍‌ ଓ ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଫରେଷ୍ଟର ଗୁରୁତର ହୋଇଛନ୍ତି। ଅନ୍ୟପଟେ ପିକ୍‌ଅପ୍‌ ଡ୍ରାଇଭର ମଧ୍ୟ ଗୁରୁତର ରହିଛନ୍ତି। ଗୁରୁତର ୩ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଛକ ନିକଟ ଭାରତମାଳା ରାସ୍ତାରେ ୩ ଜଣ ଫରେଷ୍ଟର ନିଜର ଟ୍ରେନିଂ ପାଇଁ ଜି.ଉଦୟଗିରି ଯାଉଥିବା ବେଳେ ରାସ୍ତାରେ ପିକ୍‌ଅପ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ ଫରେଷ୍ଟର ଜଣକ ନବରଙ୍ଗପୁର ଜିଲା ଝରିଗାଁ ରେଞ୍ଜର ଗୁପ୍ତ ପ୍ରସାଦ ମହାନ୍ତ। ଗୁରୁତର ଫରେଷ୍ଟରମାନେ ହେଲେ ଉମରକୋଟ ରେଞ୍ଜର ଫରେଷ୍ଟର କାମାକ୍ଷ ପ୍ରସାଦ ସ୍ବାଇଁ ଓ ଝରିଗାଁ ଫରେଷ୍ଟର ତନୁଜ କୁମାର ପରିଛା। ସ୍ଥାନୀୟ ଲୋକେ ଓ ପାପଡ଼ାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

    ଆଜୀବନ ସଜା କାଟୁଥିଲେ: ୧୯ କଏଦୀଙ୍କୁ ମିଳିଲା ନୂଆ ଜୀବନ

    ଆଜୀବନ ସଜା କାଟୁଥିଲେ: ୧୯ କଏଦୀଙ୍କୁ ମିଳିଲା ନୂଆ ଜୀବନ

    କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

    କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

    ଜନତା ମାଗେ ଜବାବ, 03ଅଗଷ୍ଟ 2026

    ଜନତା ମାଗେ ଜବାବ 1 ଅଗଷ୍ଟ 2026