ପୁରୁଷୋତ୍ତମପୁର ସହରରେ ଜାତୀୟ ଏକତା ଦିବସ ପାଳିତ

Spread the love


ପୁରୁଷୋତ୍ତମପୁର (ଜେଏମଜେ ନ୍ୟୁଜ): ଅକ୍ଟୋବର ୩୧ ତାରିଖ ଦିନ ସାରା ଦେଶରେ ଭାରତର ମହାନ ସ୍ଵାଧୀନତା ସଂଗ୍ରାମୀ ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମଦିନ ଅବସରରେ “ଜାତୀୟ ଏକତା ଦିବସ” ପାଳନ କରାଯାଇଛି। ଏହି ଦିନ ଟି ଦେଶର ଏକତା, ଅଖଣ୍ଡତା ଓ ସଂହତି ଉଦ୍ଦେଶ୍ୟ ରେ ସମର୍ପିତ କରା ଯାଇଥାଏ । ନୂଆଦିଲ୍ଲୀ ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ଏକତା ଦିବସ ଉତ୍ସାହ ଓ ଦେଶପ୍ରେମର ମାହୋଲ ରେ ଦେଶର ବିଭିନ୍ନ ସହର ଓ ଜିଲ୍ଲାରେ “ଏକତା ଦୌଡ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କିନ୍ତୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ସ୍ଥାନୀୟ ପୋଲିସ ତରଫରୁ ଏକ “ଏକତା ଗଣଦୌଡ଼ ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଦୌଡ଼ କାର୍ଯ୍ୟକ୍ରମ ସ୍ଥାନୀୟ କାଳୀ ମନ୍ଦିର ଛକ ଠାରୁ ଭୂତ ସରସିଙ୍ଗି ପର୍ଯ୍ୟନ୍ତ ହୋଇଥିଲା । ଏଥିରେ ଥାନା ଉପଖଣ୍ଡ ଅଧିକାରୀ ସୁଜିତ୍ କୁମାର ନାୟକ ଙ୍କ ସହିତ ଥାନା ଅଧିକାରୀ ରାଜେଶ କୁମାର ନାୟକ ଏବଂ ସୁଶାନ୍ତ କୁମାର ମିଶ୍ର , ରାଜେଶ କୁମାର ଛତ୍ରିୟା, କ୍ଷେତ୍ର ମୋହନ ସାହୁ, କିରଣ କୁମାର ବକ୍ସି, ରାଜୀବ ଶବର ଓ ଅନ୍ୟାନ୍ୟ ଥାନା କର୍ମଚାରୀ ସହ ସାମ୍ବାଦିକ,ବୁଦ୍ଧିଜୀବୀ ,ବହୁ ସ୍ଥାନିୟ ବ୍ୟକ୍ତି ଓ ଯୁବଗୋଷ୍ଠୀ ମାନେ ଯୋଗ ଦେଇଥିଲେ। ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଭାରତ ସ୍ଵାଧୀନତା ପରେ ୫୬୫ ଟି ଦେଶୀ ରାଜ୍ୟକୁ ଏକତାରେ ବାନ୍ଧି ଦେଶକୁ ଏକ ସଂଯୁକ୍ତ ଜାତି ଭାବେ ଗଢ଼ି ତୋଳିଥିଲେ। ସେଥିପାଇଁ ତାଙ୍କୁ ଭାରତର “ଲୌହ ମାନବ ” ଭାବେ ସମ୍ମାନିତ କରାଯାଏ ।ଏଥିପାଇଁ ତାଙ୍କର ପୃଥିବି ର ସବୁଠାରୁ ବଡ ପ୍ରତିମୂର୍ତ୍ତି ଗୁଜୁରାଟ ରାଜ୍ୟରେ ସ୍ଥାପନ କରାଯାଇଛି। ତାଙ୍କ ଆଦର୍ଶ ନୀତି ଗୁଡିକ ଆଜି ମଧ୍ୟ ଯୁବପିଢି ଙ୍କ ପାଇଁ ପ୍ରେରଣା। ରାଷ୍ଟ୍ରୀୟ ଏକତା ଦିବସ ଆମକୁ ଏହି ସନ୍ଦେଶ ଦେଉଛି ଯେ “ଦେଶର ଶକ୍ତି ଏକତା ଓ ସଂହତିରେ ନିହିତ”।ସର୍ଦ୍ଧାର ପଟେଲଙ୍କ ଆଦର୍ଶ ଓ ଦେଶପ୍ରେମ ଭାରତକୁ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ ଓ ସଂଘଟିତ ଜାତି ଭାବେ ଗଢ଼ି ତୋଳିବାକୁ ଆହ୍ବାନ ଦେବ ।

ସୁଶାନ୍ତ କୁମାର ପାଢ଼ୀଙ୍କ ରିପୋର୍ଟ.

  • jmjnewso

    Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 68 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ