ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ

Spread the love

ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ ହୋଇଛି । ଇସ୍ତାହାର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ନୂଆପଡା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉପନିର୍ବାଚନ ପାଇଁ ସ୍ଥାନୀୟ ଖୁଣ୍ଟିଆ ଭବନ ଠାରେ ଇସ୍ତାହାର ଉନ୍ମୋଚନ ହୋଇଛି ।

ନୂଆପଡ଼ା ଜିଲ୍ଲାର ବିକାଶ ତଥା ବର୍ଷ ବର୍ଷ ଧରି ପ୍ରତାରିତ ହେଉଥିବା ଜିଲ୍ଲା ବାସୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସର ସବିଶେଷ ଘୋଷଣାପତ୍ରର ଉନ୍ମୋଚନ କରିଛନ୍ତି ।ଇସ୍ତାହାରରେ କୃଷିର ଉନ୍ନତିକରଣ, ଦାଦନ ରୋକିବା ସହ ରୋଜଗାର ଦେବାକୁ କଂଗ୍ରେସ କହିଛି। ସେହିପରି ଶୀତଳ ଭଣ୍ଡାର ନିର୍ମାଣ, ପତୋରା ଓ ତିଖାଳି ଡ୍ୟାମ ସହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୬୦ ପ୍ରତିଶତ ଜମିରେ ଜଳସେଚନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଅଧିକାର ସହ ଜମି ପଟ୍ଟା ପ୍ରଦାନ, ବିଦ୍ୟାଳୟରେ ଶିକ୍ଷକ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଡାକ୍ତର ପଦବୀ ପୂରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ନେଇ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

ସୂଚନାଥାଉକି,ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 31 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 61 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 21 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 27 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 31 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 75 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ