୨୪ ବର୍ଷରେ ମାତୃଭାଷା ଓଡ଼ିଆ ପାରିଲେନି ନବୀନ’: ବିଷ୍ଣୁଦେବ ସାଏ

Spread the love

ଜେଏମଜେ ବ୍ୟୁରୋ : କଥା ଛଳରେ ତୀର ମାରିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । କହିଲେ, “୨୪ ବର୍ଷ ଶାସନରେ ରହିଲେ, ହେଲେ ମାତୃଭାଷା ଓଡ଼ିଆ ଶିଖି ପାରିଲେନି ରାଇଜ ମୁଖିଆ । କିନ୍ତୁ ହିମାଚଳର ଝିଅ, ଓଡ଼ିଶାର ବୋହୂ ହେବା ପରେ ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ।”

ନୂଆପଡ଼ା ପ୍ରଚାର ମୈଦାନରେ ବିଜେପି ପ୍ରାର୍ଥୀ ରାଜୁ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି, “ଆପଣଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ, ଓଡ଼ିଆ ଶିଖି ପାରିଲେ ନାହିଁ । କଳାହାଣ୍ଡି ସାଂସଦ ମାଳବିକା ଦେବୀ, ହିମାଚଳ ପ୍ରଦେଶର ଝିଅ । ସେ ହିନ୍ଦୀ କ୍ଷେତ୍ରରୁ ଓଡ଼ିଶା ଆସି ଓଡ଼ିଆ ଶିଖିଗଲେ । କିନ୍ତୁ ଆପଣଙ୍କ ପୂର୍ବ ମୁଖ୍ୟମନ୍ତ୍ରୀ ରାଇଜ ଚଳାଇବା ଲାଗି ଓଡ଼ିଆ ଶିଖି ପାରିଲେ ନାହିଁ ।”

ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଞ୍ଚରୁ ଏଭଳି କହି ଓଡ଼ିଆ ଭାଷାକୁ ନବୀନ ପଟ୍ଟନାୟକ କେତେ ଭଲ ପାଉଥିଲେ ସେ କଥା କହିଛନ୍ତି ବିଷ୍ଣୁଦେବ ସାଏ । ଭାଷଣ ଆରମ୍ଭରୁ ବିଷ୍ଣୁଦେବ ସାଏ ପଚାରିଥିଲେ, “ସମସ୍ତେ ଛତିଶିଗଡ଼ି ବୁଝନ୍ତି ନା । ମୁଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଛତିଶିଗଡ଼ି ହିଁ କହିବି । କିନ୍ତୁ, ଆପଣଙ୍କର ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନରେ ରହିଲେ, ଓଡ଼ିଆ ଶିଖି ପାରିଲେନି ।”

ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେଇ ନିର୍ବାଚିତ କରିବାକୁ ଲୋକଙ୍କୁ ଆହ୍ଵାନ ଦେଇଛନ୍ତି ବିଷ୍ଣୁଦେବ ସାଏ । ଏହି ଅବସରରେ ବିଷ୍ଣୁଦେବ ଉଭୟ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କରିଛନ୍ତି ।

ବିଜେଡିକୁ ଟାର୍ଗେଟ୍ କରି ବିଷ୍ଣୁଦେବ କହିଛନ୍ତି, “ମୁଁ ପୂର୍ବରୁ ରାଉରକେଲା ଆସିଥିବା ବେଳେ ନବୀନ ୨ରୁ ୩ ଲାଇନ୍ କାଗଜ ଦେଖି ବଡ଼ କଷ୍ଟରେ ପଢ଼ିଥିଲେ । ଯିଏ ପ୍ରଦେଶର ଲୋକଙ୍କ ଭାଷା ବୁଝି ପାରନ୍ତି ନାହିଁ, ସେ କ’ଣ କରିବେ ?”

ନୂଆପଡ଼ାରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି କଳାହାଣ୍ଡି ସାଂସଦ ମାଳବିକା ଦେବୀ । ମଞ୍ଚରେ ସେ ଓଡ଼ିଆରେ ଭାଷଣ ଦେଇ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିଛନ୍ତି । ମାଳବିକା କହିଛନ୍ତି, “୧୧ ତାରିଖରେ ସମସ୍ତେ ପଦ୍ମ ଚିହ୍ନରେ ଭୋଟ୍ ଦେବେ । ଆପଣମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ବିକଶିତ ଭାରତ ଗଢ଼ୁଛନ୍ତି । ମୋହନ ଭାଇଙ୍କ ସରକାର ନୂଆପଡ଼ାର ବିକାଶ ପାଇଁ ୧୧୦୦ କୋଟି ଟଙ୍କା ଦେଇଛନ୍ତି ।”

ବିଷ୍ଣୁଦେବ ସାଏ କହିଛନ୍ତି, “କେନ୍ଦ୍ରରେ କଂଗ୍ରେସ ୫୦ ବର୍ଷ ଧରି ସରକାରରେ ଥିଲା । ଆଜି ସେମାନଙ୍କ ସ୍ଥିତି କ’ଣ ଲୋକେ ଦେଖୁଛନ୍ତି । ଭୁଲ ନୀତି, ଜନତାଙ୍କୁ ଧୋକା ଦେବାର ଫଳ ପାଉଛନ୍ତି । କଂଗ୍ରେସ କହେ ଗୋଟେ, କରେ ଆଉ ଗୋଟେ । ତେଣୁ ଜନତାଙ୍କ ବିଶ୍ଵାସ ହରାଇଲେ ।”

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ