କର ବା ମର ସ୍ଥିତିରେ ବିଜେପି, ବିଜେଡି ଓ କଂଗ୍ରେସ

Spread the love

👉ନେତାମୟ ନୂଆପଡା
👉ଆଜି ମୋହନ, କାଲି ପୁଣି ନବୀନ-
👉 ନୂଆପଡା ଭୋଟ, ବିଜେଡି ଓ ନବୀନଙ୍କ ଭବିଷ୍ୟତର ସମ୍ମାନ
👉ଗଡ଼ ଜଗିଛନ୍ତି ବର୍ତ୍ତମାନ-ପୂର୍ବତନ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ନୂଆପଡା ଉପ ନିର୍ବାଚନ ତିନୋଟି ପ୍ରମୁଖ ରାଜନୈତିକ ଦଳ ପାଇଁ କର ବା ମର ପରିସ୍ଥିତି ପାଲଟିଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । କ୍ଷମତାରେ ବିଜେପି ପାଇଁ ନୂଆପଡା ସମ୍ମାନର କଥା । ବିଜେଡି ଓ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବର୍ତ୍ତମାନ ପର୍ଯ୍ୟନ୍ତ ଉଜ୍ଜୀବିତ ପ୍ରମାଣ କରିବାକୁ ଲକ୍ଷ୍ୟ ରଖିଛି ଦଳ । ସେପଟେ ନିଜ ଗଡ଼ରେ ଦଳକୁ ବିଜୟ ସ୍ୱାଦ ଚଖାଇବା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଲାଗି ଚ୍ୟାଲେଞ୍ଜ ହୋଇ ଆସିଛି । ତେଣୁ ତିନୋଟି ଦଳର ନେତା ଓ କର୍ମୀମାନେ ନୂଆପଡା ଭଳି ଛୋଟ ସହରରେ ଡେରା ପକାଇଛନ୍ତି ।

ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ଲଢ଼େଇ ସେତିକି ରୋଚକ ହେବାରେ ଲାଗିଛି । ଦ୍ଵିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ପ୍ରଚାର ମୈଦାନକୁ ଓହ୍ଲାଉଥିବା ବେଳେ ଆସନ୍ତାକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ପ୍ରଚାର ପାଇଁ ନୂଆପଡ଼ାରେ ପହଞ୍ଚିବେ । ଫଳତଃ ନୂଆପଡ଼ା ଭୋଟ ମଇଦାନରେ ବର୍ତ୍ତମାନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଶ ରୋଚକ ହେବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କ ପ୍ରଥମ ଦଫା ନିର୍ବାଚନ ପ୍ରଚାରରେ ନୂଆପଡ଼ା ଯାଇ ସାଧାରଣ ସଭାରେ ଭାଷଣ ଦେଇଥିବା ବେଳେ ଶୁକ୍ରବାର ଦ୍ବିତୀୟ ଗସ୍ତରେ ଯିବେ । ପ୍ରଥମ ଦଫାରେ ନବୀନଙ୍କ ବେଇମାନୀ ମନ୍ତବ୍ୟ ନୂଆପଡା ରାଜନୀତିକୁ ଉଷ୍ମ କରିଛି । ଦ୍ଵିତୀୟ ଗସ୍ତ ଅବସରରେ ନବୀନ ସାଧାରଣ ସଭା ସହ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

ବିରୋଧୀ ଦଳ ନେତା ହିସାବରେ ନବୀନ ପଟ୍ଟନାୟକଙ୍କ ପାଇଁ ନୂଆପଡା ହେଉଛି ପ୍ରଥମ ଉପନିର୍ବାଚନ । ଏହା ପୂର୍ବରୁ ନବୀନ ମୁଖ୍ୟମନ୍ତ୍ରୀ ଭାବରେ ହିଁ ଉପନିର୍ବାଚନ ସମ୍ମୁଖୀନ ହୋଇଛନ୍ତି । ଅନେକ ଉପନିର୍ବାଚନରେ ନବୀନ ଓ ବିଜେଡି ଦଖଲ କରିବାରେ ସଫଳ ମଧ୍ୟ ହୋଇଛନ୍ତି । ଶାସକ ଦଳରେ ଥିବା ବେଳେ ବିଜେଡିର ମାଇକ୍ରୋ ମ୍ୟାନେଜମେଣ୍ଟ ବିରୋଧୀଙ୍କ ନିଦ ହଜେଇଥିଲା । ପ୍ରତି ଗାଁ’ ଗାଁ’ରେ ନେତା ଓ ଦଳର କର୍ମୀ ଡେରା ପକାଉଥିଲେ । ବିରୋଧୀ ଦଳରେ ଥିଲେ ମଧ୍ୟ ବିଜେଡି ଏଥର ମଧ୍ୟ ସମାନ ବ୍ୟବସ୍ଥା କରିଛି । ମାଇକ୍ରୋ ମ୍ୟାନେଜମେଣ୍ଟ ଉପରେ ନବୀନଙ୍କ କ୍ରେଜ ନିର୍ଭର କରେ । ବିଜେଡି ତା’ର ବିଜୟ ପାଇଁ ନବୀନଙ୍କ ଉପରେ ଭରସା କରିଥିବାରୁ ଖୋଦ ନବୀନଙ୍କ ସମ୍ମାନ ଏବେ ବାଜିରେ ଲାଗିଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ନୂଆପଡ଼ା ଭୋଟର ସଂଖ୍ୟା ଗଣିତ ସେଭଳି ଗୁରୁତ୍ଵପୂର୍ଣ୍ଣ ହୋଇନଥିଲେ ମଧ୍ୟ ଦଳର ହାରଜିତ ଉପରେ ବିଜେଡି ଓ ନବୀନଙ୍କ ଭବିଷ୍ୟତର ସମ୍ମାନ ନିର୍ଭର କରୁଛି ।”

ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଏହା ହେଉଛି ପ୍ରଥମ ଉପନିର୍ବାଚନ । ବିଜେପି ରାଜ୍ୟରେ ଶାସନ କ୍ଷମତାରେ ରହିଥିବାରୁ ନୂଆପଡା ଦଖଲ ନିହାତି ଆବଶ୍ୟକ । ଯେଉଁ ଦଳ ଶାସନରେ ଥାଏ, ଉପନିର୍ବାଚନ ସାଧାରଣତଃ ସେହି ଦଳ ପାଇଁ ସହଜ ହୋଇଥାଏ । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ନୂଆପଡା ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶ କାର୍ଯ୍ୟକ୍ରମରେ ସାମିଲ ହୋଇ ନୂଆପଡ଼ା ଦାଇତ୍ୱ ମୋର ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରେ ମୋହନ ଆଜି ପ୍ରଥମ ଥର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଉ ଥରେ ୯ ତାରିଖରେ ପ୍ରଚାର ପାଇଁ ଯିବେ ବୋଲି ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ବିଜେପିର ରାଜ୍ୟ ମନ୍ତ୍ରୀମାନେ ପାଇଁ ନୂଆପଡ଼ା ଘାଟ ଜଗିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜିଠାରୁ ତାଙ୍କର ଗସ୍ତ ଆରମ୍ଭ କରିଛନ୍ତି । ତେଣୁ ସମସ୍ତଙ୍କ ନିଜର ଏବେ ମୋହନଙ୍କ ଉପରେ ରହିଛି ।

୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ନୂଆପଡାରୁ ୬୧ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲା । ବିଜେପି ପାଖପାଖି ୪୫ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା । ଗତ ନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବା ସ୍ବାଧୀନ ପ୍ରାର୍ଥୀ ଏଥର କଂଗ୍ରେସ ଟିକଟରେ ଲଢ଼ୁଛନ୍ତି । ତେଣୁ ଏଠାରେ ବର୍ତ୍ତମାନ ସୁଦ୍ଧା ସ୍ଥିତି ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବତାରେ ରହିଛି । ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନୂଆପଡ଼ାରେ ମାରାଥନ ପ୍ରଚାର କରିବା ପରେ ସ୍ଥିତି କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ନୂଆପଡ଼ାରେ ବର୍ତ୍ତମାନ-ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଉଥିବା ବେଳେ ଦୁଇ ଦଳର ବର୍ତ୍ତମାନ ଓ ପୂର୍ବତନ ମନ୍ତ୍ରୀମାନେ ବି ନୂଆପଡ଼ା ଗଡ଼ ଜଗିଛନ୍ତି । ଏମାନେ ପ୍ରଚାରର ମଙ୍ଗ ଧରିବା ସହ ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ଦୁଇ ଦଳର ମୁଖିଆଙ୍କ ଭଳି ଏମାନଙ୍କ ସମ୍ମାନ ବି ବାଜିରେ ଲାଗିଗଲାଣି ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 31 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 60 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 21 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 27 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 31 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 75 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ