ନବୀନଙ୍କ ସନ୍ତାନ ଥିଲେ ଏ ଅବସ୍ଥାରେ ପ୍ରଚାର ପାଇଁ ଛାଡ଼ିଥାନ୍ତେ କି ?ପ୍ରଶ୍ନ କଲେ ଶ୍ରୀମୟୀ.

Spread the love

ଜେଏମଜେ ବ୍ୟୁରୋ : ନବୀନ ପଟ୍ଟନାୟକଙ୍କ କୌଣସି ପୁଅ କିମ୍ବା ଝିଅ ଥିଲେ କ’ଣ ହୋଇଥାନ୍ତା ? ଉପନିର୍ବାଚନ ପ୍ରଚାର ପାଇଁ ଏଭଳି ଅସୁସ୍ଥ ଅବସ୍ଥାରେ ତାଙ୍କୁ ଯିବାକୁ ଦେଇଥାନ୍ତେ କି ? ଏହି ପ୍ରଶ୍ନର ଉତ୍ତର ରାଜନୀତିଠୁ ଊର୍ଦ୍ଧ୍ଵରେ ସମସ୍ତଙ୍କ ମୁହଁରେ ‘ନା’ ହିଁ ଆସିବ । କିନ୍ତୁ ଭଲକରି ଚାଲି ପାରୁନଥିବା, ଆଉ ପାଦେ ଚାଲିବା ପାଇଁ କଷ୍ଟ ପାଉଥିବା ଭଳି ଦେଖା ଯାଉଥିବା ନବୀନଙ୍କୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ବାଜିରେ ଲଗାଇ ଦେଇଛି ।

ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ର ନବୀନଙ୍କ ଏକ ଭିଡିଓ ପୋଷ୍ଟ କରି ବିଜେଡି, ନବୀନଙ୍କୁ କିଭଳି ବ୍ୟବହାର କରୁଛି ତା’ର ପୋଲ୍ ଖୋଲି ଦେଇଛନ୍ତି । ଶ୍ରୀମୟୀ ଲେଖିଛନ୍ତି, “ଆମ ଭିତରୁ କେହି ପୁଅ କିମ୍ବା ଝିଅ, ଆମ ବାପାଙ୍କୁ ଏଭଳି ଅସୁସ୍ଥ ଅବସ୍ଥାରେ ବାହାରକୁ ଛାଡ଼ିବା କି ?”

ଏହା କେବଳ ରାଜନୀତି ସମ୍ପର୍କରେ ନୁହେଁ, ଏହା ମାନବିକତା ସମ୍ପର୍କରେ । ଆମେ ବଡ଼ଙ୍କୁ କେମିତି ଭଲପାଉ, କେମିତି ସମ୍ମାନ ଦେଉ ବୋଲି ଲେଖି ପରୋକ୍ଷରେ ପାଣ୍ଡିଆନ୍ ଦମ୍ପତିଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର । ଯଦିଓ ନୂଆପଡ଼ା ଉପନିର୍ବାଚନରେ କେହି ଜିତିଲେ କି ହାରିଲେ ସରକାର ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ତାହେଲେ ୭୯ ବର୍ଷ ବୟସରେ ନବୀନଙ୍କୁ ପ୍ରଚାର ମୈଦାନରେ ବୁଲାଇ ବିଜେଡି କେଉଁ ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ଶ୍ରୀମୟୀ ପୋଷ୍ଟ କରିଥିବା ଏ ଭିଡିଓ ହେଉଛି, ଭୁବନେଶ୍ଵର ଏୟାରପୋର୍ଟ ୩ ନମ୍ବର ଗେଟ୍‌ର । ଭୁବନେଶ୍ଵରରୁ ନୂଆପଡ଼ା ଯାଉଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଦୁଇ ହାତକୁ ଧରି ଦୁଇ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଆଗକୁ ବଢ଼ୁଛନ୍ତି । କିନ୍ତୁ କ୍ଳାନ୍ତ ନବୀନ ଚାଲିବାକୁ ନାରାଜ ଥିବା ଭଳି ଦେଖା ଯାଉଛନ୍ତି । ଆଉ ଅଳ୍ପ ବାଟ ଅଛି କହି ନବୀନଙ୍କୁ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଆଗକୁ ନେଇ ଯାଉଥିବା ଦେଖା ଯାଉଛି ।

୨୦୨୪ ସାଧାରଣ ନିର୍ବାଚନର ବେଶ୍ ପୂର୍ବରୁ ନବୀନଙ୍କ ହାତରେ ବିଜେଡିର ନିୟନ୍ତ୍ରଣ ନଥିବା ଚର୍ଚ୍ଚା ଚାଲିଥିଲା । ଆଉ ଚର୍ଚ୍ଚାକୁ ବଳ ଯୋଗାଇ ପାଣ୍ଡିଆନ ସାଧାରଣ ନିର୍ବାଚନରେ ଦଳର ପ୍ରଚାର ମଙ୍ଗ ଧରିଥିଲେ । ନିର୍ବାଚନରେ ଦଳ ହାରିବା ସହ ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ଘୋଷଣା କଲେ । କିନ୍ତୁ, ଏବେବି ପ୍ରଚ୍ଛଦ ପଟରେ ରହି ପାଣ୍ଡିଆନ ବିଜେଡିକୁ ପରିଚାଳନା କରୁଥିବା ଅନେକ ସମୟରେ ଦଳର ବରିଷ୍ଠ ନେତା ଅଭିଯୋଗ କରି ଆସୁଛନ୍ତି । ଆଉ ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ର ‘ନବୀନ’ଙ୍କ ଏହି ଭିଡିଓ ପୋଷ୍ଟ କରି ପରୋକ୍ଷରେ ପାଣ୍ଡିଆନ୍ ଦମ୍ପତିଙ୍କୁ ଟାର୍ଗେଟ୍ କରିଛନ୍ତି ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 32 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 63 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 22 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 27 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 31 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 75 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ