୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା: ନିର୍ଦେଶ ଦେଲେ CEO

Spread the love

ଭୁବନେଶ୍ବର:(ଜେଏମଜେ ବ୍ୟୁରୋ): ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ଶେଷ ହେବ ।

ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ ।
ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକ, ନୂଆପଡାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ:
କ) କଲ୍ୟାଣ ମଣ୍ଡପ/ କମ୍ୟୁନିଟି ହଲ୍ ଇତ୍ୟାଦିରେ କୌଣସି ବାହାର ଅଂଚଳର ଲୋକ ରହୁଛନ୍ତି କି ନାହିଁ ତାହା ଯାଞ୍ଚ କରିବେ ।
ଖ) ଲଜ ଓ ଅତିଥି ଗୃହ ଗୁଡିକର ଅତିଥି ତାଲିକା ଯାଞ୍ଚ କରିବେ ।
ଗ) ସୀମାନ୍ତରେ ଯାଞ୍ଚ ପୋଷ୍ଟ ସ୍ଥାପନ କରି ନିର୍ବାଚନ ମଣ୍ଡଳୀ ବାହାରର ଯାନବାହାନ ପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବେ ।
ଘ) ନିର୍ବାଚନମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ ।

ଅନୁବନ୍ଧନରୁ ରିହାତି:
ଯଦି କୌଣସି ରାଜନୈତିକ ବ୍ୟକ୍ତିତ୍ବ ଚିକିତ୍ସା ନିମନ୍ତେ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ଅକ୍ଷମତା ପ୍ରକାଶ କରନ୍ତି, ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ସହିତ ପରାମର୍ଶ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ଏକ ମେଡିକାଲ ବୋର୍ଡ ଦ୍ଵାରା ଏହାର ଯାଞ୍ଚ କରାଯିବ । ଏପରି ଛାଡ଼ କେବଳ ନିର୍ବାଚନ ଆୟୋଗଙ୍କ ଅନୁମୋଦନ ସହିତ ବିଚାର କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତି ଭିଡିଓ ନିରୀକ୍ଷଣ ମଧ୍ୟରେ ରହିବା ସହିତ ସମସ୍ତ ରାଜନୈତିକ କାର୍ଯ୍ୟକଳାପରୁ ବିରତ ରହିବେ ।ସାଧାରଣ ସଭା ଏବଂ ପ୍ରଚାର ଉପରେ ପ୍ରତିବନ୍ଧକ.।

ଡିଜିଟାଲ ମାଧ୍ୟମରେ ଭୋଟ ଦେବା ପାଇଁ ନିବେଦନ କରିବା, ରାଜନୈତିକ ପ୍ରଚାର ପାଇଁ ଉଦିଷ୍ଟ ବିଷୟବସ୍ତୁ ପ୍ରସାରିତ କରିବା ଏବଂ ଭୋଟରଙ୍କ ମତାମତକୁ ପ୍ରଭାବିତ କରିବାର ଯେକୌଣସି ପ୍ରୟାସକୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଧାରା ୧୨୬ର ଉଲ୍ଲଂଘନ ଭାବରେ ବିବେଚନା କରାଯିବ ।

ଏକ ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ନାଗରୀକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବରେ ସମସ୍ତ କାର୍ଯ୍ୟ କରିବା ସହିତ ନିର୍ବାଚନରେ ପ୍ରଭାବ ପକାଉଥିବା ପୋଷ୍ଟଗୁଡ଼ିକୁ ବ୍ୟକ୍ତିଗତ ଗ୍ରୁପରେ ପୋଷ୍ଟ କିମ୍ବା ଫରୱାର୍ଡ ନ କରିବା ପାଇଁ ନିବେଦନ କରାଯାଉଛି । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ସମସ୍ତଙ୍କୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଧାରା ୧୨୬ ଅନୁଯାୟୀ ଡିଜିଟାଲ ବ୍ୟବହାରର ସଂଯମତା ବଜାୟ ରଖିବାକୁ ଏବଂ ମତଦାନ ପୂର୍ବରୁ ଭୋଟରଙ୍କ ପାଇଁ ଏକ ଶୃଙ୍ଖଳିତ ଏବଂ ସମାଵେଶୀ ପରିବେଶ ସୃଷ୍ଟି କରିବାକୁ ନିବେଦନ କରିଛନ୍ତି ।

  • jmjnewso

    Related Posts

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲା । ଆଜି ହାଇକୋର୍ଟ ରେ ହେବ ଶୁଣାଣି । କ୍ରସ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ…

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 26 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 36 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 39 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 36 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 68 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 41 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ