ଫୋନରେ ଧମକ ପରେ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ସୁରକ୍ଷା ମାଗିଛନ୍ତି ପୀତବାସଙ୍କ ପତ୍ନୀ.

Spread the love

ବ୍ରହ୍ମପୁର (ଜେଏମଜେ ନ୍ୟୁଜ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପତ୍ନୀ ସୁସ୍ମିତା ପଣ୍ଡା ଆଣିଲେ ସାଂଘାତିକ ଅଭିଯୋଗ । ସେ କହିଛନ୍ତି, ‘ସ୍ବାମୀଙ୍କ ହତ୍ୟାରେ ବିକ୍ରମ ପଣ୍ଡାଙ୍କ ରହିଛି ଶତ ପ୍ରତିଶତ ସଂପୃକ୍ତି । ଆମ ଜୀବନ ପ୍ରତି ବିପଦ ରହିଛି’ । ତେଣୁ ସୁରକ୍ଷା ସହ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ନ୍ୟାୟ ମାଗିଛନ୍ତି ପୀତବାସଙ୍କ ପତ୍ନୀ ।

ଖାଲି ସେତିକି ନୁହେଁ, ପିତବାସଙ୍କ ପତ୍ନୀ ଅଆହୁରି କହିଛନ୍ତି, ‘ମାମଲା ପ୍ରତ୍ୟାହାର ପାଇଁ ଧମକପୂର୍ଣ୍ଣ କଲ୍ ଆସୁଛି । ଆମକୁ ଗତ ୨୭ ଓ ୨୮ ତାରିଖରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ବିକ୍ରମ ପଣ୍ଡାଙ୍କ ନାଁରେ ଧମକ ଆସୁଛି । ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ବିକ୍ରମ ପଣ୍ଡାଙ୍କ ନାଁ ନେଉଛନ୍ତି । ହତ୍ୟାପରେ ଘରକୁ ଆସିଥିଲେ ବିକ୍ରମ ପଣ୍ଡା । ଆମକୁ ସାନ୍ତ୍ୱନା ଦେଲେ । ମୁଁ ବି କହିଲି ଦୁହେଁ ଆପଣ ୩୫ ବର୍ଷର ସାଙ୍ଗ । ସେ କହିଥିଲେ ଯିଏ ହତ୍ୟା କରିଛି ସିଏ ଧରା ପଡ଼ିବ । କିନ୍ତୁ ବିକ୍ରମ ପଣ୍ଡା ଦୋଷୀ ବୋଲି ଜଣାପଡ଼ିବା ପରେ ଆଶ୍ଚର୍ଯ୍ୟ ଲାଗିଲା’ ।

‘ଆମେ କେବେ ଭାବି ନଥିଲୁ ତାଙ୍କ ସାଙ୍ଗ ହତ୍ୟା କରିଦେବ । ଆମ ଜୀବନପ୍ରତି ବିପଦ ଅଛି, ଭୟରେ ଘର ଭିତରେ ରହୁଛୁ । ପୋଲିସ ତଦନ୍ତ ଉପରେ ଭରସା ଅଛି । ମୋ ସ୍ୱାମୀଙ୍କୁ ଯେମିତି ମାରିଛନ୍ତି ସେମିତି ଦଣ୍ଡ ମିଳୁ’ ।

ସେପଟେ ପୀତବାସଙ୍କ ଭାଇ ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଧମକପୂର୍ଣ୍ଣ କଲ୍ ଆସିବା ପରେ ପୁରା ପରିବାର ଭୟଭୀତ ଅଛୁ । ଟ୍ରୁ କଲରରେ ଗୋଟେ ନମ୍ବର ଭିକି ଅନ୍ୟ ନମ୍ବର ପରିମଳ ଦାସ ନାଁରେ ଆସିଥିବା କହିଛନ୍ତି ପୀତବାସଙ୍କ ଭାଇ ।

ଅନ୍ୟପଟେ ପୀତବାସ ପଣ୍ଡାଙ୍କ ପାଇଁ ଲଢ଼ିବେ ୨୦୯ ଆଇନଜୀବୀ । ପୀତବାସ ପଣ୍ଡା ହତ୍ୟା ଘଟଣାରେ ତାଙ୍କ ତରଫରୁ ୨୦୯ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି । ବ୍ରହ୍ମପୁର SDJM କୋର୍ଟଙ୍କ ନିକଟରେ ଓକିଲାତିନାମା ଦାଖଲ କରିଛନ୍ତି । ପୂର୍ବରୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କ ପାଇଁ ୪୪ ଜଣ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି ।

ବ୍ରହ୍ମପୁର ରୁ ବିଭୁତି ଶତପଥୀ ଙ୍କ ରିପୋର୍ଟ

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 29 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 36 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 42 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 36 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 68 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 43 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ