ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍‌ର ମିଡ଼ିଆ କନକ୍ଲେଭ୍-୨୦୨୫.

Spread the love

ବ୍ରହ୍ମପୁର:(ଜେଏମଜେ ନ୍ୟୁଜ ): ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍‌ର ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ମିଡ଼ିଆ କନ୍‌କ୍ଲେଭ୍-୨୦୨୫ ବ୍ରହ୍ମପୁର ସ୍ଥିତ ସରକାରୀ ଆଇ.ଟି.ଆଇ. ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ଶାଖା ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସଭାପତି ତୁଷାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଉପବାଚସ୍ପତି ତଥା ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପଣ୍ଡା ଯୋଗଦେଇ କହିଥିଲେ ଯେ, ସାମ୍ବାଦିକମାନେ ସ୍ଵଚ୍ଛ, ନିର୍ଭିକ ହୋଇ ଦେଶର ଭବିଷ୍ୟତକୁ ସୁଦୃଢ଼ କରିବାକୁ ପଡ଼ିବ ।

ଅନ୍ୟତମ ସମ୍ମାନିତ ଅତିଥୁ ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୂଳପତି ପ୍ରଫେସର ଜୟନ୍ତ ମହାପାତ୍ର ଯୋଗ ଦେଇ ସଂଘର ଗଂଳାମ ଜିଲ୍ଲା ଶାଖା ଦ୍ଵାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ବିଶେଷ କରି ସଂଘର ରଂଜାମ ଜିଲ୍ଲା ଶାଖା ସଭାପତି କୃଷ୍ଣଚନ୍ଦ୍ର ପାଳଙ୍କ ଅଦମ୍ୟ ସାହସ ଓ ପରାକାଷ୍ଠା ଯୋଗୁଁ ଏଭଳି କାର୍ଯ୍ୟକ୍ରମର ସଫଳ ଆୟୋଜନ ହୋଇପାରିଲା ବୋଲି କହିଥିଲେ ।

ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ ଓ ଏହାର କାର୍ଯ୍ୟକଳାପ ଆହୁରି ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ । ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଓ ବଉଁମାନର ସାମାଜିକ ସ୍ଥିତି ଉପରେ ସେ ନିଜ ବକ୍ତବ୍ୟରେ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ପର୍ଯ୍ୟଟନ ଭାରତ ସଂପାଦକ ନାରାୟଣ ମହାଙ୍କୁଡ଼, ବରିଷ୍ଠ ସାମ୍ବାଦିକ ସୁତୀପ ସାହୁ, ସମାଜସେବୀ ବାବୁ ଗୌଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବୀନ ସଂପାଦକ ରବି ରଥ, ଓକାଳ୍, ଭୁବନେଶ୍ଵର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା, ସଂଘର ଗଂଜାମ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ପାନ ପ୍ରମୁଖ ମଞ୍ଚାସୀନ ଥିଲେ । ସଂଘର ଗଂଜାମ ଶାଖା ସଂପାଦକ ସଞ୍ଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସୀତାକାନ୍ତ ପାତ୍ର, ସୁକାନ୍ତ କୁମାର ଦାଶ, ରାକେଶ କୁମାର ପାତ୍ର, ଭଗବାନ ଦାଶ, ଭୂନନ୍ଦନ କୃଷି ବିଶାରଦ, ଶଙ୍କର ସାହୁ, ଦୀପକ ସାହୁ, ଜେ. ରମେଶ କୁମାର, ନୃସିଂହାନନ୍ଦ ପାଢ଼ୀ, ରଂଜନ କୁମାର ସାହୁ, ଶରତ ଚନ୍ଦ୍ର ନନ୍ଦ, ପଙ୍କଳ ପାଣିଗ୍ରାହୀ, କୈଳାସ ଚନ୍ଦ୍ର ସ୍ଵାଇଁ, ହୃଷୀକେଶ ପଣ୍ଡା, ସୁଦର୍ଶନ ରାଉଳ, ଜଗନ୍ନାଥ ନାୟକ, ହେମନ୍ତ କୁମାର ପାତ୍ର, ରାଜେନ୍ଦ୍ର ପଣ୍ଡିତ ପ୍ରମୁଖ କର୍ଯକର୍ରାଙ୍କ ସହ ପ୍ରାୟ ୪୦୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ମଞ୍ଚ ଉଦ୍‌ଘୋଷକ କାର୍ତ୍ତିକ ପାଣିଗ୍ରାହୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଶ୍ରୀ ସୋନାଲି ପାଣିଗ୍ରାହୀଙ୍କ ସଂଯୋଜନାରେ ଉତ୍କଳିକା ସଂଗୀତ ଅନୁଷ୍ଠାନ, ଏସ୍.ଏସ୍. ଡ୍ୟାନ୍ସ ଗ୍ରୁପ୍, ଆୟାନି ଡ୍ୟାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ବ୍ରହ୍ମପୁରରୁ ବିଭୁତି ଶତପଥୀଙ୍କ ରିପୋର୍ଟ..

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 35 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 36 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 45 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 36 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 69 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 43 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ