ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ

Spread the love

ବ୍ରହ୍ମପୁର:(ଜେଏମଜେ ନ୍ୟୁଜ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଖ୍ୟାତନାମା ଆଧ୍ୟାତ୍ମିକ ମାର୍ଗଦର୍ଶିକା, ଜୀବନ ପରିଚାଳନା ବିଶେଷଜ୍ଞା, ଅନ୍ତରାଷ୍ଟ୍ରୀୟ ପ୍ରେରଣା ଦାୟକ ଅଭିଭାଷିକା ତଥା ବରିଷ୍ଠ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ ଦିଦିଙ୍କ ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ପଦାର୍ପଣ ସକାଶେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି । ଏଥିରେ ବ୍ରହ୍ମପୁର ସବଜୋନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମାଳା, ଭଗ୍ନୀ ଶିବାନୀ ଦିଦିଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ ଯେ ଭଗ୍ନୀ ଶିବାନୀ ହେଉଛନ୍ତି ଏକାଧାରରେ ଜଣେ ଲେଖିକା, ଦାର୍ଶନିକା ତଥା ଅନେକାନେକ ସିନେମା ଏବଂ କ୍ରୀଡା ଜଗତର ଅଭିନେତା ତଥା ସାଧାରଣ ଜନତାଙ୍କ ଆଧ୍ୟାତ୍ମିକ ଗୁରୁ । ସେ ନିଜ ଧାରଣାମୟ ଜୀବନର ଅନୁଭବ, ରାଜଯୋଗ ଧ୍ୟାନ ଏବଂ ସୁପ୍ରବନ୍ଧନ ନେତୃତ୍ବ ଦ୍ବାରା ବାହ୍ୟଚାପ ବା ଅତ୍ୟଧିକ ନକରାତ୍ମକ ମାନସିକ ଚିନ୍ତା ବା ଚାପ କିପରି ଶରୀରକୁ ରୋଗାକ୍ରାନ୍ତ ତଥା ଭାରାକ୍ରାନ୍ତ କରିଥାଏ ଏବଂ ଏଥିରୁ ମୁକ୍ତି ପ୍ରାପ୍ତ କରି କିପରି ବର୍ତ୍ତମାନର ଜଟିଳ ଦୁଃଖମୟ ସମାଜରେ ରହି ମଧ୍ୟ ସୁଖ, ଶାନ୍ତି, ଆନନ୍ଦମୟ ଜୀବନଯାପନ କରିପାରିବ ସେ ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥାଆନ୍ତି । ଭଗ୍ନୀ ଶିବାନୀ ବ୍ରହ୍ମାକୁମାରୀ ଦ୍ବାରା ପ୍ରସ୍ତୁତ “Awekening with Brahmakumari’s” ତଥା “Happiness unlimited serial” ମାଧ୍ୟମରେ ଅନେକ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ସମ୍ପର୍କିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦ୍ବାରା ଦର୍ଶକ ମାନଙ୍କର ହୃଦୟକୁ ଜିତି ପାରିଛନ୍ତି । ଭଗ୍ନୀ ଶିବାନୀ ଭାରତ ତଥା ସମଗ୍ର ବିଶ୍ବର ବିଶାଳ ଜନସମୁଦ୍ରକୁ ନିଜ ମନସ୍ତାତ୍ବିକ, ଦାର୍ଶନିକ, ସାମାଜିକ ତଥା ଆଧ୍ୟାତ୍ମିକ ଚିନ୍ତାଧାରାର ପ୍ରତିଫଳନ ବା ଛାପ ପ୍ରଦର୍ଶିତ କରି ଆସୁଛନ୍ତି । ଏପରି ଜଣେ ମହାନାହିକା ଶିବାନୀ ଦିଦି 2014 ମସିହାରେ Assocham ladies league ଦ୍ବାରା ”women of the decade achievers” 2017 ମସିହାରେ world psychiatric association ଦ୍ବାରା ”good will ambassador” ଏବଂ 2019 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ନାରୀଶକ୍ତି ପୁରସ୍କାର ଆଦି ପ୍ରାପ୍ତ କରିଛନ୍ତି । ଏପରି ଜଣେ ବିଶ୍ବପ୍ରଖ୍ୟାତ ରାଜଯୋଗ ପ୍ରଶିକ୍ଷକା ଶିବାନୀ ଦିଦି ଆସନ୍ତା ବୁଧବାର ତା-19.11.2025ରିଖ ସନ୍ଧ୍ୟା 5 ଘଟିକା ସମୟରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ”ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ବ” ସମ୍ପର୍କୟ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିବେ ।

ତତପୂର୍ବରୁ ବରିଷ୍ଠ ପ୍ଲେବ୍ୟାକ ସିଙ୍ଗର ଭ୍ରାତା ହରିଶ୍ ମୋୟାଲ୍ ଏକ ଅଦ୍ଭୁତ ସଙ୍ଗୀତମୟ କାର୍ଯ୍ୟକ୍ରମରେ ଯୋଗ ଦବେ । ତତପରେ ନଭେମ୍ବର 20ରୁ 22 ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମାଇଣ୍ଡ ଟ୍ରେନର ମାଉଣ୍ଟ ଆବୁସ୍ଥ ଭ୍ରାତା ରାଜଯୋଗୀ ବ୍ରହ୍ମାକୁମାର ଶକ୍ତିରାଜ ରାଜଯୋଗ ମେଡିଟେସନ୍ ଶିବିର କାର୍ଯ୍ୟକ୍ରମରେ ଯୋଗଦବେ । ଏଣୁ ବ୍ରହ୍ମପୁର ସହରର ଆଧ୍ୟାତ୍ମିକ ପ୍ରେମୀ ଜନସାଧାରଣ ପଞ୍ଜିକରଣ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ଦ୍ବାରା ଲାଭାନ୍ବିତ ହେବା ସକାଶେ ଭଗ୍ନୀ ମାଳା ଆହ୍ବାନ ଦେଇଥିଲେ । ତତପରେ ଭଗ୍ନୀମାଳା ଉପସ୍ଥିତ ସାମ୍ବାଦିକମାନଙ୍କୁ ରାଜଯୋଗ ଦ୍ବାରା ସୁଖ, ଶାନ୍ତି, ପବିତ୍ରତାର ଅନୁଭବ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଲକ୍ଷ୍ମୀ ପରିଚାଳନା ପୂର୍ବକ ବର୍ତ୍ତମାନ ସମଗ୍ର ବିଶ୍ବରେ ଅଶାନ୍ତି, କଳହ, ଈର୍ଷ।, ଦ୍ୱେଷ, ଦ୍ବନ୍ଦ ତଥା ଯୁଦ୍ଧମୟ ପରିସ୍ଥିତି ସମୟରେ ବ୍ରହ୍ମାକୁମାରୀ ସଂଗଠନ ଦ୍ବାରା ଏହି କାର୍ଯ୍ୟକ୍ରମ ଅନେକ ଆତ୍ମାଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣୀତ କରିପାରିବ ବୋଲି କହିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁରର ସମସ୍ତ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆର ସାମ୍ବାଦିକମାନେ ଯୋଗ ଦେଇ ଏପରି ଏକ ଆଧ୍ୟାତ୍ମିକ ଚେତନାର ଜାଗରଣ ରୁପି ଜନକଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ ସକାଶେ ଶୁଭକାମନା ଜ୍ଞାପନ କରିଥିଲେ ।

ବ୍ରହ୍ମପୁର ରୁ ତପେନ୍ଦ୍ର ଡାକୁଆଙ୍କ ରିପୋର୍ଟ

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 39 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 38 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 45 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 36 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 70 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 44 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ