ବରିଷ୍ଠ କଳାକାର ମହାସଂଘ କଳାକାର ସମାଜର ତ୍ରାଣକର୍ତ୍ତା

Spread the love

ବ୍ରହ୍ମପୁର,: ଜେଏମଜେ ନ୍ୟୁଜ: କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧିନି ସମାଜମ୍ ସଭା ପ୍ରକୋଷ୍ଠରେ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବର ପ୍ରଥମ ପର୍ଯ୍ୟାୟରେ ପୁଟବଗଡ଼ ସ୍ଥିତ ମା’ ସନ୍ତୋଷୀ ଲୋକ ନାଟ୍ୟ କଳା ସଂସଦ ପ୍ରଯୋଜିତ ତଥା ଗୁରୁ ଯୁଦ୍ଧିଷ୍ଠିର ନାହାକ ନିର୍ଦ୍ଦେଶିତ ଲୋକ ନାଟକ “ରାଧା ପ୍ରେମ ଲୀଳା”ର ରାଈ ଦରବାର ଖଣ୍ଡାଂଶ ପରିବେଷୀତ ହୋଇଥିଲା। ଏଥିରେ ସନ୍ତୋଷୀ ପ୍ରଧାନ, ପୂଜା ପ୍ରଧାନ, ତୁଳସୀ ପ୍ରଧାନ, ନନ୍ଦିନୀ ବେହେରା, ପ୍ରିୟଙ୍କା ପ୍ରଧାନ, ଲିପୁ ପ୍ରଧାନ, ପ୍ରଭାକର ପ୍ରଧାନ, ଶୁଭଙ୍କର ପ୍ରଧାନ, ପୀତାମ୍ବର ଗୌଡ଼, ନାଲୁ ନାହାକ, ଏମ୍. ନିରଞ୍ଜନ ପ୍ରମୁଖ କଳାକାରମାନେ ସୁନ୍ଦର ଅଭିନୟ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମାଗତ କଳାକାରମାନଙ୍କୁ ଆପ୍ୟାୟିତ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ଲୋକକଳାବିତ୍ ପଣ୍ଡିତ ବିଶ୍ୱନାଥ ଶତପଥୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ମାତ୍ର ଚାରି ପାଞ୍ଚ ବର୍ଷ ତଳେ ସୃଷ୍ଠ ମହାସଂଘ ଇତିମଧ୍ୟରେ ସମଗ୍ର କଳାକାର ସମାଜର ତ୍ରାଣକର୍ତ୍ତା ଭାବେ ଆତ୍ମ ପ୍ରକାଶ କରିବା ମୂଳରେ କର୍ମକର୍ତ୍ତା ମାନଙ୍କ ନିଷ୍ଠା ଓ ଅଙ୍ଗିକାରବଦ୍ଧତା ବିଦ୍ୟମାନ ବୋଲି ମତପ୍ରକାଶ କରିଥିଲେ।
ବାର୍ଷିକୋତ୍ସବର ଦ୍ଵିତୀୟ ପର୍ଯ୍ୟାୟରେ ସାଂସ୍କୃତିକ ସଭା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ପଣ୍ଡିତ ଶତପଥୀ, ମୁଖ୍ୟବକ୍ତା ବିଶିଷ୍ଟ ଲୋକ ନାଟକ ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ଏବଂ ସମ୍ମାନିତ ଅତିଥି ଭାବେ କ୍ରିଏଟିଭ୍ ଆର୍ଟସ୍ ସମ୍ପାଦକ ମନୋଜ କୁମାର ପାଢ଼ୀ, ଦେଶିୟା ନାଟ ଗୁରୁ ବାଲାଜୀ ପ୍ରସାଦ ସାମନ୍ତରା ପ୍ରମୁଖ ଯୋଗଦେଇ ମହାସଂଘ କାର୍ଯ୍ୟାଧାରାର ଭୁୟସୀ ପ୍ରସଂସା କରିଥିଲେ। ଏହି ଅବସରରେ ବହୁ କଳାକାରମାନଙ୍କୁ ମହାସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ, ଉପସଭାପତି ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଜି. କାମରାଜୁ ପାତ୍ର, କାଳୁ ପାଣିଗ୍ରାହୀ, ଚନ୍ଦ୍ରଭାନୁ ନାୟକ, ଦୀନବନ୍ଧୁ ପାତ୍ର, ସନାତନ ଗୌଡ଼, ପାର୍ଥବ ବେହେର୍ଦ୍ଦଳାଇ, ରମାକାନ୍ତ ବେହେର୍ଦ୍ଦଳାଇ, ମାନସ ଦାସ, ସୂର୍ଯ୍ୟ ନାରାୟଣ ପାତ୍ର, ଦୀପକ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଉପ-ମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ତପେନ୍ଦ୍ର ଡାକୁଆଙ୍କ ରିପୋର୍ଟ

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    କଟକ ରେ ମହାମହିମ

    ବିହାର ଉପନିର୍ବାଚନ ରେ ବିଜେପି ପରାଜୟ

    ଗଞ୍ଜାମ ଆସୁଛନ୍ତି ରାଷ୍ଟ୍ରପତି

    04 ଅଗଷ୍ଟ 2026:ଜନତା ମାଗେ ଜବାବ

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ