ଅବ୍ୟବସ୍ଥା ରେ ସରିଲା ଯୁଗ୍ମ ଜନଶୁଣାଣୀ ଶିବିର

Spread the love

ଚିକିଟୀରେ ଯୁଗ୍ମ ଅଭିଯୋଗ ଶୁଣାଣି
*ପ୍ରଚାର ପ୍ରସାର ଅଭାବରୁ ଖାଁ ଖାଁ ଶିବିର
*ପାଣି ଟୋପେ ପାଇଁ ଡହଳବିକଳ ହେଲେ ଅଭିଯୋଗକାରୀ
*ଅବ୍ୟବସ୍ଥା ଖାଦ୍ୟ ଯୋଗାଣ, ନିଅଣ୍ଟିଆ ପ୍ରକ୍ରିୟାରୁ ଭୋକରେ ଫେରିଲେ କର୍ମଚାରୀ
ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନୁସାରେ ଆଜି ଚିକିଟୀ ବ୍ଲକ ଅଫିସ ପରିସରର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ସାଧାରଣ ଜନତାଙ୍କ ହୃଦୟରେ ସଂଚିତ ଅସୁବିଧା ଓ ଅସନ୍ତୋଷକୁ ଅନୁଧ୍ୟାନ କରିବା ପାଇଁ ପ୍ରଶାସନୀୟ ମଞ୍ଚ ତିଆରି ହୋଇଥିଲେ ମଧ୍ୟ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଅନୁପସ୍ଥିତି ଶିବିରକୁ କିଛି ପର୍ଯ୍ୟାୟରେ ଅପୂର୍ଣ୍ଣ କରିଦେଇଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲାପାଳ ଓ ଏସପିଙ୍କ ଅନୁପସ୍ଥିତି ରେ ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ପଣ୍ଡା, ସହାୟକ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ଜେନା, ଏସଡିପିଓ ଶ୍ରୀ ବିଶ୍ୱାମିତ୍ର ହରପାଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଧୁସୂଦନ ମିଶ୍ର ତହସିଲଦାର ଶ୍ରୀ ବିଶ୍ୱରଂଜନ କଂହର ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ଆପନ୍ନା ସେଠୀ ମଞ୍ଚାସିନ ହୋଇ ଅଭିଯୋଗ ଶୁଣିଥିଲେ। ଉକ୍ତ ଶିବିରରେ ପୋଲିସ,ସ୍ୱାସ୍ଥ୍ୟ, ଶିକ୍ଷା, ଜଙ୍ଗଲ, ଯୋଗାଣ, ଆବାସ ଓ ଜଳସେଚନ ଆଦି ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ଉପସ୍ଥିତ ଅଧିକାରୀଙ୍କ ଯେପରି ଭିଡ଼ ଥିଲା ତା ତୁଳନାରେ ଅଭିଯୋଗକାରୀଙ୍କ ଭିଡ଼ ଅଭାବୀ ଲାଗୁଥିଲା।


ପ୍ରଚାର ପ୍ରସାରର ଅଭାବରେ ଅନେକ ଲୋକ ଶିବିର ସମ୍ପର୍କରେ ଅଜ୍ଞ ଥିବା ଅଭିଯୋଗ କରିଛନ୍ତି । ଶିବିରଟି ଖାଁ ଖାଁ ଅନୁଭବ ହେଉଥିବା ବେଳେ ଅଭିଯୋଗ ଗୁଡିକ ଶୀଘ୍ର ଓ ସୁବିଧାଜନକ ଭାବେ ସମାଧାନ ହୋଇପାରିଥିବା ସୂଚନା ମିଳିଛି । ଅନେକ ବିଭାଗର ଗୋଟିଏ ଵି ଅଭିଯୋଗ ଆସିନଥିବା ବେଳେ, ଯୋଗାଣବିଭାଗର କୁଢ଼ କୁଢ଼ ସମସ୍ୟା ଥିବା ଲକ୍ଷ୍ୟ କରାଯାଇଛି । ଚିକିଟୀ ବ୍ଲକ ରେ ଏହି ବିଭାଗର ସମସ୍ୟା ଦିନକୁଦିନ ବୃଦ୍ଧିପାଇବାକୁ ଲାଗିଛି । ଅନେକ ବୃଦ୍ଧ, ବୃଦ୍ଧା ଓ ବିକଳାଙ୍ଗ ଦୂରଦୂରାନ୍ତ ଗ୍ରାମରୁ ଆସିଥିଲେ ଵି ଖାଦ୍ୟ ଓ ପାନୀୟ ଆୟୋଜନର ଅବ୍ୟବସ୍ଥା ଯୋଗୁଁ ଭୋକଶୋଷରେ ଫେରିଛନ୍ତି
। ଅବଶ୍ୟ କିଛି ଅଭିଯୋଗ ତ୍ୱରିତ ସମାଧାନ ହୋଇଥିଲେ ଵି ଖାଦ୍ୟ-ଦୁର୍ଲଭତା ବଡ଼ କାରଣ ହୋଇ ଠିଆ ହୋଇଥିଲା। ଶିବିରଟିରେ ମୋଟ ୧୨୨ଟି ଅଭିଯୋଗ ହୋଇଥିଲା, ସେଥିରୁ ବ୍ୟକ୍ତିଗତ ୧୧୧ଟି ଓ ସାମୂହିକ ଭାବେ ୧୧ ଟି ଅଭିଯୋଗ ଦାଖଲ ହୋଇଥିଲା। ଉପଜିଲ୍ଲାପାଳ ଆୟୋଜିତ ଶିବିରରେ ଅନେକଗୁଡିଏ ପଟ୍ଟା ବଣ୍ଟନ କରିଥିଲେ।


ଏହି ଶିବିରରେ ହୋଇଥିବା ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ନିମନ୍ତେ ଅଞ୍ଚଳ ବାସୀ ଦାବି କରିଛନ୍ତି। ଏଣୁ ସରକାରଙ୍କୁ ଅନୁରୋଧ କରାଯାଉଛି। ଆଗାମୀ ଶିବିରଗୁଡ଼ିକୁ ଅଧିକ ସୁଚିତ୍ର, ସୁସଂଘଟିତ ଓ ଜନସନ୍ତୃପ୍ତିଦାୟୀ କରିବା ପାଇଁ ସ୍ଥାନୀୟ ଲୋକମାନେ ଆଶା ଓ ଅପେକ୍ଷାର ନଜର କରିଥିବା ପ୍ରକାଶ କରିଛନ୍ତି।

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 49 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 39 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 46 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 38 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 72 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 46 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ