ଭଞ୍ଜନଗର ଠାରେ ଜାତୀୟ ସାମ୍ବାଦିକ ଦିବସ ପାଳିତ

Spread the love

ଭଞ୍ଜନଗର (ଜେଏମଜେ ନ୍ୟୁଜ): ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ସମ୍ବାଦିକମାନଙ୍କ ପାଇଁ ଗୋଟିଏ ଦିନ ଜାତୀୟ ପ୍ରେସ ଦିବସ ଭାବେ ସମଗ୍ର ଭାରତ ବର୍ଷରେ ମହାସମାରୋହରେ ପାଳନ ହେଇଥିବା ବେଳେ ଭଞ୍ଜନଗରର ଅଗ୍ରଣୀ ପଞ୍ଜିକୃତ ସମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ଦ୍ୱାରା ଜାତୀୟ ପ୍ରେସ ଦିବସ ଭଞ୍ଜନଗର ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ପାଳନ ହୋଇଯାଇଛି। ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ନନ୍ଦିଘୋଷ ଟିଭିର ଖବର ପ୍ରବକ୍ତା ସୁଶ୍ରୀ ଶୁଭଲକ୍ଷ୍ମୀ ଜେନା, ସମାଜସେବୀ କୁଲୁ ଭୂୟାଁ, କ୍ଲବର ଦୁଇ ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ ଓ ସଞ୍ଜିବ କୁମାର ପାତ୍ର। ସୁଶ୍ରୀ ଶୁଭଲକ୍ଷ୍ମୀ ଜେନାଙ୍କୁ ‘ଦେବର୍ଷି’ ସମ୍ମାନରେ ସମ୍ମାନିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ହୋଇଥିବା ପ୍ରବନ୍ଧ, ବକୃତା ଓ ସଂଗୀତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ୧୫ ଗୋଟି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟରେ ଦର୍ଶକ ଝୁମି ଥିଲେ। ସେହିପରି ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମାନୀତ ଅତିଥିଭାବେ ଉପ-ଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମୂରଲୀ କୃଷ୍ଣ ପଣ୍ଡା, ୮ମ ବାଟାଲେନର ଡ଼େପୁଟି କମାଣ୍ଡେଡ଼ ଲଳିତ କୁମାର ବାଗ, ଡ଼ିଡ଼ି ୱାନର ଖବର ପ୍ରବକ୍ତା ବଳଭଦ୍ର ରଥ, ଜଗନ୍ନାଥପ୍ରସାଦର ପୂର୍ବତନ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ସମାଜସେବୀ ଦୁର୍ଗା ଚରଣ ସ୍ୱାଇଁ, ଜଗନ୍ନାଥ କଲ୍ୟାଣ ମଣ୍ଡପର ମାଲିକ ପି. କେଦାରନାଥ ପାତ୍ରଙ୍କ ସମେତ କ୍ଲବର ତିନି ଉପସଭାପତି ପୁରୁଷୋତ୍ତମ ମହାପାତ୍ର, ସମୀର କୁମାର ମହାପାତ୍ର, ଏସ୍‍. ଦୁର୍ଗା ପ୍ରସାଦ ଆଚାରୀ ମଞ୍ଚାସୀନଥିଲେ। ଶ୍ରୀଯୁକ୍ତ ରଥଙ୍କୁ ‘ଦେବର୍ଷି’ ସମ୍ମାନରେ ସମ୍ମାନିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବର ବାର୍ଷିକ ମୁଖପତ୍ର ‘ଦେବର୍ଷି’ ଉନ୍ମୋଚିତ ହୋଇଥିଲା। ଦୁଇଦିନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ସ୍ୱାଇଁ ସଭାପତିତ୍ୱ କରୁଥିବା ସମୟରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ବଳରାମ ପୋଲାଇ ସଂଯୋଜନା କରୁଥିବାବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ

ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ର ଙ୍କ ରିପୋର୍ଟ

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 51 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 39 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 46 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 39 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 76 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 46 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ