ଏ ବିଜୟ ବାପାଙ୍କର : ଜୟ

Spread the love

ଜେଏମଜେ ବ୍ୟୁରୋ : ଜୟଙ୍କ ମଥାରେ ବିଜୟ ଟୀକା: କିଏ କହିଲା ବାପା ନାହାନ୍ତି ବୋଲି… ବାପା ଆମ ସହ ଥିଲେ… ଅଛନ୍ତି… ଆଉ ରହିଥିବେ ମଧ୍ୟ…ବାପା ! ପ୍ରତି ପିଲାଙ୍କ ବଳ, ପ୍ରତି ପରିବାରର ସାହସ । ବାପା ଥିଲା ପୁଅ ସଭାରେ ହାରେନି । ବାପାଙ୍କ ବିନା ଦୁନିଆ ଅନ୍ଧାର, ସଂସାରଟା ପୂରା ଶୂନଶାନ । ବାପା ! ଯେଉଁଠି ଥିଲେ ବି ପିଲାଙ୍କୁ ଆଶୀର୍ବାଦ କରନ୍ତି । ସେ ବଞ୍ଚିଥାନ୍ତୁ କି ପରପାରିରେ ଥାନ୍ତୁ…

ନୂଆପଡ଼ା: ବାପା ! ପ୍ରତି ପିଲାଙ୍କ ବଳ, ପ୍ରତି ପରିବାରର ସାହସ । ବାପା ଥିଲା ପୁଅ ସଭାରେ ହାରେନି । ବାପାଙ୍କ ବିନା ଦୁନିଆ ଅନ୍ଧାର, ସଂସାରଟା ପୂରା ଶୂନଶାନ । ବାପା ! ଯେଉଁଠି ଥିଲେ ବି ପିଲାଙ୍କୁ ଆଶୀର୍ବାଦ କରନ୍ତି । ସେ ବଞ୍ଚିଥାନ୍ତୁ କି ପରପାରିରେ ଥାନ୍ତୁ । ପ୍ରତି ପିଲା ପାଇଁ ବାପା ଡାକ ଏକ ବଳ । ଆଉ ଯେଉଁ ବଳ ବିଜୟୀ ହେବାକୁ ବାଟ ଦେଖାଏ । ଏହି କଥାଟି ପୂରା ସତ ହୋଇଛି ନୂଆପଡ଼ାରେ । ଯେଉଁଠି ସ୍ବର୍ଗତ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଆଶିଷ ପାଇ ପୁଅ ଜୟ ଢୋଲକିଆ ଆଜି ବିଜୟୀ ହୋଇଛନ୍ତି । ପୂରା ନୂଆପଡାର ବଳ ତାଙ୍କ ପାଖରେ ଅଛି । ସମସ୍ତେ ବାପା ଛେଉଣ୍ଡ ପୁଅକୁ ଆଶୀର୍ବାଦ କରି ବିଜୟର ତିଳକ ଲଗାଇଛି

ଆଉ ଯେତେବେଳେ ପୁଅ ବିଜୟୀ ହୋଇଛି ସେତେବେଳେ ବାପାଙ୍କୁ ବା ଭୁଲିପାରିବ କେମିତି । ନିଜ ମାଆ ସହ, ନିଜ ପତ୍ନୀ ପିଲାଙ୍କ ସହ ବିଜୟର ଖୁସି ମନାଉଥିବା ବେଳେ ବାପାଙ୍କ କଥା ଯେତେବେଳେ ମନେପଡିଯାଇଛି ଆଉ ଆଖିରେ ବାପାଙ୍କୁ ଖୋଜିବାର ଅନ୍ୟମନସ୍କତା ଅଶ୍ରୁ ହୋଇ ନିଗିଡ଼ି ପଡିଛି । ଠିକ୍ ସେତେବେଳେ ପତ୍ନୀ ନିଜ ଫୋନରେ ରଖିଥିବା ବାପାଙ୍କ ଫଟୋ ଦେଖାଇ ସ୍ବାମୀଙ୍କୁ ତ ବୁଝାଇ ଦେଇଛନ୍ତି ତାସହ ପୂରା ଦୁନିଆକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ- ଏ ବିଜୟ ଆମ ବାପାଙ୍କର… କିଏ କହିଲା ଆମ ସହ ବାପା ନାହାନ୍ତି ବୋଲି । ବାପା ଆମ ସହ ଥିଲେ, ଅଛନ୍ତି ଆଉ ରହିଥିବେ ମଧ୍ୟ ।

ନୂଆପଡ଼ା: ବିଜେଡ଼ି ହାତରୁ ଖସିଲା, ବିଜେପି ହାତକୁ ଫେରିଲା… ‘ପଦ୍ମ’ ଫୁଟିବାକୁ ୧୧ ବର୍ଷ ଲାଗିଗଲା

ବିରୋଧୀଙ୍କ ଗାଲରେ ଶକ୍ତ ଚାପୁଡ଼ା
ସେପଟେ ଏହି ଫଟୋ ବିରୋଧୀଙ୍କୁ ଶକ୍ତ ଧକ୍କା ଦେଇଛି । ନିର୍ବାଚନ ପୂର୍ବରୁ ଜୟ ଢୋଲକିଆଙ୍କୁ ରାଜେନ୍ଦ୍ର ଢୋଲକିଆଙ୍କ ପୋଷ୍ୟ ପୁତ୍ର କହି ବିରୋଧୀ ବାରମ୍ବାର ନାକରେ କାଠି ଦେଇ ହସୁଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଥିଲେ । ହେଲେ ଆଜି ଏହି କଥାକୁହା ଫଟୋ ଅନେକ କଥା କହି ଦେଉଛି । ବିନା ଶବ୍ଦରେ ଅନେକ ପ୍ରଶ୍ନର ଉତ୍ତର ସାଜିଛି ।

ସ୍ବପ୍ନରେ ଆସୁଥିଲେ ରାଜୁ ଢୋଲକିଆ
ଏଥର ନୂଆପଡ଼ା ନିର୍ବାଚନ ପ୍ରଚାର ପାଇଁ ସବୁ ଦଳ ଏଆଇକୁ ଆପଣେଇଥିଲେ । ବିଜେଡି ରାଜୁ ଢୋଲକିଆଙ୍କୁ ନିର୍ବାଚନର ମୁଖ୍ଯ ମୁଦ୍ଦା କରି ଜୟ ଢୋଲକିଆ ଏବଂ ବିଜେପିକୁ ନେଇ ସମାଲୋଚନା କରୁଥିଲା । ଏଆଇ ଭିଡିଓରେ ରାଜେନ୍ଦ୍ର ଢୋଲକିଆ ଜୟଙ୍କ ସ୍ବପ୍ନରେ ଆସି ତାଙ୍କୁ ନୂଆପଡ଼ା ସହ ଧୋକାଦିଆ କାମ କରିଛୁ, ବିଜେପିକୁ ଯାଇ ମୋ ରକ୍ତର ନୁହଁ ବୋଲି ପ୍ରମାଣିତ କରିଛୁ ପରି ଅନେକ ଭିଡ଼ିଓ ଭାଇରାଲ ହେଉଥିଲା । ହେଲେ ଏସବୁର କଡା ଜବାବ ଦେଇ ନୂଆପଡ଼ାବାସୀ ଶେଷରେ ଜୟଙ୍କ ମଥାରେ ବିଜୟ ଟୀକା ଲଗାଇଛନ୍ତି…

ଜୟଙ୍କ ମଥାରେ ବିଜୟ ଟୀକା
ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍‌ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ସବୁଠାରୁ ବଡ଼ କଥା ହେଲା, ବିଜେପି ଏଠାରେ ବଡ଼ ବ୍ୟବଧାନ ସହିତ ବିଜୟ ହାସଲ କରିଛି। ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍‌ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜୟ ପାଇଁ ଆଶା ରଖିଥିଲେ ମଧ୍ୟ ସେମାନଙ୍କୁ ଜନତା ଗ୍ରହଣ କରିନାହାନ୍ତି। ତେବେ ନିର୍ବାଚନ କମିସନ ପକ୍ଷରୁ ନୂଆପଡ଼ା ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ବାକି ଅଛି।

୧୧ ବର୍ଷ ପରେ…ଫୁଲ ଫୁଟିଲା ନୂଆପଡ଼ାରେ
ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି। ଏହା ପୁଣି ୧୧ ବର୍ଷ ପରେ। ନୂଆପଡ଼ାର ଜନତା ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ବିପୁଳ ଭୋଟ୍‌ ଦେଇଛନ୍ତି। ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ଶୋଭାଯାତ୍ରା କରିଛନ୍ତି। ସେ ଖରିଆର ରୋଡ୍‌ରେ ନିଜ ପରିବାର ଏବଂ ସମର୍ଥକମାନଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 41 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 80 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 24 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 31 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 80 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ