କାମ କଲାନି ନବୀନଙ୍କ କ୍ରେଜ୍: ଏହି ଭିଡିଓ ହିଁ ବିଜେଡି ପରାଜୟର କାରଣ!

Spread the love

ଜେଏମଜେ ବ୍ୟୁରୋ : ନୂଆପଡା ବାଜି ଜିତିବାକୁ ବିଜେଡି ନିଜ ଦମ ଲଗେଇଥିଲା । ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବାକୁ ଖୋଦ୍ ପାର୍ଟି ସୁପ୍ରିମୋ ନବୀନ ବି ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ପାଇଁ ଭୋଟ୍ ମାଗିଥିଲେ । ନବୀନଙ୍କ ପ୍ରଚାର ରାଲିରେ ପ୍ରବଳ ଜନ ସମାଗମ୍ ଦେଖିବାକୁ ମିଳିଥିଲା । ନିଜର ଏକ ଛୋଟ ଅପରେସନ ପରେ କିଛି ଦିନ ବିଶ୍ରାମ ନେବା ପରେ ପ୍ରଚାରକୁ ଓହ୍ଲାଇଥିଲେ ନବୀନ । ନବୀନଙ୍କ ପ୍ରଚାର ପରେ ଲାଗୁଥିଲା ବାଜି ଓଲଟିଯିବ ବୋଲି । ଏତେ ଗହଳି ଥିଲା ଯେ ଜନମତ ବିଜେଡି ସପକ୍ଷରେ ଯିବ ବୋଲି ବିଜେଡି ନେତାମାନେ କହୁଥିଲେ । ହେଲେ ତାହା ଯେ କେବଳ ନବୀନଙ୍କୁ ଦେଖିବାକୁ ହିଁ ଥିଲା ମାତ୍ର ସେସବୁ ଭୋଟରେ କନଭର୍ଟ ହେବନି ବୋଲି କାହାକୁ ଜଣା ନଥିଲା । ନବୀନଙ୍କର ସାରା ରାଜ୍ୟରେ ଗୋଟେ ଭିନ୍ନ କ୍ରେଜ୍ ରହିଛି ସେହି କ୍ରେଜ୍ ନୂଆପଡାରେ ବି କାମ ଦେବ ବୋଲି ବିଜେଡି ଭାବିଥିଲା ମାତ୍ର ସେସବୁ କିଛି କାମ ଦେଲାନି ବୋଲି ଫଳାଫଳ କହୁଛି ।

ପରାଜୟ ପଛରେ ବିମାନବନ୍ଦର ଭିଡିଓ

ନୂଆପଡା ନିର୍ବାଚନକୁ ନବୀନ ଯେତେବେଳେ ଓହ୍ଲାଇଥିଲେ ସେତେବେଳେ ତାଙ୍କ ପ୍ରଚାର ଭିଡିଓ ଯେତେ ଭାଇରାଲ ହୋଇନଥିଲା ସେତେ ଅଧିକ ଭାଇରାଲ ହୋଇଥିଲା ନବୀନଙ୍କ ବିମାନବନ୍ଦର ଭିଡିଓ । ଯେଉଁଠି ନବୀନ ଧିରେଧିରେ ଚାଲିଚାଲି ଯାଉଥିଲେ । ଦୁଇ ଅଙ୍ଗରକ୍ଷୀଙ୍କ ସାହାଯ୍ୟରେ ଧିରେଧିରେ ଯାଉ ଯାଉ ମଝିରେ ମଝିରେ ରହି ବି ଯାଉଥିଲେ । ଯେଉଁ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ନବୀନଙ୍କୁ ଏ ବୟସରେ ବିଶ୍ରାମ ନଦେଇ ପ୍ରଚାର ପାଇଁ କାହିଁକି ଦଳ ନେଉଛି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତା ସହ ଅନେକ ଲୋକ ନବୀନଙ୍କୁ ସମ୍ମାନ ଜଣାଇ ବିଜେଡିର ନେତାଙ୍କ ଚାଲକୁ ବିରୋଧ କରିଥିଲେ । ବୋଧହୁଏ ସେହି ଭିଡିଓ ଏବଂ ନବୀନଙ୍କୁ ବିଶ୍ରାମ ନଦେଇ ଏ ଅବସ୍ଥାରେ ପ୍ରଚାରକୁ ନେଇଥିବା ଦଳକୁ ଲୋକେ ବିରୋଧ କରି ହରାଇ ଥାଇ ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 38 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 80 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 24 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 31 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 80 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ