ବ୍ରହ୍ମପୁରରୁ ଗଡିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍, ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ

Spread the love

ବ୍ରହ୍ମପୁର :(ଜେଏମଜେ ବ୍ୟୁରୋ): ବ୍ରହ୍ମପୁରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍। ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବ୍ରହ୍ମପୁର ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଓଁକାରେଶ୍ଵର ଓ ଉଜ୍ଜୟିନୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ସ୍ଵତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ମୋଟ ୭୭୫ଜଣ ଯାତ୍ରୀଙ୍କୁ ନେଇ ଟ୍ରେନ୍ ବାହାରିଛି। ଉପମୁଖ୍ୟମନ୍ତ୍ରୀ ସମସ୍ତ ଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରୀ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ପୂର୍ବରୁ ଆବେଦନ ପ୍ରକ୍ରିୟାରେ ୬୦ରୁ ୭୫ ବର୍ଷ ବୟସ୍କ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇଥିଲା। ସ୍ଵତନ୍ତ୍ର ଟ୍ରେନ୍ ବ୍ରହ୍ମପୁର ରେଳ ଷ୍ଟେସନରୁ ଯାତ୍ରୀଙ୍କୁ ନେଇ ଉତ୍ତରପ୍ରଦେଶ ଅଭିମୁଖେ ବାହାରିଛି। ଟ୍ରେନ୍‌ରେ ଗଞ୍ଜାମ ଜିଲ୍ଲାରୁ ୪୩୮, ଗଜପତିରୁ ୭୨ ଜଣ, କନ୍ଧମାଳରୁ ୯୧ ଜଣ, ବୌଦ୍ଧରୁ ୫୫ ଜଣ, ନୟାଗଡ଼ରୁ ୧୧୯ ଜଣ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି। ଏମାନଙ୍କ ସହଯୋଗ ପାଇଁ ୨୫ଜଣ ଏସ୍କର୍ଟ ସାଥିରେ ଯାଇଛନ୍ତି।

ରବିବାର ସକାଳୁ ବ୍ରହ୍ମପୁର ରେଳ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମ ନିକଟରେ ବାହାର ଜିଲ୍ଲାର ଯାତ୍ରୀଙ୍କ ସମାଗମ ଆରମ୍ଭ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ସେମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ମଧ୍ୟାହ୍ନ, ରାତ୍ରିଭୋଜନ ସମେତ ଜଳପାନର ବ୍ୟବସ୍ଥା ମଧ୍ୟ ଜିଲ୍ଲା ପ୍ରଶାସନ କରିଥିଲା। ଯାତ୍ରୀମାନେ ବାହାର ରାଜ୍ୟକୁ ତୀର୍ଥଯାତ୍ରୀ ଭାବେ ବୁଲି ଯିବାକୁ ବେଶ୍ ଉତ୍ସାହିତ ଥିବା ସହ ଖୁସି ବ୍ୟକ୍ତ କରିଛନ୍ତି।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026