ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ବସ୍ ମାଲିକ ସଂଘର ଧର୍ମଘଟ ଧମକ

Spread the love

ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ (AOBOA) ଡିସେମ୍ବର  ୧ ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି।

ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ AOBOA ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଏହି ପଦକ୍ଷେପ ବସ୍ ଅପରେଟରମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। କାରଣ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରାଯିବା ପାଇଁ ସରକାରୀ ଯୋଜନା ରହିଛି। ଏହା ହେଲେ  ସେମାନେ ଆମକୁ ଅଯଥାରେ ହଇରାଣ କରିବା ସହିତ ବସ୍ ସେବାରେ ବାଧା ଏବଂ  ଦଣ୍ଡ ଭିତ୍ତିକ କାର୍ଯ୍ୟାନୁଷ୍ଠାନ ବଢ଼ିବାର ଆଶଙ୍କା ରହିଛି। 

ଧାରା ୧୮୪ ଅନୁଯାୟୀ ଦ୍ରୁତ ଏବଂ ଅବହେଳାପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଆରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି। ସେଥିରେ ହେଲମେଟ, ସିଟ୍ ବେଲ୍ଟ ଏବଂ ଟ୍ରିପଲ୍ ରାଇଡିଂ ଯାଞ୍ଚ ଅନ୍ତର୍ଭୁକ୍ତ ରହିଛି।  ଏହା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଉପଯୋଗୀ ଥିବାରୁ ଆମେ ଏହାକୁ ସମର୍ଥନ କରିଥିଲୁ। କିନ୍ତୁ ପୁଲିସ କର୍ତ୍ତୃପକ୍ଷଙ୍କ ନିଜର କ୍ଷମତା ପରିସରକୁ ଧୀରେ ଧୀରେ ବୃଦ୍ଧି କରୁଛନ୍ତି। ଏହା ଅତ୍ୟନ୍ତ ଚିନ୍ତା ଜନକ ବୋଲି ସେ କହିଛନ୍ତି।

ସଂଘ ଜୁନ୍ ମାସରେ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସ୍ତାବର ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଥିଲା। ଜୁଲାଇ ୮ ତାରିଖରେ, ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଡ୍ରାଇଭର୍ସ ମହାସଂଘ ପକ୍ଷରୁ ବାଣିଜ୍ୟିକ ଯାନବାହନ ଚାଳକଙ୍କ ଦ୍ୱାରା ରାଜ୍ୟବ୍ୟାପୀ ‘ଷ୍ଟିଅରିଂ ଛାଡ଼ ପ୍ରତିବାଦ ଆରମ୍ଭ ହୋଇଥିଲା। ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୧୪ ତାରିଖରେ ଓଡ଼ିଶା ଗସ୍ତ ପାଇଁ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସମ୍ମାନ ଜଣାଇ ଏହାକୁ ପ୍ରତ୍ୟାହାର କରାଯାଇଥିଲା।

ପରବର୍ତ୍ତୀ କାର୍ଯ୍ୟପନ୍ଥା ଚୂଡ଼ାନ୍ତ କରିବା ପାଇଁ ସଂଘ ନଭେମ୍ବର ୨୫ ତାରିଖରେ ଏକ ସାଧାରଣ ବୋର୍ଡ ବୈଠକ କରିବ। ଯଦି ସରକାର ଆନୁଷ୍ଠାନିକ ଭାବରେ ପୁଲିସକୁ ଏହି କ୍ଷମତା ପ୍ରଦାନ କରନ୍ତି, ତେବେ ଡିସେମ୍ବର ୧ ରୁ ସାରା ଓଡ଼ିଶାରେ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। 

  • jmjnewso

    Related Posts

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ରାଜ୍ୟ ସରକାର ଖୁବ୍ ଶୀଘ୍ର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ ବା SITI ଓଡିଶା ପ୍ରତିଷ୍ଠା କରିବେ । ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ…

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ (ସମୀର ରଞ୍ଜନ ନାୟକ ): ହିଟ୍ଓ୍ୱେଭ୍ ନେଇ ରାଜସ୍ୱ ବିଭାଗର ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ମାନଙ୍କ ସହ ବସିଥିବା ପ୍ରସ୍ତୁତି ବୈଠକରେ ହିଟ୍ଓ୍ୱେଭ୍ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର