ଭୁବନେଶ୍ୱର(ଜେଏମଜେ ବ୍ୟୁରୋ): ଆସନ୍ତା ୨୫ ତାରିଖରେ ମେଗା ନିଯୁକ୍ତି ମେଳା କରିବେ ରାଜ୍ୟ ସରକାର। ୧୩ଟି ବିଭାଗରେ ୭ ହଜାରରୁ ଅଧିକ ଜଣଙ୍କୁ ବଣ୍ଟନ ହେବ ନିଯୁକ୍ତି ପତ୍ର। ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗୃହ ବିଭାଗରେ ୨୩୫୦ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ହେବ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୭୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ। ଜଙ୍ଗଲ ଓ ପରିବେଶ ବିଭାଗରେ ୧୭୫୦, ସୂଚନା ଓ ଲୋକସଂପର୍କ ବିଭାଗରେ ୩୯, ଉଚ୍ଚଶିକ୍ଷାରେ ୭୪, ଜଳ ସଂପଦ ବିଭାଗରେ ୩୬, ଶ୍ରମ ବିଭାଗରେ ୧୫, ଇସ୍ପାତ ଓ ଖଣି ବିଭାଗରେ ୧୪, ବାଣିଜ୍ୟ ଓ ପରିବହନ ବିଭାଗରେ ୧୪, ମତ୍ସ୍ୟ ସଂପଦ ବିଭାଗରେ ୨୭, ଯୋଜନା ଓ ସଂଯୋଜନ ବିଭାଗରେ ୮ ଜଣଙ୍କୁ ନିଯୁକ୍ତି ଦିଆଯିବ । ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଏଜିରେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇ ପାରେ ।






