ରାଜ୍ୟ କ୍ୟାବିନେଟ୍‌ର ୧୨ଟି ପ୍ରସ୍ତାବ ଅନୁମୋଦିତ.

Spread the love

ଭୁବନେଶ୍ଵର: (ଜେଏମଜେ ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟ୍‌ର ୩୦ତମ ବୈଠକରେ ୯ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଖଣି ଆବଣ୍ଟନ ପାଇଁ ଇ-ଲଟେରି

ଖଣି ଲିଜ୍ ଆବଣ୍ଟନ କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ରାଜ୍ୟ ସରକାର, ସୈରାତ ଉତ୍ସ ଯୋଗାଣ, ଚାହିଦା ଶୃଙ୍ଖଳ ଏବଂ ଲଘୁ ଖଣିଜ ପଦାର୍ଥର ମୂଲ୍ଯ ବର୍ତ୍ତମାନ ପରିସ୍ଥିତିକୁ ସମୀକ୍ଷା କରି ରାଜ୍ୟରେ ଖଣି ଲିଜ୍ ଆବଣ୍ଟନ ପାଇଁ ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରାଯିବ ।

ନୂତନ ବ୍ୟବସ୍ଥାରେ ଲଘୁ ଖଣିଜ ଉତ୍ସଗୁଡ଼ିକର ଆବଣ୍ଟନ ଏବଂ କାର୍ଯ୍ୟକ୍ଷମତାକୁ ତ୍ଵରାନ୍ଵିତ କରିବା ସହ ଯୋଗାଣ-ଚାହିଦା ମଧ୍ୟରେ ବ୍ୟବଧାନ ହ୍ରାସ କରିବ ଏବଂ ସୁଲଭ ମୂଲ୍ଯରେ ଯୋଗାଣ ସୁନିଶ୍ଚିତ କରିବ । ଘରୋଇ ଜମି ଏବଂ IDCO ଲିଜ୍ ପ୍ରାପ୍ତ ଜମିରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ସମୟରେ ଉତ୍ତୋଳିତ ଲଘୁ ଖଣିଜର ବିନିଯୋଗ ପାଇଁ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।ଏହି ସଂଶୋଧନରେ ବେଆଇନ୍ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣକୁ ପ୍ରତିରୋଧ କରିବା ସହ ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣର ବ୍ୟବସ୍ଥା କରାଯାଇଛି । କ୍ୟାବିନେଟ୍ ଅନୁମୋଦନ ପରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ (OMMC Rules, 2016)ରେ ସଂଶଧୋଧନ କରାଯାଇଛି ।

SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ଅର୍ଥ ବୃଦ୍ଧି

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍-ମାଟ୍ରିକ ଛାତ୍ରବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରାଯାଇଛି । SC/ST ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅନ୍ତେବାସୀଙ୍କ ପ୍ରାକ୍-ମାଟ୍ରିକ୍ ଛାତ୍ରବୃତ୍ତି ବଢ଼ିଛି । ଛାତ୍ରଙ୍କୁ ପୂର୍ବରୁ ବାର୍ଷିକ ୧୦, ୫୦୦ ପରିବର୍ତ୍ତେ ଏବେ ଏବେ ୧୬ ମିଳିବ । ସେହିଭଳି ଛାତ୍ରୀ ୧୧ ହଜାର ପରିବର୍ତ୍ତେ ପାଇବେ ୧୭ ହଜାର ଟଙ୍କା ।

ସର୍ବାଧିକ ୧୦ ମାସ ପାଇଁ ଏହି ଛାତ୍ରବୃତ୍ତି ଶିଶୁବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ । ଅନ୍ଵେଷା ଛାତ୍ରାବାସରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ପ୍ରାକ୍-ମାଟ୍ରିକ ଛାତ୍ରବୃଦ୍ଧି ୧୧ ହଜାରରୁ ୧୭ ହଜାରକୁ ବୃଦ୍ଧି କରାଯାଇଛି ।

SC/ST ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ଵାଦଶ ଶ୍ରେଣ ପଢ଼ୁଥିବା ଅନ୍ତେବାସୀଙ୍କ ମେସ୍ ପରିଚାଳନା ଖର୍ଚ୍ଚ ଯଥା ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ବଢ଼ିଛି । ଏହି ଯୋଜନାରେ ଛାତ୍ର ପିଛା ବାର୍ଷିକ ୧୧ ହଜାର ପରିବର୍ତ୍ତେ ୧୬ ହଜାର ଓ ଛାତ୍ରୀଙ୍କୁ ୧୭ ହଜାର ଦିଆଯିବ ।ଏହି ଛାତ୍ରବୃତ୍ତି ସଂଶୋଧନ ଦ୍ଵାରା ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ଉନ୍ନତମାନର ଓ ପରିମାଣର ପୁଷ୍ଟିକର ଖାଦ୍ୟ ପାଇପାରିବେ । ଏହି ବର୍ଦ୍ଧିତ ଛାତ୍ରବୃତ୍ତି ୨୦୨୫-୨୬ ଶିକ୍ଷାବର୍ଷର ଡିସେମ୍ବର ମାସ ପହିଲାରୁ ଲାଗୁ କରାଯିବ ।

ଗଠନ ହେବ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ

ରାଜ୍ୟ କ୍ୟାବିନେଟ୍‌ରେ ୟୁନିଫର୍ମ ସର୍ଭିସ୍ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନକୁ ଅନୁମୋଦନ ମିଳିଛି । ଚୟନ ଆୟୋଗରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ଏହା ଦ୍ଵାରା ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିବ । ପୋଲିସ, ବନ ବିଭାଗ, ଅବକାରୀ ଭଳି ୟୁନିଫର୍ମ ସେବା ପାଇଁ ନିଯୁକ୍ତି କରିବ ଏହି ଆୟୋଗ ।

  • jmjnewso

    Related Posts

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା…

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ :ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ସହରାଞ୍ଚଳ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    • By jmjnewso
    • September 18, 2026
    • 15 views
    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 43 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 84 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 28 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 31 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ