ରାଜ୍ୟରେ ୪୭୫ ଇନ୍ସପେକ୍ଟର୍‌ଙ୍କ ବଦଳି

Spread the love

ଜେଏମଜେ ବ୍ୟୁରୋ : ସବ୍ଇନ୍ସପେକ୍ଟର୍‌ରୁ ଇନ୍ସପେକ୍ଟର ପାହ୍ୟାକୁ ଦେଢ଼ ମାସ ତଳୁ ପଦୋନ୍ନତି ପାଇଥିଲେ ସୁଦ୍ଧା ଥାନା, ଫାଣ୍ଡିରେ ସବ୍ଇନ୍ସପେକ୍ଟର ଭାବେ କାମ କରୁଥିବା ୪୨୬ ଇନ୍ସପେକ୍ଟର୍ ଏବେ ଆଶ୍ୱସ୍ତ ହୋଇଛନ୍ତି। ନୂଆ କରି ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ସହ ଆଉ ୪୯ ଜଣଙ୍କୁ ମିଶାଇ ମୋଟ ୪୭୫ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପଦୋନ୍ନତି ପାଇଥିବା ଇନ୍ସପେକ୍ଟର୍‌ଙ୍କ ମଧ୍ୟରୁ ଅନେକଙ୍କର ବିଭିନ୍ନ ପୋଲିସ ଜିଲ୍ଲା, କମିସନରେଟ୍ ପୋଲିସ, କ୍ରାଇମବ୍ରାଞ୍ଚ୍, ସ୍ପେସାଲ୍ ବ୍ରାଞ୍ଚ୍, ଜିଆରପି ଆଦିକୁ ବଦଳି କରାଯାଇଥିବା ବେଳେ ଆଉ କେତେକ ଅଫିସର ପୂର୍ବସ୍ଥାନ ବଜାୟ ରଖିଛନ୍ତି। ତେବେ ଏହି ବଦଳି ଅର୍ଡରରେ ଭିଜିଲାନ୍ସ ସଂସ୍ଥା ନିରାଶ ହୋଇଛି। ପଦୋନ୍ନତି ପାଇଥିବା ଇନ୍ସପେକରମାନଙ୍କ ମଧ୍ୟରୁ ଚାକିରି ଆରମ୍ଭରୁ ଯେଉଁ ୫ ଜଣ ଭିଜିଲାନ୍ସରେ ଚାକିରି କରିବା ପାଇଁ ନିଜ ଆଡ଼ୁ ଲେଖି ଯାଇଥିଲେ ସମ୍ପୃକ୍ତ ଅଧିକାରୀଙ୍କୁ ଛାଡ଼ି ଦେଲେ ଏବେ ଆଉ କୌଣସି ଜଣକୁ ହେଲେ ମଧ୍ୟ ଭିଜିଲାନ୍ସକୁ ବଦଳି କରାଯାଇ ନାହିଁ।

ସ୍ପେସାଲ୍ ବ୍ରାଞ୍ଚକୁ ବଦଳି କରାଯାଉଥିବା ବେଳେ ଭିଜିଲାନ୍ସରେ ମାନବ ସମ୍ବଳର ଘୋର ଅଭାବ ସତ୍ତେ୍ୱ କାହିଁକି ଏଠାକୁ ଇନ୍ସପେକ୍ଟରଙ୍କୁ ବଦଳି କରାଯାଉନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁସାରେ, ପୂର୍ବ ଅପେକ୍ଷା ଭିଜିଲାନ୍ସର ଏବେ କାମ ବଢ଼ିଛି। ମାମଲା ସଂଖ୍ୟା ବୃଦ୍ଧି ସତ୍ତେ୍ୱ ଇନ୍ସପେକ୍ଟର୍ ସଂଖ୍ୟା ବଢ଼ୁନି। ଏହି ବିଭାଗରେ ଇନ୍ସପେକ୍ଟର୍ ମାମଲାର ତଦନ୍ତ ଭାର ନେବାରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ମାତ୍ର ଉକ୍ତ ଅଫିସର୍ ଅଭାବରୁ ଅନ୍ୟ ଅଫିସର୍‌ମାନେ ଭାରାକ୍ରାନ୍ତ ଅଛନ୍ତି। ଏହି ବିଭାଗରେ ୮୦ରୁ ଅଧିକ ଇନ୍ସପେକ୍ଟର ପଦ ଖାଲିପଡ଼ିଛି।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 34 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 66 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 24 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 29 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 78 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ