ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ!ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ଆସିଲା ସମାନ ଅଭିଯୋଗ.

Spread the love

ଜେଏମଜେ ବ୍ୟୁରୋ : ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଘଟିଛି ଏପରି ଘଟଣା। ଏଥିରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଥିଲି ପୋଲିସ। ଉକ୍ତ ଛାତ୍ରୀ ଜଣକ ମାଥିଲି ଥାନା ଅଂଚଳର ଏକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଭାଗର ଛାତ୍ରୀ।

ସୂଚନା ଅନୁସାରେ ହଷ୍ଟେଲରେ ଥିବା ସମୟରେ ଛାତ୍ରୀ ଜଣକ ମାସିକ ସମୟରେ ପ୍ରେଗନେସି ଟେଷ୍ଟ କରିଥିଲେ ମେଟ୍ରୋନ୍। ତେବେ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା। ଛାତ୍ରୀ ଜଣକ ଗର୍ଭବତୀ ଥିବା ଜାଣି ମହାବିଦ୍ୟାଳୟର ଅଧ୍ୟକ୍ଷ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ମାମଲା ପରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି

ସେହିପରି ରାଜ୍ୟର ୩ ଜିଲ୍ଲାରୁ ସମାନ ଅଭିଯୋଗ ଆସିଛି। ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ଏପରି ସମାନ ଖବର ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲାରେ ହାଇସ୍କୁଲରେ ପଢୁଥିବା ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଛନ୍ତି। କିଛିମାସ ତଳେ ନାବାଳିକାକୁ ଯୌନ ଶୋଷଣ କରି ଗର୍ଭବତୀ କରିଥିଲା ୧୫ ବର୍ଷର ନାବାଳକ। ମୟୂରଭଞ୍ଜରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ଏକ ଶେବାଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ମଧ୍ୟ ଗର୍ଭବତୀ ହୋଇଥିଲେ । ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ। ଛାତ୍ରୀଙ୍କ ବୟାନ ଆଧାରରେ ଜଣେ ନାବାଳକକୁ ପୋଲିସ ଗିରଫ କରିଛି।

  • jmjnewso

    Related Posts

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    Spread the love

    Spread the love ଜେଏମଜେ ବ୍ୟୁରୋ :ମଣିପୁରର ଜିରିବାମ ଜିଲ୍ଲାର ଲେଇସଙ୍ଗ କୁକି ଗାଁରେ ଏକ ପୁଣି ହିଂସାକାଣ୍ଡ ଘଟିଛି । ଦୁଇଜଣ ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି ଏବଂ ଏକାଧିକ ଫାର୍ମହାଉସ୍‌କୁ ନିଆଁ ଲଗାଇ ପୋଡ଼ି ଦିଆଯାଇଛି…

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ : (ତପେନ୍ଦ୍ର ଡାକୁଆ ):ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇ ପିଙ୍କୁ ଦାଶ ଓ ବୁଡୁ ମହାନ୍ତିଙ୍କ ସମେତ ୪ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ