କୋଦଳା NAC ରେ ଟେଣ୍ଡର ଜାଲିଆତି! RTI ରେ ତଥ୍ୟ ମାଗିବାରୁ କାଉନ୍ସିଲରଙ୍କୁ ମରଣାନ୍ତକ ଆକ୍ରମଣ.

Spread the love

କୋଦଳା :ଜେଏମଜେ ବ୍ୟୁରୋ : ଟେଣ୍ଡେର ରେ ଜାଲିଆତି ଉଦ୍ୟମ.. ଧରାପଡିଯିବା ଆଗରୁ ଏନଏସି ପରିସରରେ କାଉସିଲର ତଥା ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ସ୍ଥାନାନ୍ତର..


ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା NAC ପରିସରରେ..
ଏବେ କାଉସିଲର ଙ୍କ ପାଇଁ ଅସୁରକ୍ଷିତ ପାଲଟିଲା କୋଦଳା ଏନଏସି…. ଯାହା କୁହାଯାଉଛି ଅଧକ୍ଷ ଙ୍କ ନିର୍ଦେଶ ରେ ଭଡାଟିଆ ଗୁଣ୍ଡା ଙ୍କ ଦ୍ୱାରା ଏନଏସି ପରିସରରେ ବର୍ବୋରୋଚିତ ଆକ୍ରମଣ କରାଯାଇଥିବା ଅଭିଯୋଗ ରୁ ଜଣାଯାଇଛି.. ଯାହା ସୂଚନା ମିଳିଛି, କୋଦଳା NAC ରେ ଗତକାଲି 11 ଟି କାମର ଅନିୟମିତତା ଆଶଙ୍କା କରି ହୋଇଥିବା ଟେଣ୍ଡର ତଥ୍ୟ ମାଗିବାରୁ ବରିଷ୍ଠ ସାମ୍ବାଦିକ ତଥା ଏନଏସି ର 11 ନମ୍ବର ୱାର୍ଡ ର କାଉସିଲର ଭଗବାନ ପାଢ଼ୀ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସଂଘବଧ ଭାବେ ଆକ୍ରମଣ କରି ତାଙ୍କ ସାର୍ଟ ଚିରି ସୁନା ଚେନ ଝିକି ନେଇଯାଇଥିବା ଅଭିଯୋଗ ହୋଇଛି…

ସୂଚନା ଅନୁସାରେ ସରକାର ଙ୍କ ପକ୍ଷରୁ ଗୁରୁବାର ଦିନ କୋଦଳା ଏନଏସି ର 11 ଗୋଟି ଉନ୍ନୟନ କାର୍ଯ୍ୟକୁ ନେଇ ଟେଣ୍ଡର ଅନୁଷ୍ଠିତ ହେବାପାଇଁ ସମୟ ଧାର୍ଯ୍ୟ ହୋଇଥିଲା l ତେବେ ଏହି ଟେଣ୍ଡର ପ୍ରକ୍ରିୟା ଅଧକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବହୁ ଅନିୟମିତତା ହୋଇଥିବା ଦେଖି 11 ନମ୍ବର କାଉସିଲର ଏହାକୁ ବିରୋଧ କରିଥିଲେ l ଟେଣ୍ଡର ପ୍ରକ୍ରିୟା ର ସମସ୍ତ ତଥ୍ୟ ସହ ସିସିଟିଭି ପୁଟେଜ ଆରଟିଆଇ ଜରିଆରେ ଅଧିକାରୀ ଙ୍କୁ ମାଗିଥିବା ଯୋଗୁଁ ଅଧ୍ୟକ୍ଷ ନିଜେ ପ୍ରତିକ୍ରିୟଶୀଳ ହୋଇ ଅପରାହ୍ନ 3 ଟା ସମୟରେ କାର୍ଯ୍ୟାଳୟ ପରିସରରେ ଭଗବାନ ପାଢ଼ୀ ଠିଆ ହୋଇଥିବା ସମୟରେ ଅଧକ୍ଷ ଙ୍କ ନିର୍ଦେଶ ରେ ପାଞ୍ଚରୁ ଉର୍ଦ୍ଧ ଗୁଣ୍ଡା ଶ୍ରେଣୀ ର ଲୋକ ଆସି ତାଙ୍କ ସହ ଯୁକ୍ତି ତର୍କ କରିବା ସହିତ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗିବା ସହ ଛାତି, ହାତ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ସହିତ ସୁନା ଚେନ କୁ ଛଡାଇ ନେଇ ଚାଲିଯାଇଥିଲେ l ଆକ୍ରମଣ ପରେ ଗୁରୁତର ଭଗବାନ ଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମିଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତେବେ ଏଠି ବଡ଼ ପ୍ରଶ୍ନ ଜଣେ କାଉସିଲର କୁ ଏନଏସି ପରିସରରେ ଆକ୍ରମଣ ପରେ କାହିଁକି ଅଧିକାରୀ ନୀରବ କାହିଁକି ? ଯଦି ଏନଏସି ପରିସର କାଉସିଲର ଙ୍କ ପାଇଁ ଅସୁରକ୍ଷିତ ତେବେ ଅଞ୍ଚଳବାସୀ କେତେ ସୁରକ୍ଷିତ? ତାହାକୁ ନେଇ ପ୍ରଶ୍ନ ଉଠିଲାଣି… ଆଧ୍ୟକ୍ଷ ଙ୍କ ଦୁର୍ନତି ର ତଦନ୍ତ କରିବା ସହ ଘଟଣା ଉପରେ ଦୃଷ୍ଟି ଦେଇ ଅପରାଧୀ ମାନଙ୍କୁ ଗିରଫ ନକଲେ ଆଗକୁ ସ୍ଥିତି ବିଗିଡ଼ିବା ସହ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ କୋଦଳା ଅଞ୍ଚଳରେ ଆଲୋଚନା ଚାଲିଛି..
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    Spread the love

    Spread the love ଜେଏମଜେ ବ୍ୟୁରୋ :ମଣିପୁରର ଜିରିବାମ ଜିଲ୍ଲାର ଲେଇସଙ୍ଗ କୁକି ଗାଁରେ ଏକ ପୁଣି ହିଂସାକାଣ୍ଡ ଘଟିଛି । ଦୁଇଜଣ ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି ଏବଂ ଏକାଧିକ ଫାର୍ମହାଉସ୍‌କୁ ନିଆଁ ଲଗାଇ ପୋଡ଼ି ଦିଆଯାଇଛି…

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ : (ତପେନ୍ଦ୍ର ଡାକୁଆ ):ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇ ପିଙ୍କୁ ଦାଶ ଓ ବୁଡୁ ମହାନ୍ତିଙ୍କ ସମେତ ୪ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ