ଦେବାଶିଷଙ୍କ ବିସ୍ଫୋରଣ : କହୁ କହୁ ସବୁ କହିଦେଲେ: ‘ନବୀନ ଏବେ ଗୃହବନ୍ଦୀ’

Spread the love


ଜେଏମଜେ ବ୍ୟୁରୋ : ବେଶ୍‌ କିଛିଦିନ ଗୁମସୁମ୍‌ ରହିବା ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସିଧାସିଧା କହିଛନ୍ତି, ନବୀନ ଏବେ ଗୃହବନ୍ଦୀ ଅଛନ୍ତି । ସେ ବିଜେଡ଼ି ସଂକ୍ରାନ୍ତୀୟ କୌଣସି ଖବର ପାଉନାହାନ୍ତି । ସେହିପରି ସେ ଉପସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମ ଆଗରେ ପୁଣି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରେ ରୋଷ ଝାଡ଼ିବା ସହ ଏବେବି ସେ ଦଳ ଚଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି..
ତେବେ ଏବେ ସେ ଦଳ ଛାଡ଼ିବେନି । ଯେଯାଏଁ ନବୀନ ଦଳର ନେତୃତ୍ୱ ନେଉଥିବେ ସେପର୍ଯ୍ୟନ୍ତ ସେ ବିଜେଡ଼ିରେ ରହିବେ ବୋଲି କହିଛନ୍ତି ।

ଦେବାଶିଷ ଆଜି ପତ୍ର ମାଧ୍ୟମରେ ନବୀନଙ୍କୁ ଉପସଭାପତି ପଦରୁ ଅବ୍ୟାହତି ଦେବା ପାଇଁ ଅନୁରୋଧ କରିଛନ୍ତି । ଦଳରେ ସବୁକିଛି ଠିକ୍‌ ଚାଲୁନାହିଁ ବୋଲି ପରୋକ୍ଷରେ ସୂଚାଇବା ସହ କ୍ଷୋଭ ବି ପ୍ରକାଶ କରିଛନ୍ତି । ପରେ ଗଣମାଧ୍ୟମକୁ କହିଛନ୍ତିଯେ, ଉପସଭାପତି ପଦ ମିଳିବା ପରେ ମୁଁ ସାଙ୍ଗେସାଙ୍ଗେ ଚିଠି ଲେଖି ଜଣାଇଥିଲି । ସାର ତାହା ପଢ଼ିଛନ୍ତି ବୋଲି ଆଦିତ୍ୟ ମହାପାତ୍ର କହିଲେ । ସେ ଏବେ ଅସୁସ୍ଥ ଅଛନ୍ତି, ସୁସ୍ଥ ହେବାପରେ ଦେଖା କରି କଥା ହେବେ । ତେବେ ଏକଥା ବାହାରେ ପ୍ରକାଶ ନକରିବାକୁ କହିଥିଲେ । ନବୀନ ବାବୁ ମୋତେ ନିଜେ ଫୋନ୍‌ କରିଥିଲେ । ଋଷି ତୁମେ ଉପରାଷ୍ଟ୍ରପତି ଭୋଟିଂରେ ଅନୁପସ୍ଥିତ ରହିବ । ମୁଁ ସାରଙ୍କ କଥାରେ ଅନୁପସ୍ଥିତ ରହିଲି । ୱାକଫ ବିଲକୁ ବିରୋଧ କରିବା ପାଇଁ ନବୀନ ବାବୁ ତିନି ଥର କହିଛନ୍ତି । ଆମେ ବି କେନ୍ଦ୍ରରେ ବିରୋଧୀ ଦଳ ସହ ଥିଲୁ । ଅନ୍ୟମାନେ ଆମକୁ ପଚାରୁଥିଲେ, ବିଜେଡ଼ି କ’ଣ ସତରେ ବିରୋଧୀରେ ରହିବ । ବିରୋଧୀ ଦଳର ନେତାମାନେ ଜାଣିଥିଲେ ବିଜେଡ଼ି ୱାକଫରେ ସମର୍ଥନ କରିବ । କିନ୍ତୁ ବିବେକାନୁମୋଦିତ ଭୋଟ ହେବାରୁ ଆମକୁ ସମସ୍ତେ ତାତ୍ସଲ୍ୟ କଲେ । ଅନ୍ୟ ରାଜ୍ୟସଭା ସାଂସଦମାନେ ସପକ୍ଷରେ ଭୋଟ୍‌ ଦେଇଦେଲେ । ଦିଲ୍ଲୀରେ ଅନ୍ୟ ନେତାମାନେ ଭାବିଲେ, ଆମ ସାଂସଦଙ୍କର କିଛି ମୂଲ୍ୟ ନାହିଁ ।

ଆମର ଯେଉଁ ବିରୋଧୀ ଭାବେ ସମ୍ମାନ ଥିଲା ତାହା ପଳାଇଲା । ଅଶ୍ୱିନୀ ବୈଷ୍ଣବ ଓ ସସ୍ମିତ ପାତ୍ର ବୁଲିବୁଲି ଭୋଟ୍‌ ପ୍ରଚାର କରିବା ପରେ ମୁଁ ଚକିତ ହୋଇଗଲି । ୟାକୁ ତାକୁ ତେଲ ମାରିକି ଯେଉଁମାନେ ରାଜ୍ୟସଭାକୁ ଯାଇଛନ୍ତି ସେମାନେ କହିବେ । ମୁନା ଖାଁ, ଲକି ଖୁଣ୍ଟିଆ ଦଳ ପାଇଁ କାମ କରିକି ଯାଇଛନ୍ତି । ସସ୍ମିତ ପାତ୍ର ମୁଖପାତ୍ର ଥିଲେ, ଭଲ କହୁଥିଲେ । ଭୈରବ ଆମ ଦଳ ଚଳାଉଥିଲେ । ଏବେବି ଚଳାଉଛନ୍ତି । ଏବେ ବିଜେଡ଼ି ରିମୋର୍ଟ କଂଟ୍ରୋଲରେ ଚାଲିଛି ବୋଲି ଦେବାଶିଷ କହିଛନ୍ତି । ସେ କହିଛନ୍ତିଯେ, ନବୀନ ବାବୁଙ୍କ ସହ ମୋତେ ଦେଖା କରାଇଦେଲେନି। ସେଥିପାଇଁ ବାଧ୍ୟହୋଇ ଚିଠି ଲେଖିଲି । ଆମକୁ ଦିଆଯାଇଥିବା ପଦରେ ଲେଖାହୋଇଛି, ଇନ ଦ ର‍୍ୟାଙ୍କ ଅଫ ଭାଇସ ପ୍ରେସିଡେଣ୍ଟ। ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ବି ସେମିତି ଲେଖାହୋଇଛି । ଏହା ପ୍ରଶାସନିକ କ୍ଷେତ୍ରରେ ବ୍ୟବହାର ହୋଇଥାଏ । ଦଳ ଗୁରୁତ୍ୱ ଦେଉନଥିବାରୁ ମୁଁ ପଦ ଛାଡ଼ିଲି । ଦଳ ମୁଁ ଛାଡ଼ିବାର ନାହିଁ । ନବୀନ ନେତୃତ୍ୱ ନେଉଥିବା ପର୍ଯ୍ୟନ୍ତ ମୁଁ ବିଜେଡ଼ିରେ ଅଛି । ମୁଁ ନବୀନ ବାବୁଙ୍କ ସହ ସିଧା କଥା ହେଉଥିଲି । ପରେ ବନ୍ଦ କରି ଦିଆଗଲା । ନବୀନ ସୁସ୍ଥ ଅଛନ୍ତି, ପ୍ରଚାରକୁ ଯାଉଛନ୍ତି । ହେଲେ ମୋତେ ନବୀନଙ୍କ ସହ ସାକ୍ଷାତ କରାଇ ଦିଆଯାଉନି । ଭୈରବ ତା’ର ଗୋଟେ ଲୋକ ନବୀନ ନିବାସରେ ଛାଡ଼ିକି ଯାଇଛି ବୋଲି ଦେବାଶିଷ କହିଛନ୍ତି ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 30 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍