ବିଜେଡି ବିଧାୟକ ଦଳ ବୈଠକକୁ ଆସିଲେନି ୧୦ରୁ ଅଧିକ ବିଧାୟକ

Spread the love

ଜେଏମଜେ ବ୍ୟୁରୋ : ବିଜେଡି ବିଧାୟକ ଦଳ ବୈଠକକୁ ଆସିଲେନି ପ୍ରାୟ ୧୦ରୁ ଅଧିକ ବିଧାୟକ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ବୁଧବାର ଶଙ୍ଖ ଭବନରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ବିଧାନସଭା ଶୀତ ଅଧିବେଶନ ପାଇ ରଣନୀତି ପ୍ରସ୍ତୁତ ହେଲା । କିନ୍ତୁ ଏହି ବୈଠକରେ କିଛି ବିଧାୟକଙ୍କ ଅନୁପସ୍ଥିତିକୁ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେହିପରି ବିଧାୟକ ସନାତନ ମହାକୁଡ ମଧ୍ୟ ଉପସ୍ଥିତ ନଥିଲେ । ଯାଜପୁର ବିଧାୟକ ସୁଜାତା ସାହୁ, ରାଉରକେଲା ବିଧାୟକ ସାରଦା ନାୟକ, ନର୍ଲା ବିଧାୟିକା ମନୋରମା ମହାନ୍ତି ମଧ୍ୟ ବିଧାୟକ ଦଳ ବୈଠକକୁ ଆସିନଥିଲେ । ନୂଆପଡା ଉପ-ନିର୍ବାଚନରେ ବିଜେଡିର ଖରାପ ପ୍ରଦର୍ଶନ ପରେ ଦଳୀୟ କନ୍ଦଳ ବଢିଛି । ବରିଷ୍ଠ ନେତା ଭୂପିନ୍ଦର ସିଂହ ସମାଲୋଚନା କରିବା ପରେ ପଦ ଛାଡିଥିଲେ ସାଂସଦ ଦେବାଶିଷ ସାମନ୍ତରାୟ । ଆଉ ଏବେ ବିଧାୟକ ଦଳ ବୈଠକକୁ କିଛି ବିଜେଡି ବିଧାୟକ ନ ଆସିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ସେପଟେ ନୂଆପଡ଼ା ବିପର୍ଯ୍ୟୟ ଓ ସୁଜାତାଙ୍କ ଏଣ୍ଟ୍ରିକୁ ବିରୋଧ ପ୍ରସଙ୍ଗ ଭିତରେ ନଇଁ ପଡିଥିଲା ବିଜେଡି ସଂଗଠନ । ସୁଯୋଗ ଦେଖି ବିଧାଏ ମାରିଲେ ବରିଷ୍ଠ । ଦଳୀୟ ପଦବୀ ପ୍ରତ୍ୟାଖ୍ୟାନ କଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନବୀନଙ୍କୁ ଚିଠି ଲେଖି ଝାଡ଼ିଲେ ଅସନ୍ତୋଷ । କହିଲେ ବିଜୁଙ୍କ ବିଚାରଧାରାରୁ ଦୂରେଇ ଯାଉଛି ବିଜେଡି । ନିଷ୍ଠାବାନଙ୍କ ପାଇଁ ଦଳରେ ସ୍ଥାନ ନାହିଁ । ସାମ୍ବାଦିକ ସମ୍ମିଳନୀରେ ବି ଆଣିଲେ ସାଂଘାତିକ ଅଭିଯୋଗ । ଭୈରବ ପାଣ୍ଡିଆନଙ୍କ ପାଲତୁ ଆଦିତ୍ୟ ମହାପାତ୍ର ଏବେ ଦଳ ଚଳାଉଥିବା କହି ଖୋଲିଲେ ଗୁମର ।

କେବଳ ଦେବାଶିଷ ନୁହଁନ୍ତି ଭୁପିନ୍ଦର ବି ମାରିଲେ ବାଣ । କହିଲେ ବରିଷ୍ଠ ମାନଙ୍କୁ ଦୂରେଇ ଦେଇଛି ଦଳ । ପାଣି ମୁଣ୍ଡ ଉପରେ ଚଢ଼ିଲେ ବିକଳ୍ପ ବ୍ୟବସ୍ଥାରେ ନୂଆ ଦଳ କଥା ଚିନ୍ତା କରିବୁ । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କିନ୍ତୁ ମାପିଚୁପି ରଖିଥିଲେ ବୟାନ । କହିଥିଲେ, ନେତାଙ୍କ ଭିତରେ କ୍ଷୋଭ ଅଛି ଦାୟିତ୍ୱରେ ଥିବା ଲୋକ ବୁଝି ବିଚାରି କାମ କଲେ ଭଲ

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 30 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍