ଓଡ଼ିଶା କଂଗ୍ରେସର ନେତୃତ୍ୱ ନେବା ପାଇଁ ଭକ୍ତ ଦାସ ଅନଫିଟ୍: ସୋନିଆଙ୍କୁ ମୋକିମ୍ ଙ୍କ ଚିଠି।

Spread the love

ଭୁବନେଶ୍ବର: ଜେଏମଜେ ବ୍ୟୁରୋ : ରାଜ୍ୟ କଂଗ୍ରେସରେ ପୁଣି ବାହାରିଲା ପୁରୁଣା ରୋଗ। କଂଗ୍ରେସରେ ଦେଖା ଦେଲାଣି ନେତୃତ୍ବ ସଂକଟ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା। ଭକ୍ତ ଦାସ ନିଜ ଦଳ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଛନ୍ତି, ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ୍।

ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋକିମ୍। ଆଉ ଏନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି। ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ​​​​​​​ଓଡ଼ିଶା କଂଗ୍ରେସର ନେତୃତ୍ବ ନେବା ପାଇଁ ଭକ୍ତ ଦାସ ଅନଫିଟ୍ ବୋଲି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଏମିତି କହିଲେ ମହମ୍ମଦ ମୋକିମ।

ଏହି ଚିଠିରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି। ଏଥି ସହିତ ଦଳର ନେତୃତ୍ଵର ନବୀକରଣ କରାଯାଉ ବୋଲି ଦାବି କରିଛନ୍ତି। ଓଡ଼ିଶା କଂଗ୍ରେସର ପୁନରୁଦ୍ଧାର ଓ ପୁନଜୀବିତ କରାଗଲେ ଭବିଷ୍ୟତ ମଜବୁତ ହେବ ବୋଲି ମଧ୍ୟ କହିଛନ୍ତି। ବରିଷ୍ଠ ନେତା କହିଛନ୍ତି, ଦୀର୍ଘ ଦିନ ହେଲା ଭାରତୀୟ ଜାତୀୟ କଂଗ୍ରେସ ପାଇଁ କାମ କରୁଛି। କଂଗ୍ରେସ ସହିତ ମୋର ପରିବାର କାମ କରିବା ନୂଆ କଥା ନୁହେଁ। ମୋର ଜେଜେବାପାଙ୍କର ବାପା ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ, ଯିଏକି ସ୍ବାଧୀନତା ସଂଗ୍ରାମର କଷ୍ଟ ଜାଣିଥିଲେ। ମୋର ବଡ଼ ଭାଇ ଯିଏ କି ୪୨ ବର୍ଷ ବୟସରେ ପରଲୋକ ଗମନ କରିଥିଲେ, ସେ ମଧ୍ୟ ତାଙ୍କ ଜୀବନକୁ କଂଗ୍ରେସ ସହିତ ଯୋଡ଼ିଥିଲେ। ଶେଷ ନିଃଶ୍ବାସ ନେବା ଯାଏଁ କଂଗ୍ରେସ ପାଇଁ କାମ କରିଥିଲେ।

ମୋର ପରିବାରର ପୂର୍ବଜଙ୍କ ଉତ୍ସର୍ଗ ଏବଂ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମୁଁ ମଧ୍ୟ କଂଗ୍ରେସ ପାଇଁ କାମ କରୁଛି। ଜିଲ୍ଲା ସଭାପତି, ପିସିସିର କୋଷାଧ୍ୟକ୍ଷ ଏବଂ ବାରବାଟୀ-କଟକ ବିଧାୟକ ଭାବେ ମୁଁ ମୋର ଜୀବନକୁ ପୂରା କଂଗ୍ରେସ ପାଇଁ ଦେଇଛି। ଦୀର୍ଘ ୩୫ ବର୍ଷ ପରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ୨୦୧୯ରେ ପୁଣି ଥରେ କଂଗ୍ରେସ ପାଖକୁ ଫେରି ଆସିଛି। ୨୦୨୪ରୁ ମୋ ଝିଅ ସୋଫିଆ ଫିର୍ଦ୍ଦୋସ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି। ତାଙ୍କର ବିଜୟ ଐତିହାସିକ ଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଘନଘନ ପ୍ରଚାର ସତ୍ତ୍ବେ ବାରବାଟୀ-କଟକ ଆସନକୁ କଂଗ୍ରେସ ହାତରୁ କେହି ଛଡ଼ାଇ ନେଇପାରି ନାହାନ୍ତି। ଏହା ଥିଲା ଲୋକଙ୍କର ଅପୂର୍ବ ବିଶ୍ବାସର ଫଳ। ଆମେ ତୃଣମୂଳସ୍ତରରେ ଲୋକଙ୍କ ପାଇଁ କାମ କରିଛୁ ବୋଲି କହିଛନ୍ତି ମୋକିମ୍।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 27 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍