ଆଧାର କାର୍ଡ ଭାରତୀୟ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ନୁହେଁ- ସୁପ୍ରିମକୋର୍ଟ

Spread the love

ଜେଏମଜେ ବ୍ୟୁରୋ : ଆଧାରକୁ ନାଗରିକତ୍ୱର ନିର୍ବିବାଦ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧକରି ଦାଏର ଅନେକ ପିଟିଶନ ଉପରେ ଚୂଡ଼ାନ୍ତ ଶୁଣାଣି ଅବସରରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଆଧାର କାର୍ଡ ଭାରତୀୟ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ନୁହେଁ । ଏହାକୁ ଆଧାର କରି କୌଣସି ବିଦେଶୀ ବ୍ୟକ୍ତି ଭୋଟର ତାଲିକାରେ ସ୍ୱୟଂଚାଳିତ ଭାବେ ସାମିଲ ହେବା ଉଚିତ କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । କୋର୍ଟ କହିଛନ୍ତି ,ଆଧାର ହେଉଛି କେବଳ ସରକାରୀ କଲ୍ୟାଣମୂଳକ ସୁବିଧା ପାଇବା ପାଇଁ ଏକ ଆଇନଗତ ପରିଚୟପତ୍ର । କେବଳ ରାସନ ପାଇଁ ଆଧାର ମିଳିଛି ବୋଲି ଜଣେ ବ୍ୟକ୍ତି ଭୋଟର ହୋଇଯିବେ, ଏହା ଗ୍ରହଣୀୟ ନୁହେଁ । ଭୋଟର ତାଲିକାରେ ଥିବା ତ୍ରୁଟିକୁ ଯାଞ୍ଚ କରିବା ପାଇଁ ନିର୍ବାଚନ କମିସନଙ୍କର ଅନ୍ତର୍ନିହିତ କ୍ଷମତା ରହିଛି ବୋଲି ମଧ୍ୟ ଖଣ୍ଡପୀଠ ଦୋହରାଇଛନ୍ତି ।କେତେଜଣ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ରହି କହିଥିଲେ, ସାଧାରଣ ଭୋଟରଙ୍କ ଉପରେ ଏସ୍‌ଆଇଆର୍‌ ପ୍ରକ୍ରିୟା ଏକ ଅସାମ୍ବିଧାନିକ ବୋଝ ଭାବେ ଲଦିଦିଆଯାଉଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାଗଜପତ୍ର କାମ ପାଇଁ ଧନ୍ଦିହେବାକୁ ପଡ଼ୁଛି ଓ ଭୋଟର ତାଲିକାରୁ ନାଁ କଟିଯିବା ଆଶଙ୍କା ରହୁଛି। ଏଭଳି ପଦକ୍ଷେପ ଗଣତନ୍ତ୍ରକୁ ପ୍ରଭାବିତ କରୁଥିବା ସିବଲ କହିଥିଲେ। ଏସ୍‌ଆଇଆର୍‌ ପ୍ରକ୍ରିୟା ପାଇଁ ନିର୍ବାଚନ କମିଶନଙ୍କ କ୍ଷମତା ଉପରେ ଟିପ୍ପଣୀ ଦେଇ ପୂର୍ବରୁ ଏଭଳି ସଂଶୋଧନ ହୋଇ ନ ଥିଲା କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଭୋଟର ତାଲିକାରୁ କୌଣସି ନାଁ କଟାଗଲେ, ତାହା ପୂର୍ବରୁ ଉପଯୁକ୍ତ ନୋଟିସ କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛନ୍ତି।

  • jmjnewso

    Related Posts

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    Spread the love

    Spread the love ଜେଏମଜେ ନ୍ୟୁଜ : ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା…

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ବିକ୍ଷୋଭ ସମୟରେ, ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଏବଂ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା। ଏହି ମାମଲାର…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026