ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ୩୧୮ ଟି ଭିଜିଲାନ୍ସ ମାମଲା; ୨୦୮.୨୪ କୋଟିର ସମ୍ପତ୍ତି ଜବତ

Spread the love

ଭୁବନେଶ୍ଵର:(ଜେଏମଜେ ବ୍ୟୁରୋ):  ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଛାନିଆ ହୋଇ ପଡ଼ିଛନ୍ତି ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଖବର ମାତ୍ରେ ଭିଜିଲାନ୍ସ ଚଢ଼ାଉ କରୁଛି । ୨୦୨୪ ଜୁନ୍ ୧୨ରୁ ଏବେ ସୁଦ୍ଧା ନୂଆ ସରକାରରେ ଭିଜିଲାନ୍ସ ୩୧୮ଟି ମାମଲା ରୁଜୁ କରିବା ସହ ରେଡ୍ କରିଛି ।

ସେଥିରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୮୨ ଜଣ ସରକାରୀ କର୍ମଚାରୀଙ୍କ ଉପରେ ରେଡ୍ କରିଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ । ଯେଉଁଥିରେ ୨୦୮ କୋଟି ୨୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଏନେଇ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୧୭ ମାସରେ ଭିଜିଲାନ୍ସ ପକ୍ଷରୁ ୩୧୮ଟି ମାମଲା ହୋଇଥିବା ବେଳେ ଏଥିରେ ଧରାପଡ଼ିଛନ୍ତି ୨୬୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ । ୧୨ ଜଣ ଅନ୍ୟ ଲୋକସେବକ ଏବଂ ୩୮ ଜଣ ସାଧାରଣ ବ୍ୟକ୍ତିଙ୍କୁ ଭିଜିଲାନ୍ସ ତଦନ୍ତ ବେଳେ ଗିରଫ କରିଛି ।

୩୧୮ ମାମଲା ମଧ୍ୟରୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ୬୭ଟି ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ଅବଶିଷ୍ଟ ମାମଲାର ତଦନ୍ତ ଚାଲୁ ରହିଥିବା ବିଧାନସଭାକୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୨୦୨୪ ଜୁନ୍ ୧୨ ଠାରୁ ୨୦୨୫ ନଭେମ୍ବର ୨୧ ମଧ୍ୟରେ ରାଜ୍ୟରେ ୨୭୦ ଜଣ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ୩୧ ଜଣ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ବାର ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ୧୮୭ ଜଣ ସରକାରୀ କର୍ମଚାରୀ । ଦଣ୍ଡିତ ପରେ ୩୪ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ୬୫ ଜଣ ସରକାରୀ କର୍ମଚାରୀଙ୍କ ପେନସନ୍ ବନ୍ଦ କରାଯାଇଛି ।

ସେହିପରି, ଗତ ମେ ୩୧ରେ ଅବସର ଦିନ ଗିରଫ ହୋଇ ଜେଲ୍ ଯାଇଥିଲେ କୁବେର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କୁବେର ମୁଖ୍ୟ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓଡ଼ିଶା ଭିଜିଲାନ୍ସ । ତାଙ୍କ ନିକଟରୁ ମୂଳ ଆୟ ଠାରୁ ୪୮୩ ପ୍ରତିଶତ ଅଧିକ ସମ୍ପତ୍ତି ଜବତ ହୋଇଥିଲା । ନଗଦ ୨ କୋଟି ୫୬ ଲକ୍ଷ ଟଙ୍କା, ୨ ଟି ବହୁ ମହଲା ବିଲଡିଂ, ୨ ଟି ଫ୍ଲାଟ, ୭ ଟି ମୂଲ୍ୟବାନ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ ।

୧ କୋଟି ୫ ଲକ୍ଷ ଜମା ସହ ୨ କୋଟି ୭ ଲକ୍ଷ ଟଙ୍କାର ଶେୟାର ଓ ମ୍ୟୁଚୁଆଲ ଫଣ୍ଡ ନିବେଶ, ୧ କେଜି ୪୦୦ ଗ୍ରାମ ସୁନା, ୧୫ ଟି ବିଦେଶୀ ମହଙ୍ଗା ହାତଘଣ୍ଟା ମିଳିଥିଲା । ବୈକୁଣ୍ଠ ନାଥ ଷଡ଼ଙ୍ଗୀ କାହା କାହା ଠାରୁ ବେଆଇନ ଭାବେ ଟଙ୍କା ନେଉଥିଲେ, ଏତେ ସମ୍ପତ୍ତିର ମାଲିକ କିପରି ହେଲେ ସେ ନେଇ ଭିଜିଲାନ୍ସ ନିକଟରେ ବଳିଷ୍ଠ ପ୍ରମାଣ ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଭିଜିଲାନ୍ସ କଟକ ଡିଭିଜନ ଏସପି କେ ଭେଣୁଗୋପାଳ ଆଚାର୍ଯ୍ୟ ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 19 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 37 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 17 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 22 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 27 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 67 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ