ବ୍ଳକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ।

Spread the love


ରଙ୍ଗେଈଲୁଣ୍ଡା 🙁 ଜେଏମଜେ ନ୍ୟୁଜ )ସ୍ଥାନୀୟ ବି ସି ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ରଙ୍ଗେଇଲୁଣ୍ଡା ବ୍ଳକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି।ଇତି ଅବସରରେ ବ୍ରହ୍ମପୁର ମହାନଗର ନିଗମ ରୁ ୭୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ରଙ୍ଗେଇଲୁଣ୍ଡା ବ୍ଳକ ତରଫରୁ ୮୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତା ତଥା ଅଭିଭାବକ ମାନେ ଅଂଶଗ୍ରହଣ କରିଥିଲେ।

ଇତି ଅବସରରେ ମୁଖ୍ୟ ଅତିଥିଭାବେ ଦୈନିକ ଆଶାର ସଂପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଡ଼ଃ ପ୍ରକାଶ ଚନ୍ଦ୍ର ନନ୍ଦ ଏବଂ ବ୍ରହ୍ମପୁର ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ଶୁକ୍ଳା ସ୍ବତନ୍ତ୍ର ଅତିଥି ଭାବରେ ଯୋଗଦେଇ ବିଧିବଦ୍ଧ ଭାବେ କାର୍ଯ୍ୟ କ୍ରମରେ ଉଦ୍ଘାଟନ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା ସ୍ଵାଗତ ଭାଷଣ ପୂର୍ବକ ଆନୁଷ୍ଠାନିକ ଭାବେ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଥିଲେ।


“ଦିବ୍ୟାଙ୍ଗଜନ ହେଉଛନ୍ତି ସମାଜର ଅଭିଚ୍ଛେଦ୍ୟ ଅଙ୍ଗ , ସେମାନଙ୍କ ବିକାଶ ରେ ହଁ ଆମର ଦ୍ରୁତ ବିକାଶ”। ଏହି ବାର୍ତ୍ତା ଦେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପତ୍ରିକା “ପ୍ରୟାସ” ମଞ୍ଚାସୀନ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆଳୁ ଚାମଚ,ବାଲଟି ବଲ୍ ଏବଂ ସଂଗୀତ ଚୌକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ଅଂଶ ଗ୍ରହଣ କରିଥିବା ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ସମସ୍ତ ବି ଆର୍ ଟି, ସମସ୍ତ ସ୍ଵେଚ୍ଛାସେବୀ ଙ୍କ କାର୍ଯ୍ୟ କର୍ତ୍ତା ସମସ୍ତ ଉପ ଶିକ୍ଷାଧିକାରୀ ଙ୍କ ସମତେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କାରୀଙ୍କୁ‌ ନେଇ ଏକ ବିଶାଳ ଶୋଭାଯାତ୍ରା ଲୋକଙ୍କ ସଚେତନତା ଉଦ୍ଦେଶ୍ୟରେ ସଂଘଟିତ ହୋଇଥିଲା।
ଉଦ୍ ଯାପନୀ ଉତ୍ସବରେ ନବୀନ ପତ୍ରିକା ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି କୁମାର ରଥ ମୂଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ଵ ଦିବ୍ୟାଙ୍ଗ ଦିବସ ର ଐତିହାସିକ ପୃଷ୍ଠଭୂମି ଏବଂ ଏହାର ତାତ୍ପର୍ଯ୍ୟ ସହିତ ସରକାରଙ୍କ ଦ୍ୱାରା ପ୍ରଚଳିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ବିଭିନ୍ନ ସରକାରୀ ପ୍ରାବଧାନ ସଂପର୍କରେ ଆଲୋକପାତ କରିଥିଲେ। ପରିଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ସିଲ୍ ବଣ୍ଟନ କରିଥିଲେ।ସଭା ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ଶୀତ ବସ୍ତ୍ର ସହାୟକ ଉପକରଣ ମିଷ୍ଟାନ୍ନ ଯାତାୟାତ ଖର୍ଚ୍ଚ ବଣ୍ଟନ ପୂର୍ବକ ବି ଆର୍ ସି ସି ଜଗନ୍ନାଥ ଭୂୟାଁ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଗୋଇଲୁଣ୍ଡି ସି ଆର୍ ସି ସି ମଞ୍ଚ ପରିଚାଳନା କରିଥିବାବେଳେ ନିରୁପମା ଦାଶ,ବିଦୁଷା ମିଶ୍ର, ସୂର୍ଯ୍ୟ ନାରାୟଣ ମହାନ୍ତି କାର୍ଯ୍ୟ କ୍ରମର ସମସ୍ତ ଆମୁଳଚୁଳ ଦାୟୀତ୍ଵ ସକ୍ରିୟ ଭାବେ ତୁଲାଇଥିଲେ।ବି ସି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ସହ ରଙ୍ଗେଇଲୁଣ୍ଡା ବ୍ଳକ ର ସମସ୍ତ ସି ଆର୍ ସି ସି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।

ତପେନ୍ଦ୍ର ଡାକୁଆ ଙ୍କ ରିପୋର୍ଟ

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 17 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 65 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 37 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 27 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 21 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 44 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା