ଆଜି ସୂର୍ଯ୍ୟାସ୍ତ ପରେ ଦେଖାଯିବ କୋଲ୍ଡ ସୁପର୍‌ମୁନ୍‌

Spread the love

ଜେଏମଜେ ବ୍ୟୁରୋ : ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ବା କୋଲ୍ଡ ମୁନ୍ । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍‌ମୁନ୍‌ କୁହାଯାଉଛି । କାରଣ ଏହା ପୃଥିବୀର ଅତ୍ୟନ୍ତ ନିକଟରେ ଅବସ୍ଥାନ କରିବ । ଏହା ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ । ୪ ଡିସେମ୍ବର, ଅର୍ଥାତ୍ ଆଜି ସୂର୍ଯ୍ୟାସ୍ତ ପରେ କୋଲ୍ଡ ସୁପର୍‌ମୁନ୍‌ ଦେଖାଯିବ । ଭାରତରେ ରାତି ପ୍ରାୟ ୭ଟାରେ ଆକାଶରେ ବଡ଼ ନାରଙ୍ଗୀ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ । ସବୁଠୁ ସୁନ୍ଦର ଦୃଶ୍ୟ ଶୁକ୍ରବାର ଅର୍ଥାତ୍ ଆସନ୍ତା କାଲି ସନ୍ଧ୍ୟାରେ ଦେଖିବାକୁ ମିଳିବ । ସୂର୍ଯ୍ୟାସ୍ତର ୧ ଘଣ୍ଟା ପରେ ଆକାଶରେ ପୂର୍ଣ୍ଣ ଚନ୍ଦ୍ର ଦିଶିବ । ପାଣିପାଗ ଭଲ ଥିଲେ ଟେଲିସ୍କୋପ୍ ବିନା ଏହି ଦୃଶ୍ୟ ଦେଖିହେବ ।

ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ହେଲେ, ପୂର୍ଣ୍ଣିମା ଆସେ । ଏହାକୁ ସୁପର୍‌ମୁନ୍‌ କୁହାଯାଏ । ଏଥର ଚନ୍ଦ୍ର ପୃଥିବୀଠୁ ମାତ୍ର ୩,୫୭,୦୦୦ କିମି ଦୂରରେ ରହିବ, ସେଥିପାଇଁ ୧୦ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦିଶିବ । ୨୦୨୫ର ଏହା ୪ର୍ଥ ସୁପର୍‌ମୁନ୍‌ ଏବଂ ନଭେମ୍ବର ପରେ ୨ୟ ସର୍ବବୃହତ ଚନ୍ଦ୍ର ।

ଡିସେମ୍ବର୍‌ର ପୂର୍ଣ୍ଣ ଚନ୍ଦ୍ର ବର୍ଷର ସମସ୍ତ ପୂର୍ଣ୍ଣିମା ଅପେକ୍ଷା ସର୍ବାଧିକ ଉପରକୁ ଯାଏ । ଏହାର କାରଣ ଆସନ୍ତା ୨୧ ତାରିଖ ସୂର୍ଯ୍ୟ ସବୁଠୁ ତଳେ ରହିବ । ଚନ୍ଦ୍ର ସର୍ବଦା ସୂର୍ଯ୍ୟର ଠିକ୍ ଓଲଟା ଦିଗରେ ଥାଏ । ସେଥିପାଇଁ ସୂର୍ଯ୍ୟ ଯେତେବେଳେ ସବୁଠୁ ତଳେ ଥାଏ, ପୂର୍ଣ୍ଣ ଚନ୍ଦ୍ର ସବୁଠୁ ଉଚ୍ଚକୁ ଚାଲିଯାଏ । ଅର୍ଥାତ୍ ଶୀତ ରାତିରେ ଆକାଶର ସବୁଠୁ ଉପରେ ଚନ୍ଦ୍ର ଅବସ୍ଥାନ କରେ । ମୁଣ୍ଡର ଠିକ୍ ଉପରେ ଅତିକ୍ରମ କରିବା ଭଳି ମନେହୁଏ ।

ଏଥିପାଇଁ ଏହାକୁ ଲଙ୍ଗ୍ ନାଇଟ୍ ମୁନ୍ ମଧ୍ୟ କୁହାଯାଏ, କାରଣ ଶୀତଦିନେ ରାତି ବଡ଼ ହୋଇଥାଏ ଏବଂ ଚନ୍ଦ୍ର ଅଧିକ ସମୟ ଦୃଶ୍ୟମାନ ହୁଏ । ଆସନ୍ତା ବର୍ଷ ଜାନୁଆରୀ ୩ରେ ଉଲ୍‌ଫ ମୁନ୍ ଦୃଶ୍ୟମାନ ହେବ, ଯାହା ୨୦୨୫-୨୬ର ସୁପର୍‌ମୁନ୍‌ ସିରିଜ୍‌ର ଶେଷ ଚନ୍ଦ୍ର ହେବ ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 14 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ