ଅଧ୍ୟକ୍ଷଙ୍କ ନିର୍ଦେଶ, ଅଧିକାରୀଙ୍କ ଉପସ୍ଥିତ ରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ…

Spread the love

ବ୍ରହ୍ମପୁର /କବିସୂର୍ଯ୍ୟନଗର /କୋଦଳା : (ଜେଏମଜେ ନ୍ୟୁଜ ): ଟେଣ୍ଡେର ରେ ଜାଲିଆତି ଉଦ୍ୟମ କୁ ପ୍ରତିବାଦ କରିବାରୁ କାଉନ୍ସିଲର ତଥା ସାମ୍ବାଦିକ ଙ୍କୁ ପିଟିଲେ.. ତାହା ପୁଣି NAC କାର୍ଯ୍ୟଳୟ ପରିସରରେ ଅଧ୍ୟକ୍ଷ ଙ୍କ ନିର୍ଦେଶ ଏବଂ ଅଧିକାରୀ ଙ୍କ ଉପସ୍ଥିତ ରେ ଲହୁଲୁହାଣ କଲେ ଦୁର୍ବୁତ୍ତ…
ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା NAC ପରିସରରେ..
ଅଭିଯୋଗ ରୁ ଜଣାଯାଇଛି. କୋଦଳା NAC ରେ ଗତକାଲି 11 ଟି କାମର ଅନିୟମିତତା ଆଶଙ୍କା କରି ହୋଇଥିବା ଟେଣ୍ଡର ତଥ୍ୟ ମାଗିବାରୁ ଓଡିଶା ଏକ୍ସ ପ୍ରେସ କୋଦଳା ପ୍ରତିନିଧି,ବରିଷ୍ଠ ସାମ୍ବାଦିକ ତଥା ଏନଏସି ର 11 ନମ୍ବର ୱାର୍ଡ ର କାଉସିଲର ଭଗବାନ ପାଢ଼ୀ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l

ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସଂଘବଧ ଭାବେ ଆକ୍ରମଣ କରି ତାଙ୍କ ସାର୍ଟ ଚିରି ସୁନା ଚେନ ଝିକି ନେଇଯାଇଥିବା କୋଦଳା ଥାନାରେ ଅଭିଯୋଗ ହୋଇଛି. ଯାହା ସୂଚନା ମିଳିଛି ସରକାର ଙ୍କ ପକ୍ଷରୁ ଗୁରୁବାର ଦିନ କୋଦଳା ଏନଏସି ର 11 ଗୋଟି ଉନ୍ନୟନ କାର୍ଯ୍ୟକୁ ନେଇ ଟେଣ୍ଡର ଅନୁଷ୍ଠିତ ହେବାପାଇଁ ସମୟ ଧାର୍ଯ୍ୟ ହୋଇଥିଲା l ତେବେ ଏହି ଟେଣ୍ଡର ପ୍ରକ୍ରିୟା ଅଧକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବହୁ ଅନିୟମିତତା ହୋଇଥିବା ଦେଖି 11 ନମ୍ବର କାଉସିଲର ଏହାକୁ ବିରୋଧ କରିଥିଲେ l ଟେଣ୍ଡର ପ୍ରକ୍ରିୟା ର ସମସ୍ତ ତଥ୍ୟ ସହ ସିସିଟିଭି ପୁଟେଜ ଆରଟିଆଇ ଜରିଆରେ ଅଧିକାରୀ ଙ୍କୁ ମାଗିଥିବା ଯୋଗୁଁ ଅଧ୍ୟକ୍ଷ ନିଜେ ପ୍ରତିକ୍ରିୟଶୀଳ ହୋଇ ଅପରାହ୍ନ 3 ଟା ସମୟରେ କାର୍ଯ୍ୟାଳୟ ପରିସରରେ ଭଗବାନ ପାଢ଼ୀ ଠିଆ ହୋଇଥିବା ସମୟରେ ଅଧକ୍ଷ ଙ୍କ ନିର୍ଦେଶ ରେ ଏବଂ ଅଧିକରୀ ଙ୍କ ଉପସ୍ଥିତ ରେ ପାଞ୍ଚରୁ ଉର୍ଦ୍ଧ ଗୁଣ୍ଡା ଶ୍ରେଣୀ ର ଲୋକ ଆସି ତାଙ୍କ ସହ ଯୁକ୍ତି ତର୍କ କରିବା ସହିତ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗିବା ସହ ଛାତି, ହାତ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ସହିତ ସୁନା ଚେନ କୁ ଛଡାଇ ନେଇ ଚାଲିଯାଇଥିଲେ l ଆକ୍ରମଣ ପରେ ଗୁରୁତର ଭଗବାନ ଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମିଡିକାଲ କୁ ସ୍ଥାନାନ୍ତର ନିର୍ଦେଶ ଦେଇଛନ୍ତି ଡାକ୍ତର..

ଖବର ପାଇ ଆଜି ଜିଲ୍ଲାର ବହୁ ସାମ୍ବାଦିକ କୋଦଳା ରେ ପହଁଚି ଭଗବାନ ପାଢ଼ୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିବା ସହ ଅଭିଯୁକ୍ତ ଙ୍କୁ ଗିରଫ ଦାବୀ ନେଇ ପ୍ରାୟ 60 ରୁ ଉର୍ଦ୍ଧ ସାମ୍ବାଦିକ ଭଗବାନ ଙ୍କୁ ନେଇ ଏକ ଶୋଭାଯାତ୍ରା କରି କୋଦଳା ଥାନାରେ ପହଞ୍ଚି ଥାନା ଅଧିକରୀ ଙ୍କୁ ଏତଲା ଦେବା ସହ ସାମ୍ବାଦିକଙ୍କ ସୁରକ୍ଷା ଏବଂ ଅଧ୍ୟକ୍ଷ, ଅଧିକାରୀ ଓ ଆକ୍ରମଣ କାରୀ ଦୁର୍ବୁତ୍ତଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ.. ଅନ୍ୟ ପକ୍ଷରେ, ଗଣତନ୍ତ୍ର ରେ ହିଂସା ର ସ୍ଥାନ ନଥିବା କହୁଥିବା ଶାସକ ଦଳର ଅଧ୍ୟକ୍ଷ ଙ୍କ ଏଭଳି ବର୍ବୋରଚିତ ଆଚରଣ କୁ ସାମ୍ବାଦିକ ମାନେ ନିନ୍ଦା କରିବା ସହ ଟେଣ୍ଡର ଦୁର୍ନୀତି ର ତଦନ୍ତ ଦାବୀ କରାଯାଇଛି.ଆଜିର ଏହି ଶାନ୍ତି ପୁର୍ଣ ଶୋଭାଯାତ୍ରା ରେ ଅନିଲ ପାଣିଗ୍ରାହୀ, ଓଡିଶା ଏକ୍ସ ପ୍ରେସ ଜିଲ୍ଲା ପ୍ରତିନିଧି ଅନିଳ କୁମାର ପାଢ଼ୀ, ନାରାୟଣୀ ପ୍ରସାଦ ମିଶ୍ର, ସୁଶାନ୍ତ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ବଡୁ, କୃଷ୍ଣ ଚନ୍ଦ୍ର ପଲେଇ, ସରୋଜ କୁମାର ମିଶ୍ର, କ୍ଷୀରୋଦ ବେହେରା, ପୀତବାସ ଦାସ, ଗଣେଶ ଡାକୁଆ, ବାଲ୍ମୀକି ବିଶୋଇ, ବିଜୟ ନାୟକ, ବାପୁନି ମାଲୁ, କୃଷ୍ଣ ନାହାକ ଙ୍କ ସମେତ ଓଡିଶା ଏକ୍ସପ୍ରେସ ର ପୁରୁଷୋତ୍ତମପୁର ପ୍ରତିନିଧି ରମେଶ ଚନ୍ଦ୍ର ଗୌଡ଼, ଉପଖଣ୍ଡ ପ୍ରତନିଧି ବସନ୍ତ ପଟ୍ଟନାୟକ, ବୁଗୁଡ଼ା ପ୍ରତିନିଧି ହର ପ୍ରସାଦ ପାଢ଼ୀ, ସୋରଡ଼ା ପ୍ରତିନିଧି ଏ. ସାରଥୀ, ଖଲିକୋଟ ପ୍ରତିନିଧି ଶ୍ରିନିବାସ ସାହୁ, ଗଞ୍ଜାମ ପ୍ରତିନିଧି ନିଲୁ ପଣ୍ଡା, ଏବଂ ବିଭିନ୍ନ ବ୍ଲକରୁ 60 ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇ ଥିବା ଜଣାଯାଇଛି.

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 45 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 34 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 25 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 20 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍