‘ବିଜେଡି କାନ୍ଦୁଛି କାହାରି ପାଇଁ’.. ବିଧାନସଭାରେ ପାଣ୍ଡିଆନଙ୍କୁ ଟାର୍ଗେଟ..

Spread the love

ଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ବିଧାନସଭାରେ ପୁଣି ଉଠିଲା ପାଣ୍ଡିଆନଙ୍କ ନାଁ । ମୁଲତବୀ ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନଙ୍କ ନାଁ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ମାନେ ‘କାଗଜ ବାଘ’ (Paper Tiger) ଥିଲେ ବୋଲି କଟାକ୍ଷ କଲେ ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ସେ କହିଛନ୍ତି, “ରାଜା ଭାଇଙ୍କୁ ଆହ୍ୱାନ..ନବୀନ ବାବୁଙ୍କୁ ନେଇ ଗୋଟିଏ ବହି ଲେଖା ଯାଉ। ଆଉ ସେହି ବହି ନାଁ ହେଉ, ‘ବିଜେଡି କାନ୍ଦୁଛି କାହାରି ପାଇଁ’ । ସେହି ବହିର ମୁଖ୍ୟ ସ୍ରୋତରେ ପାଣ୍ଡିଆନଙ୍କୁ ରଖିବେ ।”

ସେହିପରି ସେ ଆହୁରି କହିଛନ୍ତି “ବିଜେଡି ବିଧାୟକଙ୍କୁ ଆହ୍ୱାନ କରୁଛି, ଆସନ୍ତୁ ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ମୁଁ ଯାଇ ଲୋକଙ୍କ ରାସନ କାର୍ଡ କରାଇବି । ୨୦୧୫ରୁ ୨୦୨୪ ଭିତରେ ଆପଣ ୧୦ ଲକ୍ଷ ଲୋକଙ୍କ ରାସନ କାର୍ଡ କାଟିଛନ୍ତି । ଯେଉଁମାନେ ଭୋଟ ଦେଇ ନ ଥିଲେ ତାଙ୍କ ନାଁ କଟା ଯାଇଥିଲା । ବର୍ଷ ସାରା ରାସନ କାର୍ଡ ପୋର୍ଟାଲ ବନ୍ଦ କରୁଥିଲେ । ଆଗରୁ ପାଣ୍ଡିଆନ ସର୍ବେସର୍ବା ଥିଲେ । ଏବେ ଆପଣ ବାଘ ହୋଇ କଥା କହୁଛନ୍ତି । ସେତେବେଳେ କାଗଜ ବାଘ ଥିଲେ । ୬ ଲକ୍ଷ ଭୂତ ହିତାଧିକାରୀ ବାହାରିଛନ୍ତି । ସେ ରାସନ କିଏ ଖାଉଥିଲା ? ୨୦୨୪ରେ ଲୋକେ ତଡ଼ିପାର କଲେ । ଏବେ ନୂଆପଡ଼ାରେ ପ୍ରମାଣିତ ହେଲା ବିଜେଡି ଆଉ କିଛି ନାହିଁ ।”

ସେପଟେ ଶୁକ୍ରବାର ବିଧାନସଭାରେ ବର୍ଷିଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଜେଡି ନେତାଙ୍କୁ କରିଥିଲେ କଡ଼ା ପ୍ରଶ୍ନ । ପୃଥ୍ୱୀରାଜ ସିଧା ସିଧା ବିଜେଡି ହୃତ୍‌ପିଣ୍ଡକୁ କରିଥିଲେ ଟାର୍ଗେଟ୍ । ଯାହାଫଳରେ ଅଣନିଃଶ୍ୱାସୀ ହୋଇପଡ଼ିଲେ ଗୃହରେ ବସିଥିବା ବିଜେଡି ସଦସ୍ୟ ।

ଭିକେ ପାଣ୍ଡିଆନଙ୍କ ନାଁ ନନେଇ ପୃଥ୍ୱୀରାଜ ପ୍ରଶ୍ନ କରିଥିଲେ, ‘ବିଜେଡି ସରକାର ବେଳେ କାହିଁକି ଜଣେ ବ୍ୟକ୍ତିଙ୍କ ପାଇଁ ରହିଥିଲେ ୭୨ ସୁରକ୍ଷା କର୍ମୀ । ସିଏ ଯୁଆଡ଼େ ଯାଉଥିଲେ ତାଙ୍କ ଆଗରେ ପଛରେ କାହିଁକି ବୁଲୁଥିଲେ ପୋଲିସ । ସେ କୌଣସି ଜିଲ୍ଲାକୁ ଗଲେ ବି, ଜିଲ୍ଲା ପୋଲିସକୁ ତାଙ୍କ ସୁରକ୍ଷାରେ ଲଗାଉଥିଲେ ସରକାର । କାହିଁକି ଏମିତି କରୁଥିଲେ ସେତେବେଳର ସରକାର ? କ’ଣ ପାଇଁ ଦିଆଯାଉଥିଲା ତାଙ୍କୁ ଏତେ ସୁରକ୍ଷା । ଏହାର ଜବାବ ଦିଅନ୍ତୁ ବିଜେଡି ସଦସ୍ୟ । ଏବେ ମୁଖ୍ୟମନ୍ତ୍ରୀଙ୍କୁ ବି ଏତେ ସୁରକ୍ଷା ଦେବାକୁ ପଡ଼ୁନାହିଁ ।

ଶୁକ୍ରବାର ଗୃହରେ ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ ବିଜେଡି ସଦସ୍ୟଙ୍କୁ ଏଭଳି ପ୍ରଶ୍ନ କରିଥିଲେ ପୃଥ୍ୱୀରାଜ । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ ବିରୋଧୀଙ୍କ ଉତ୍ତର ରଖିବାକୁ ଯାଇ ପୂର୍ବତନ ବିଜେଡି ନେତା ତଥା ପୂର୍ବତନ 5T ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କରିଥିଲେ ଟାର୍ଗେଟ ।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026