ଶିକ୍ଷକ ବଦଳି ପାଇଁ ଖୋଲିଲା ପୋର୍ଟାଲ: ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

Spread the love

ଜେଏମଜେ ବ୍ୟୁରୋ : ଶିକ୍ଷକ ବଦଳି ପାଇଁ ଖୋଲିଲା ପୋର୍ଟାଲ । ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଚିଠି ଜାରି କରାଯାଇଛି । ଯେଉଁଥିରେ ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନ୍ ଆବେଦନ କରିବାକୁ କୁହାଯାଇଛି ।

ଚିଠି ଅନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ମେ ୧୪ରେ ଜାରି କରିଥିବା ଚିଠି ସଂଖ୍ୟା ୧୩୪୫୩ ବିଜ୍ଞପ୍ତି ଅନୁଯାୟୀ ବଦଳି କରାଯିବ । ଅନଲାଇନ୍ ଶିକ୍ଷକ ବଦଳି ନେଇ ପୋର୍ଟାଲ୍ ନଭେମ୍ବର ୨୮ରୁ ଖୋଲିଥିବା ବେଳେ ଡିସେମ୍ବର ୨୫ ପର୍ଯ୍ୟନ୍ତ ଆବେଦନ କରାଯାଇ ପାରିବ । ତେଣୁ ଜିଲ୍ଲା ଭିତରେ ଅନ୍ୟ କୌଣସି ବିଦ୍ୟାଳୟକୁ ଯିବାକୁ ଚାହୁଁଥିବା ପ୍ରାଥମିକ ଶିକ୍ଷକ ଡିସେମ୍ବର ୨୫ ପୂର୍ବରୁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ । ଅନଲାଇନ୍‌ରେ ସମସ୍ତ ପ୍ରକ୍ରିୟା ୨୦୨୫ ଡିସେମ୍ବର ୨୫ ସୁଦ୍ଧା ସାରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ ଯେ, ଏବେ ଆଉ ବିଧାୟକଙ୍କ ମନ ମୁତାବକ ହୋଇପାରିବନି ଶିକ୍ଷକ ବଦଳି । ସୁପାରିସରେ ଶିକ୍ଷକ ବଦଳି ପାଇଁ ବିଧାୟକଙ୍କୁ କ୍ଷମତା ଦେଇଥିଲେ ସରକାର, ହେଲେ ବିଧାୟକଙ୍କଠାରୁ ଏହି କ୍ଷମତା ଛଡ଼ାଇ ନେଇଛନ୍ତି ହାଇକୋର୍ଟ । କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଉଚିତ୍ ନୁହେଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧୀ ସ୍ବାଗତ କରିଥିବା ବେଳେ ମନ୍ତ୍ରୀ କହିଛନ୍ତି, ଆଗକୁ ବଦଳିରେ ସ୍ବଚ୍ଛତା ଆଣିବୁ ।

ତେବେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କୁ ସରକାର ଦେଇଥିବା କ୍ଷମତାକୁ ଅପସାରଣ କରିଛନ୍ତି ହାଇକୋର୍ଟ । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ଜାଣିରଖିବା ଉଚିତ ଯେ, ବିଧାୟକଙ୍କ ସୁପାରିସରେ ବଦଳି ନିର୍ଦ୍ଦେଶ ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ନିୟମ ଉଲ୍ଲଂଘନ କରି ବଦଳି କରାଯାଉଥିବା ଅଭିଯୋଗ କରିଥିଲେ ଆବେଦନକାରୀ । ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଥିଲେ ଚଳିତ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବେ ଶିକ୍ଷକ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭର ୭ ଦିନ ଭିତରେ ପୂର୍ବ ନିଯୁକ୍ତି ସ୍ଥାନକୁ ଫେରିବେ ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 69 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ