ଆୟାପ୍ପା ସ୍ୱାମୀଙ୍କ ଅଭିଷେକ ଓ ଇରୁମୁଡି କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love


ପାତ୍ରପୁର,୧୦/୧୨/୨୫(ଜେଏମଜେ ନ୍ୟୁଜ ) ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଦାମୋଦର ପଲ୍ଲୀ ଓ ସପଙ୍ଗ ମଧ୍ୟସ୍ଥଳି ସ୍ଥିତ ଶ୍ରୀ ମାଣିକାଣ୍ଠା ସନ୍ନିଧାନ ପ୍ରାଙ୍ଗଣରେ ଆୟାପ୍ପାଙ୍କ ଅଭିଷେକ ଓ ଇରୁମୁଡି କାର୍ଯ୍ୟକ୍ରମ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଖଜୁରି ଗ୍ରାମର ଶ୍ରୀନିବାସ ଗୁରୁ ସ୍ୱାମୀଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ, ସୁଭ୍ରମନ୍ୟମ, ଶିବପାର୍ବତୀ , ଦୁର୍ଗା ଦେବୀ ଓ ହରିହର ସୂତ ଶ୍ରୀ ଆୟାପ୍ପା ସ୍ୱାମୀଙ୍କ ସହସ୍ର ନାମ ଉଚ୍ଚାରଣ , ଅଙ୍ଗ ପୂଜା, ଅଭିଷେକ ସହିତ ପୁଜା ଅର୍ଚ୍ଚନା କରାଯାଇଥିଲା।

ପରବର୍ତ୍ତୀ ସମୟରେ ମାଳ ଧାରଣ କରିଥିବା ସମସ୍ତ ଆୟାପ୍ପା ସ୍ୱାମୀଙ୍କ ମୁଣ୍ଡରେ ଇରୁମୁଡି ବନ୍ଧାଯାଇଥିଲା। ପ୍ରକାଶ ଥାଉକି ଗତ ଅକ୍ଟୋବର ୨୨ ତାରିଖ ଠାରୁ ଆୟାପ୍ପା ଦିକ୍ଷା ଆରମ୍ଭ କରିଥିବା ବେଳେ ଚଳିତ ମାସ ୧୦ ତାରିଖରେ ଦିକ୍ଷା ସମ୍ପୂର୍ଣ୍ଣ ହୋଇଥିଲା। ପ୍ରାୟ ୪୮ ଦିନ ଧରି ଆୟାପ୍ପା ଭକ୍ତମାନେ ବହୁ ନିୟମ ନିଷ୍ଠା ସହକାରେ ପୂଜା ଅର୍ଚ୍ଚନା କରିବା ସହିତ ବହୁ କଠିନତା ସହ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିଲେ। ମଣ୍ଡଳ ଦିକ୍ଷା ସମ୍ପୂର୍ଣ କରି ବୁଧବାର ଦିନ ଶ୍ରୀ ଆୟାପ୍ପା ସ୍ୱାମୀଙ୍କ ଅଭିଷେକ ଓ ପୂଜା ଅର୍ଚ୍ଚନା ପରେ ଗୁରୁସ୍ୱାମୀଙ୍କ ପାଖରେ ଇରୁମୁଡି ମୁଣ୍ଡରେ ଧାରଣ କରି କେରଳ ରାଜ୍ୟ ସବରିମାଳା ସ୍ଥିତ ଶ୍ରୀ ଆୟାପ୍ପା ସ୍ୱାମୀଙ୍କ ମନ୍ଦିର ଦର୍ଶନ ନିମନ୍ତେ ଯାତ୍ରା ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

ଆସନ୍ତା ୧୩ ତାରିଖ ଦିନ ଶ୍ରୀ ଆୟାପ୍ପା ଦର୍ଶନ କରିବା ସହିତ ମୁଣ୍ଡରେ ନେଇଥିବା ଇରୁମୁଡି ସେଠାରେ ସମର୍ପଣ କରି ଇରୁମୁଡିରେ ଥିବା ଘିଅରେ ଆୟାପ୍ପାଙ୍କ ଅଭିଷେକ କରିବା ନେଇ ରିତିନିତୀ ରହିଛି। ଆଜିର ଅଭିଷେକ ଓ ଇରୁମୁଡି କାର୍ଯ୍ୟକ୍ରମରେ ଜୟରାମ ଗୁରୁ ସ୍ୱାମୀ ପୂଜାର୍ଚ୍ଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦଣ୍ଡପାଣି ପ୍ରଧାନ ସ୍ୱାମୀ,ଉଜ୍ଜ୍ୱଳ ପ୍ରଧାନ ସ୍ୱାମୀ, କୃଷ୍ଣ ପଣ୍ଡା ସ୍ୱାମୀ, ଆଲୁ ଜୟ ପ୍ରକାଶ ସ୍ୱାମୀ,ଡି ରବି ସ୍ୱାମୀ,ସନ୍ତୋଷ କୁମାର ସ୍ୱାମୀ, ସୂର୍ଯ୍ୟ ନାରାୟଣ ସ୍ୱାମୀ, କାହ୍ନୁ ଚରଣ ମିଶ୍ର ସ୍ୱାମୀ,ଜେ ରବି ସ୍ୱାମୀ,ଟି ଶଙ୍କର ସ୍ୱାମୀ,ସାଗର ପ୍ରଧାନ,ବି ନାରାୟଣ ସ୍ୱାମୀ,ବି ରାମାରାଓ ସ୍ୱାମୀ, ଏମ୍ ପ୍ରସାଦ ସ୍ୱାମୀ, ଶୁଭମ୍ ପ୍ରଧାନ ସ୍ୱାମୀ, ହରିଶ୍ ସ୍ୱାମୀ ଓ ଶ୍ରୀକିନ୍ତ ସ୍ୱାମୀ ଉକ୍ତ ମାଣିକାଣ୍ଠା ସନ୍ନିଧାନରେ ଦିକ୍ଷା ଗ୍ରହଣ କରିଥିଲେ। ଅନ୍ୟ ପକ୍ଷରେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଓ ବ୍ରହ୍ମପୁର ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା ଇରୁମୁଡି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଇରୁମୁଡି କାର୍ଯ୍ୟକ୍ରମରେ ଦିକ୍ଷା ଧାରଣ କରିଥିବା ସ୍ୱାମୀ ମାନଙ୍କ ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଭକ୍ତ ଉପସ୍ଥିତ ରହି ପ୍ରାସାଦ ସେବନ କରିଥିଲେ।

ବିଭୁତି ଶତପଥୀଙ୍କ ରିପୋର୍ଟ..

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 29 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 21 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 19 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..